Posted inଫୁରସତ

ଏକପାଖିଆ ବିଚାରବୋଧ ଐତିହ୍ୟକୁ ବିକୃତ କରେ

ପୂର୍ବରୁ ଏହି ସ୍ତମ୍ଭ(୧୫ା୩ା୨୧)ରେ ତୀର୍ଥକ୍ଷେତ୍ର ବିଷୟ ଉପସ୍ଥାପନ ପ୍ରାଥମିକ ଅବବୋଧ ପାଇଁ ଉଦ୍ଦିଷ୍ଟ ଥିଲା। କୋଣାଦିତ୍ୟ କ୍ଷେତ୍ରରେ ଚନ୍ଦ୍ରଭାଗା ତୀର୍ଥର ମାନବିକ ମୂଲ୍ୟବୋଧ ଭିତ୍ତିକ ଗୁରୁତ୍ୱ ନ ଥିଲେ ଗୋଟିଏ ପରେ ଗୋଟିଏ ତିନୋଟି ମନ୍ଦିର ନିର୍ମାଣ ହେବାର ଆବଶ୍ୟକତା ନ ଥିଲା। ଆବଶ୍ୟକତା ଅନୁଯାୟୀ କୋଣାର୍କକୁ ନେଇ ଏ ଦିଗରେ ଆମେ ଆଗେଇବାର ମୂଳ ରହସ୍ୟ ସମସ୍ତଙ୍କୁ ଜଣା। କାରଣ ଓଡ଼ିଶାରେ ‘କୋଣାର୍କ କ’ଣ ଇରାନରୁ ଆସିଛି?’ ଏହି ଶୀର୍ଷକରେ ବି ଆଲୋଚନା ହୋଇସାରିଛି। ଇରାନରେ ଚାରୋଟି ସ୍ଥାନର ନାମ ‘କୋଣାର୍କ’ ରହିଛି। ଏଇ ଚାରୋଟି ସ୍ଥାନ ୪ଟି ଗଁା। ଇରାନର ଗୋଲ୍‌ହାର ସ୍ଥାନଟି କୋଣାର୍କର ଗୋଲରା ଜଙ୍ଗଲ ଏବଂ ‘ଗୋଲରାଗଡ଼’ ସହିତ ସାମଞ୍ଜସ୍ୟ ରଖୁଛି। ତେଣୁ ……. , କ’ଣ କହିବାକୁ ଚେଷ୍ଟା କରାଯାଉଛି ତାହା ବୁଝିହେଉଛି। ମଗ ବ୍ରାହ୍ମଣମାନେ ଆସିବାରେ ଓଡ଼ିଶାରେ ସୂର୍ଯ୍ୟ ଉପାସନା ଆରମ୍ଭ ହେଲା ଯେମିତି ଯୁକ୍ତି, ଠିକ୍‌ ସେମିତି ଆଲୋଚ୍ୟ ଶୀର୍ଷକର ନାମକରଣ କରାଯାଇଛି। ସାବଧାନତାର ସହିତ ଚତୁର ମାନସିକତାରେ ଉପସ୍ଥାପନ କରାଯାଇଥିଲା। ସେଥିପାଇଁ ଆମେ କ୍ଷେତ୍ର-ତୀର୍ଥ-ମନ୍ଦିର ପ୍ରସଙ୍ଗ ପର୍ଯ୍ୟାୟକ୍ରମେ ଆଲୋଚନା କରୁଛୁ। ମାନବିକ ଅବବୋଧ ଯିବା ବାଟରେ ଯାଉ, ଏକପାଖିଆ ନ ହେଉ। ଆମେ ଜାଣିଛେ, ଚତୁର ଓ ଚାଲାକ ମଧ୍ୟରେ ସାମାନ୍ୟ ଫରକ ଅଛି। ବିଲୁଆକୁ ଚତୁର କୁହାଯାଏ। କୁଆକୁ ଚାଲାକ କୁହାଯାଏ। ଚତୁର ହୋଇ କ’ଣ ହେଲା ତାହା ‘ନୀଳବର୍ଣ୍ଣ ଶୃଗାଳ’ କଥାରୁ ଜାଣିଛେ। ଚାଲାକ ହୋଇ କୁଆ କ’ଣ କଲା ତାହା କହିବା ଦରକାର ନାହିଁ।
ସରଳ କଥାରେ ଯଦି ଆମେ ବିଚାର କରିବା, ତେବେ ଜାଣିପାରିବା ଶ୍ରୀପଦ୍ମକେଶର ମନ୍ଦିର ଓଡ଼ିଶା ବାହାର ଶିଳ୍ପୀ ଯଦି ଗଢ଼ିଲେ ତା’ର ତାଲିକା ଦେଇପାରିଥା’ନ୍ତେ। କୋଉଠୁ କେତେ ଶିଳ୍ପୀ ଆସିଲେ ଲେଖିଥା’ନ୍ତେ। ବଙ୍କିମ ଚାଟାର୍ଜୀ ଜାଣିଥିଲେ ବର୍ଣ୍ଣିତ ୧୪ଟି ସ୍ଥାନରେ କେତେ ବଙ୍ଗାଳୀ ଶିଳ୍ପୀ ଥିଲେ ଓ କେତେ ଆସିଥିଲେ ତା’ର ତାଲିକା ଦେଇଥା’ନ୍ତେ। ଆମେ ଯେପରି ତାଲିକା ଜାରି କରୁଛୁ ‘ବାୟା ଚକଡ଼ା’ ପୋଥି ଆଧାରରେ ସେପରି ପ୍ରମାଣ ତାଙ୍କ ପାଥରେ ଥିଲା କି? ତଥାପି ‘ବାଦୀ’ମାନେ ବାୟା ଚକଡ଼ା ପୋଥିକୁ ଅର୍ବାଚୀନ ଓ ମିଛ ତଥା ମନଗଢ଼ା ବୋଲି କହି ବାହାରିଆଙ୍କୁ ପ୍ରକାରାନ୍ତରେ ସମର୍ଥନ କଲାପରି ମନେହୁଏ। କାଳେ କାଳେ ଏଇ ‘ବାଦୀ’ମାନେ ଚିନ୍ତା ଓ ଚେତନାକୁ ଅମଡ଼ା ବାଟରେ ନେବାକୁ ଚେଷ୍ଟା କରନ୍ତି। ଏମିତି ‘ବାଦୀ’ ଥିଲେ ୧୩ ସଂଖ୍ୟକ ସମାଜବାଦୀ; ସାମ୍ୟବାଦୀ, ସବୁଜବାଦୀ, ଗୋ-ବାଦୀ ଓ ମାନବବାଦୀ ଇତ୍ୟାଦି ଇତ୍ୟାଦି। ଏବେ ଆଉଗୋଟେ ବାଦୀ ସଂଯୋଗ ହେଲେ-ଜଳବାୟୁବାଦୀ। ସମୁଦାୟ ୧୪ଟି ବାଦୀ ହେଲେ।
ବାହାରିଆ ଇତିହାସକାର ନିଜ ଇତିହାସ ଏବଂ ଐତିହ୍ୟ ପ୍ରତି ବିଶେଷ ନିଘା ନ ଦେଇ ଆମ ଐତିହ୍ୟକୁ ବ୍ୟବଚ୍ଛେଦ କରିବାର ପ୍ରୟାସ କାହିଁକି କରିଗଲେ ତାହାର ଅଭିପ୍ରାୟ ଅଜଣା ନୁହେଁ। ଅନ୍ୟର ଗୌରବମୟ ଐତିହ୍ୟକୁ ଗୋଳମାଳିଆ କରି ଛୋଟ କରି ଦେଖାଇଲେ ନିଜର ଆଲୋଚକପଣିଆ ଜାହିର କରିହେବ। ଦୁନିଆ ଜାଣିବ। ଅ-ବ-ଚ-ରେ-ବି କିଛି ମାତିବେ। ଗାଅଁାର ଅଗାଧୁ ନନ୍ଦମାନେ ମୁରବିପଣିଆରେ ବାହା ହଲାଇବେ। ବାଦୀମାନେ ତାଳିମାରିବେ।
ଆମେ ଜାଣିଛେ ଗଜପତି ନରସିଂହଦେବ କୋଣାର୍କଠାରେ ଯେଉଁ ମନ୍ଦିର ଗଢ଼ିଥିଲେ ତାହା ତୃତୀୟ ମନ୍ଦିର। ପ୍ରଥମ ମନ୍ଦିର କୁଷ୍ଠରୋଗରୁ ଆରୋଗ୍ୟ ହେବାପରେ ଶାମ୍ବ ନିର୍ମାଣ କରିଥିଲେ। ସୂର୍ଯ୍ୟଦେବଙ୍କ ପରାମର୍ଶରେ ସେ ଗଢ଼ିବା କଥା ମିଳେ, ମାତ୍ର ମନ୍ଦିରର ବିଶେଷ ବର୍ଣ୍ଣନା ମିଳେ ନାହିଁ। ଶାମ୍ବଙ୍କ ପ୍ରସଙ୍ଗ ବର୍ଣ୍ଣିତ ପୁରାଣରେ ମଧ୍ୟ ଏ ବିଷୟରେ ଉଲ୍ଲେଖ ନାହିଁ। କେବଳ ସୂର୍ଯ୍ୟଙ୍କର ଏକ ପ୍ରତିମା ନଦୀରୁ ପାଇ ପ୍ରତିଷ୍ଠା କରିବା କଥା ଅଛି। ଦ୍ୱିତୀୟ ମନ୍ଦିରର ସୂଚନା ମାଦଳାପାଞ୍ଜିରୁ ମିଳେ। ରାଜା ପୁରନ୍ଦର କେଶରୀ ୯୩୭-୯୫୦ ମସିହା ମଧ୍ୟରେ କୋଣାର୍କଠାରେ ମନ୍ଦିର ନିର୍ମାଣ କରିଥିଲେ। ଏହି ମନ୍ଦିର ଓ ବିଗ୍ରହ ତୃତୀୟ ମନ୍ଦିର ନିର୍ମାଣ ବେଳେ ଅପସାରଣ କରାଯାଇଥିବା କଥା ‘ବାୟା ଚକଡ଼ା’ରୁ ମିଳୁଥିବାରୁ ମାଦଳାପାଞ୍ଜିର ସୂଚନା ଠିକ୍‌ ବୋଲି ଅନୁଭବ ହୁଏ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri