ଶ୍ରୀମନ୍ଦିର ନିକଟରେ ସେବାୟତଙ୍କୁ ଗୁଳି

ପୁରୀ ଅଫିସ,୨୫।୫: ପ୍ରାୟ ୨ ମାସ ପରେ ପୁରୀରେ ମଙ୍ଗଳବାର ଗୁଳିମାଡ଼ରେ ପୁଣି ଜଣେ ସେବାୟତଙ୍କ ମୁଣ୍ଡ ଗଡ଼ିଛି। ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ୧୦ ମିଟର ଦୂର ଏମାର ମଠ ଚକଡ଼ାରେ ଘଟିଛି ଏହି ଘଟଣା। ୨ଜଣ ଦୁର୍ବୃତ୍ତ ପୁରୀ ତଳୁଚ୍ଛ ସାହିର ଶିବରାମ ପାତ୍ର (୨୭)ଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି। ଶିବରାମଙ୍କ ମୁଣ୍ଡରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଶିବରାମ ହେଉଛନ୍ତି ଶ୍ରୀଲୋକନାଥ ମନ୍ଦିରର ଯୋଗାଣିଆ ସେବାୟତ। ଜମି କିଣାବିକା ବ୍ୟବସାୟରେ ମଧ୍ୟ ସେ ଜଡିତ ଥିଲେ। ଗୁଳିକାଣ୍ଡ ଖବରପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଶିବରାମଙ୍କ ପରିବାର ଲୋକେ ସିଂହଦ୍ୱାର ଥାନାରେ ଅଭିଯୋଗ କରି ଏତଲା ଦେଇଛନ୍ତି। ଅଭିଯୋଗକୁ ଆଧାର କରି ସେହି ତଳୁଚ୍ଛ ସାହିର ଚନ୍ଦନ ବାରିକ (୨୧)ଙ୍କୁ ଅଟକ ରଖାଯିବା ସହ ତାଙ୍କଠାରୁ ଏକ ବନ୍ଧୁକ ଜବତ କରାଯାଇଛି। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପୋଲିସ ପଚରାଉଚରା କରିବା ସହ ଫେରାର ଅଭିଯୁକ୍ତ ଦ୍ୱୟଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟା କରାଯାଇଛି। ବହୁ ଦିନ ଧରି ଶିବରାମ ଓ ଚନ୍ଦନଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ଲାଗି ରହିଥିଲା।
ରାତି ପ୍ରାୟ ୯ଟାରେ ଶିବରାମ ଏକ ବାଇକ୍‌ରେ ଯାଉଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ସେ ଟଳି ପଡ଼ିବାରୁ ଏମାର ମଠ ନିକଟରେ ଉପସ୍ଥିତ ଦୁଇ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସ୍‌ପି କନଓ୍ବର ବିଶାଲ ସିଂ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ସେ କହିଛନ୍ତି, ଶିବରାମଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଚନ୍ଦନଙ୍କୁ ଅଟକ ରଖାଯାଇଛି। ତେବେ ହତ୍ୟା କେଉଁ କାରଣରୁ କରାଯାଇଛି ଓ ହତ୍ୟା ପଛରେ କିଏ କିଏ ଥିଲେ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ପଚରାଉଚରାରୁ ଅନ୍ୟ କିଛି ସହଯୋଗୀଙ୍କ ସମ୍ପର୍କରେ ମଧ୍ୟ ଜାଣିବାକୁ ମିଳୁଛି। ସନ୍ଦେହ ଘେରରେ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ପୋଲିସ ପ୍ରମାଣ ସଂଗ୍ରହ ଉପରେ ଗୁରୁତ୍ୱ ଦେଉଛି ବୋଲି ଏସ୍‌ପି କହିଛନ୍ତି।
ଶିବରାମଙ୍କ ମା’ କହିଛନ୍ତି ଯେ ତାଙ୍କ ପୁଅ ସନ୍ଧ୍ୟା ବେଳେ ଘରେ ସରବତ ପିଇ କରି ବାହାରକୁ ଆସିଥିଲେ। ଆସିବାର ଖୁବ୍‌ କମ୍‌ ସମୟ ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଖବର ମିଳିଲା। ତାଙ୍କ ବାପା ରବିନାରାୟଣ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଚନ୍ଦନ, ତାଙ୍କ ବଡ଼ଭାଇ ଦୀପକ ବାରିକ ଓ ବାପା ଲକ୍ଷ୍ମୀଧର ବାରିକ ସାହି ଭିତରେ ଠିଆ ହୋଇ ମୋ ପୁଅକୁ ମାରିଦେବା ପାଇଁ ଧମକ ଦେଇଥିଲେ। ଏହାପରେ ଏମାର ମଠ ନିକଟରେ ଗୁଳି କରି ମାରିସାରିବା ପରେ ସାହିକୁ ଆସି ପୁଅକୁ ମାରିଥିବା ବଡ଼ ପାଟିରେ ଚିତ୍କାର କରି କହିଥିଲେ। ସିଂହଦ୍ୱାର ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ କହିଛନ୍ତି ଯେ, ଏତଲା ମିଳିବା ପରେ ୪୩/୨୦୨୨ ନମ୍ବରରେ ମାମଲା ରୁଜୁ ହୋଇଛି। ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ଧରିସାରିଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜାଯାଉଛି।
ସୂଚନା ଥାଉକି, ଗତ ମାର୍ଚ୍ଚ ୧୬ରେ ସୁଆର ମହାସୁଆର ନିଯୋଗ ସମ୍ପାଦକ ତଥା ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ (କାଳିଆ)ଙ୍କୁ ବାରବାଟୀ ଜାଗାଘର ନିକଟରେ ଗୁଳିକରି ହତ୍ୟା କରାଯାଇଥିଲା। ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି କୃଷ୍ଣଚନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri