ଅମାନିଆ ହୋଇ ଡଙ୍ଗା ଧାରରେ ବସିଥିଲେ: ଖସିପଡ଼ିବାରୁ ଜୀବନ ଗଲା

ଚିତ୍ରକୋଣ୍ଡା,୨୪।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଡଙ୍ଗାରୁ ନଦୀରେ ଖସିପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବଡ଼ପଡ଼ା ପଞ୍ଚାୟତ ବାଇଲିଗୁମା ଗ୍ରାମର ଘେନୁ ପାଙ୍ଗି(୪୦)।

ସୂଚନାନୁଯାୟୀ, ଘେନୁ ଟଙ୍କା ଉଠାଇବାକୁ ନିଜ ଗ୍ରାମରୁ ଚିତ୍ରକୋଣ୍ଡା ବ୍ୟାଙ୍କ ଆସିଥିଲେ l କାମ ସାରି ସୋମବାର ଅପରାହ୍ନରେ ଜାନବାଇ କଲୋନୀଠାରୁ ଏକ ମାଛ ଧରା ଦେଶୀ ଡଙ୍ଗାରେ ନିଜ ଗ୍ରାମକୁ ସେ ଫେରୁଥିଲେ। ତାଙ୍କ ସାଙ୍ଗରେ ସ୍ତ୍ରୀ ତିଳତ୍ତମା ମଧ୍ୟ ଥିଲେ। ଘେନୁ ଅମାନିଆ ହୋଇ ଡଙ୍ଗାର ବାଡରେ ବସିଥିବା ବେଳେ ହଠାତ ତାଙ୍କ ମୁଣ୍ଡ ଘୁରାଇଥିଲା। ସେ ଭାରସାମ୍ୟ ହରାଇ ନଦୀ ଭିତରକୁ ଖସି ପଡିଥିଲେ। ସ୍ବାମୀ ନଦୀରେ ବୁଡିଯିବା ଦେଖି କାନ୍ଦି କାନ୍ଦି ବଞ୍ଚାଇବା ପାଇଁ ତିଳତ୍ତମା ପାଟି କରିଥିଲେ। ତେବେ ସେହି ବାଟଦେଇ ଯାଉଥିବା ଡ଼ଙ୍ଗା ଏବଂ ସ୍ଥାନୀୟ ଲୋକେ ମିଶି ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ତାକୁ ଘୋଜାଖୋଜି କରି ଗଲକାଲି ଆଉ ପାଇ ନଥିଲେ l ମଙ୍ଗଳବାର ସକାଳଠାରୁ ଗ୍ରାମବାସୀ ଡ଼ଙ୍ଗା ଏବଂ ନଦୀର ଦୁଇ କୂଳରେ ଖୋଜାଖୋଜି କରିଥିଲେ। ଶେଷରେ ତାଙ୍କୁ ଉଦ୍ଧାର କରିଯାଇ ଜାନବାଇ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାପରମେଟେଲା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଖବର ପାଇ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବାବେଳେ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରାଙ୍କୁ ଏ ସମ୍ପର୍କରେ ପଚାରି ବାରୁ ସେ ଅବଗତ ଥିବା ପ୍ରକାଶ କରିଛନ୍ତି । ସମ୍ପୂର୍ଣ୍ଣ ତଥ୍ୟ ଘଟଣାସ୍ଥଳରୁ ବଡ଼ପଡ଼ା ରାଜସ୍ବ ନିରୀକ୍ଷକ ଫେରିବା ପରେ ପୁରା ବିବରଣୀ ଦେଇପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?