ଯୁବକଙ୍କ ଉପରେ ଚଢିଗଲା ଟ୍ରେଲର

ଢେଙ୍କିକୋଟ,୩।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଖଣ୍ଟଘର ପଞ୍ଚାୟତ ଜାତୀୟ ରାଜପଥ ୨୦ ନଂ. ଟୋଲ୍‌ ପ୍ଲାଜା ନିକଟରେ ଟ୍ରେଲର ଚାପାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପାରାଭା ସାହିର କଳାକାର ମହାକୁଡ଼। କଳାକାରଙ୍କୁ ତୁରନ୍ତ ଘଟଗାଁ ଡାକ୍ତରଖାନାକୁ ନେଇଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା, ଏଏସ୍‌ଆଇ ଭରତଚନ୍ଦ୍ର ନାୟକ, କନଷ୍ଟେବଳ ପ୍ରଶ୍ନ ବାରିକ ସଦଳବଳ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏ ନେଇ ପୋଲିସ ଏକ ଦୁର୍ଘଟଣାଜନିତ ମାମଲା (ନଂ.୧୪୨/୨୦) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।