ଚାନ୍ଦବାଲିରେ ପ୍ରଥମ ଅଂଶୁଘାତରେ ଚାଲିଗଲା ଜଣଙ୍କ ଜୀବନ

ଚାନ୍ଦବାଲି,୭ା୬(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲିରେ ଚଳିତ ଗ୍ରୀଷ୍ମ ଋତୁର ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ ଭୁଁଇବୁର୍ତ୍ତି ପଞ୍ଚାୟତ ଅନ୍ତର୍ଗତ ନୂଆଗାଁର ୫୫ ବର୍ଷୀୟ ବୈଇଲୋଚନ ଦାସ।

ସୂଚନା ଅନୁଯାୟୀ, ରବିବାର ଚାନ୍ଦବାଲି ହାଟପଟି ପରିବା ମାର୍କେଟ ନିକଟରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଚାନ୍ଦବାଲି ମେଡିକାଲକୁ ନେଇଥିଲେ। ସେଠାରେ କର୍ତ୍ତବ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମେଡିକାଲ ସୂତ୍ରରୁ ପ୍ରକାଶ ଯେ, ଅତ୍ୟଧିକ ଗରମ ଓ ତାପମାତ୍ରାର ପ୍ରଭାବରେ ସେ ଅଂଶୁଘାତ (Heat Stroke)ର ଶିକାର ହୋଇଥିଲେ। ଡାକ୍ତରମାନେ ଏହାକୁ ଅଂଶୁଘାତଜନିତ ମୃତ୍ୟୁ ବୋଲି ସ୍ପଷ୍ଟ କରିଛନ୍ତି।

ଏହି ଘଟଣା ପରେ ଚାନ୍ଦବାଲି ଅଞ୍ଚଳରେ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି। ବର୍ତ୍ତମାନ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଲୋକମାନଙ୍କୁ ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ କାମ ନ ଥିଲେ ବାହାରକୁ ନ ଯିବା, ପ୍ରଚୁର ପାଣି ପିଇବା ଏବଂ ଖରାରୁ ସୁରକ୍ଷିତ ରହିବା ପାଇଁ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Dharitri – Odisha’s No.1 Odia Daily

Share