ଗଣ୍ଡରେ ବୁଡ଼ି ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧୦ ନଂ ଓ୍ବାର୍ଡ ରାଣୀ ସାହି ମଞ୍ଜରୀ ନଗରର ଶିବ ସାହୁ(୫୦) ଘର ନିକଟସ୍ଥ ଗଣ୍ଡରେ ବୁଡିଯିବାରୁ ମୃତ୍ୟୁ ଘଟିଛି। ଖବରପାଇ କାଉନସିଲର ଦୀପକ କୁମାର ମିଶ୍ର, ସାମାଜିକ କର୍ମୀ କେ.କୁନା ଘଟଣାସ୍ଥଳରେ ପହଞ୍ଚି ଦିଗପହଣ୍ଡି ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ପୀଠରେ ଅପବିତ୍ର କାଯର୍ର୍‌ୟ: ଦୀପଘର ପଛପଟେ ଜମୁଥିଲା…

ସମ୍ବଲପୁର,୭ା୩(ପ୍ରମୋଦ ବହିଦାର):ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସର ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପ୍ରତୀକ…

ଓଡ଼ିଶାର ଏହି ୩ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କଲେ ଶାହା: ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର,୭ା୩(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଳମ୍ବିତ ସାରେ ନୂଆଦିଲ୍ଲୀ ଫେରିଯାଇଛନ୍ତି। ଶାହା ତାଙ୍କ ଗସ୍ତ କାଳରେ ବିଭିନ୍ନ ସରକାରୀ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ଭାରତ ବିପକ୍ଷ ଫାଇନାଲ ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ବିସ୍ଫୋରକ ବୟାନ, ବୁମ୍‌ରାଙ୍କୁ ନେଇ କହିଲେ ଆଶ୍ଚର୍ଯ୍ୟଜନକ କଥା

ନୂଆଦିଲ୍ଲୀ,୭।୩: ୨୦୨୬ ଟି୨୦ ବିଶ୍ୱକପ ଫାଇନାଲ ଏକ ରୋମାଞ୍ଚକର ମୁକାବିଲା ହେବାକୁ ଯାଉଛି। ସେମିଫାଇନାଲରେ ଏକ ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଟାଇଟଲଠାରୁ ମାତ୍ର ଗୋଟିଏ…

ବୃହତ୍‌ ବିଜୟ ଦିଗରେ ଆର୍‌ଏସ୍‌ପି: ୬ ମାସ ପରେ…

କାଠମାଣ୍ଡୁ,୭ା୩(ପି.ଟି.):ଗତବର୍ଷ ସେପ୍ଟେମ୍ବରରେ ନେପାଳରେ ହିଂସାତ୍ମକ ଜେନ୍‌ ଜି ଆନ୍ଦୋଳନ ଯୋଗୁ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରର ପତନ ଘଟିଥିଲା। ଏହାର ୬ ମାସ ପରେ…

ଜଣ୍ଡିସ୍‌ରେ ୬ ସ୍କୁଲ ପିଲା ଆକ୍ରାନ୍ତ

ଖଇରା,୭।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ୍‌ ଝିଙ୍କିରିଆ ପଞ୍ଚାୟତ ଅଧୀନ ଅରଖପଦା ଗଁାରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ପ୍ରଥମେ ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬…

ବେକରେ ଧୋତି ବାନ୍ଧି ଝୁଲିପଡ଼ିଲେ ଜେଲ ଓ୍ବାର୍ଡର

ଭୁବନେଶ୍ୱର,୭ା୩(ତ୍ରିନାଥ ମହାନ୍ତି):ଝାରପଡ଼ା ଜେଲ ପରିସର ସରକାରୀ କ୍ୱାର୍ଟର୍ସରେ ଜଣେ ଜେଲ ଓ୍ବାର୍ଡର ବେକରେ ଧୋତି ବାନ୍ଧି ଫ୍ୟାନ୍‌ରେ ଝୁଲି ଆମତ୍ହତ୍ୟା କରିଛନ୍ତି। ମୃତ ଓ୍ବାର୍ଡର ଜଣକ ହେଲେ…

ଇରାନ୍‌ର ଆତ୍ମସମର୍ପଣ ଲୋଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ୍‌/ଦୁବାଇ,୭ା୩: ଇରାନ୍‌ ବିରୋଧୀ ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ଇରାନ୍‌ର ନିଃସର୍ତ୍ତ ଆତ୍ମସମର୍ପଣ ଦାବି କରିଛନ୍ତି। ତେହରାନ୍‌ ଆତ୍ମସମର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri