Posted inଜାତୀୟ

ଏକ ଦେଶ-ଏକ ନିର୍ବାଚନ: ଭୋଟିଂରେ ଯୋଗ ଦେଲେନି ୨୦ରୁ ଅଧିକ ଭାଜପା ଏମପି, ଦଳକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୭।୧୨: ସଂସଦରେ ଆଜି ଏକ ଦେଶ-ଏକ ନିର୍ବାଚନ ବିଲ ଆଗତ କରାଯାଇଛି। ଏଥିପାଇଁ କେନ୍ଦ୍ରରେ କ୍ଷମତାସୀନ ଦଳ ଭାଜପା ନିଜ ଏମପିମାନଙ୍କୁ ଏକ ହ୍ବିପ ଜାରି କରିଥିଲା। ଏହା ସତ୍ତ୍ୱେ ୨୦ରୁ ଅଧିକ ଭାଜପା ଏମପି ସଂସଦରେ ଅନୁପସ୍ଥିତ ରହିଥିଲେ। ହ୍ବିପ ଜାରି କରିବା ପରେ ବି ଏମପିମାନେ ଅନୁପସ୍ଥିତ ରହିଥିବାରୁ ଦଳର ହାଇ କମାଣ୍ଡ ଅସନ୍ତୋଷ ଅଛନ୍ତି। ସେଥିପାଇଁ ସେମାନଙ୍କୁ ଏକ ନୋଟିସ୍‌ ପଠାଯିବ ବୋଲି ଦଳ କହିଛି।

ଏହାପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକକାଳୀନ ଲୋକ ସଭା ଓ ବିଧାନସଭା ନିର୍ବାଚନ କରିବା ପାଇଁ ଲୋକ ସଭାରେ ସମ୍ବିଧାନ ସଂଶୋଧନ ବିଲ ଆଗତ କରିଥିଲେ। ଉପସ୍ଥାପନ ପରେ ୨୬୯ ସଦସ୍ୟ ଏହାର ସପକ୍ଷରେ ଏବଂ ୧୯୮ ଜଣ ଏହା ବିରୋଧରେ ମତ ଦେଇଛନ୍ତି। ଏହି ବିଲ ଆଗତ ହେବା ପରେ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଟିଏମସିର ଏମପିମାନେ ଏହାକୁ କଡା ଟାର୍ଗେଟ କରିଛନ୍ତି।

ଉଭୟ ଶାସକ ଭାଜପା ଏବଂ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ବିଲ ଆଗତ ହେବା ପୂର୍ବରୁ ସେମାନଙ୍କ ସମସ୍ତ ଏମପିଙ୍କୁ ତିନି ଧାଡିର ହ୍ବିପ ଜାରି କରିଥିଲେ। ଭାଜପା ବ୍ୟତୀତ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ଶିବସେନା (ଶିନ୍ଦେ ଦଳ) ସମେତ ଏହାର ସହଯୋଗୀମାନେ ମଧ୍ୟ ସେମାନଙ୍କ ଏମପିମାନଙ୍କୁ ହ୍ବିପ ଜାରି କରିଛନ୍ତି।

ନିୟମ ଅନୁଯାୟୀ, ସମ୍ବିଧାନର ଏହି ସଂଶୋଧନଗୁଡ଼ିକ ପାସ୍‌ ହେବା ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଏବଂ ଲୋକ ସଭାରେ ଭୋଟ ଗ୍ରହଣ କରାଯିବା ଆବଶ୍ୟକ। ଆଜି ମୋଟ ୪୬୧ଜଣ ସଦସ୍ୟ ମତଦାନରେ ଭାଗ ନେଇଛନ୍ତି। ଏହି ବିଲ୍‌ ପାସ୍‌ କରିବାକୁ ହେଲେ ୪୬୧ ଜଣଙ୍କ ମଧ୍ୟରୁ ୩୦୭ ଜଣଙ୍କ ସମର୍ଥନ ଆବଶ୍ୟକ। ମାତ୍ର ଏହା ସପକ୍ଷରେ ୨୬୯ ଜଣ ଭୋଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri