Posted inଜାତୀୟ

ଏକ ଦେଶ-ଏକ ନିର୍ବାଚନ: ଭୋଟିଂରେ ଯୋଗ ଦେଲେନି ୨୦ରୁ ଅଧିକ ଭାଜପା ଏମପି, ଦଳକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୭।୧୨: ସଂସଦରେ ଆଜି ଏକ ଦେଶ-ଏକ ନିର୍ବାଚନ ବିଲ ଆଗତ କରାଯାଇଛି। ଏଥିପାଇଁ କେନ୍ଦ୍ରରେ କ୍ଷମତାସୀନ ଦଳ ଭାଜପା ନିଜ ଏମପିମାନଙ୍କୁ ଏକ ହ୍ବିପ ଜାରି କରିଥିଲା। ଏହା ସତ୍ତ୍ୱେ ୨୦ରୁ ଅଧିକ ଭାଜପା ଏମପି ସଂସଦରେ ଅନୁପସ୍ଥିତ ରହିଥିଲେ। ହ୍ବିପ ଜାରି କରିବା ପରେ ବି ଏମପିମାନେ ଅନୁପସ୍ଥିତ ରହିଥିବାରୁ ଦଳର ହାଇ କମାଣ୍ଡ ଅସନ୍ତୋଷ ଅଛନ୍ତି। ସେଥିପାଇଁ ସେମାନଙ୍କୁ ଏକ ନୋଟିସ୍‌ ପଠାଯିବ ବୋଲି ଦଳ କହିଛି।

ଏହାପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକକାଳୀନ ଲୋକ ସଭା ଓ ବିଧାନସଭା ନିର୍ବାଚନ କରିବା ପାଇଁ ଲୋକ ସଭାରେ ସମ୍ବିଧାନ ସଂଶୋଧନ ବିଲ ଆଗତ କରିଥିଲେ। ଉପସ୍ଥାପନ ପରେ ୨୬୯ ସଦସ୍ୟ ଏହାର ସପକ୍ଷରେ ଏବଂ ୧୯୮ ଜଣ ଏହା ବିରୋଧରେ ମତ ଦେଇଛନ୍ତି। ଏହି ବିଲ ଆଗତ ହେବା ପରେ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଟିଏମସିର ଏମପିମାନେ ଏହାକୁ କଡା ଟାର୍ଗେଟ କରିଛନ୍ତି।

ଉଭୟ ଶାସକ ଭାଜପା ଏବଂ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ବିଲ ଆଗତ ହେବା ପୂର୍ବରୁ ସେମାନଙ୍କ ସମସ୍ତ ଏମପିଙ୍କୁ ତିନି ଧାଡିର ହ୍ବିପ ଜାରି କରିଥିଲେ। ଭାଜପା ବ୍ୟତୀତ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ଶିବସେନା (ଶିନ୍ଦେ ଦଳ) ସମେତ ଏହାର ସହଯୋଗୀମାନେ ମଧ୍ୟ ସେମାନଙ୍କ ଏମପିମାନଙ୍କୁ ହ୍ବିପ ଜାରି କରିଛନ୍ତି।

ନିୟମ ଅନୁଯାୟୀ, ସମ୍ବିଧାନର ଏହି ସଂଶୋଧନଗୁଡ଼ିକ ପାସ୍‌ ହେବା ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଏବଂ ଲୋକ ସଭାରେ ଭୋଟ ଗ୍ରହଣ କରାଯିବା ଆବଶ୍ୟକ। ଆଜି ମୋଟ ୪୬୧ଜଣ ସଦସ୍ୟ ମତଦାନରେ ଭାଗ ନେଇଛନ୍ତି। ଏହି ବିଲ୍‌ ପାସ୍‌ କରିବାକୁ ହେଲେ ୪୬୧ ଜଣଙ୍କ ମଧ୍ୟରୁ ୩୦୭ ଜଣଙ୍କ ସମର୍ଥନ ଆବଶ୍ୟକ। ମାତ୍ର ଏହା ସପକ୍ଷରେ ୨୬୯ ଜଣ ଭୋଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri