ସହାୟତା ବାହାନାରେ ୧୦ ଲକ୍ଷ ଲୁଟିଲେ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ବିଦେଶୀଙ୍କ ନାଁରେ ସହାୟତା ବାହାନାରେ ଲୁଟୁଛନ୍ତି ସାଇବର ଅପରାଧୀ। ପୂର୍ବରୁ ଓଡ଼ିଶାର ୨ଜଣ ବ୍ୟକ୍ତି ଏମିତି ଠକେଇର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇଥିବାବେଳେ ଏବେ ଆଉଜଣଙ୍କଠାରୁ ସାଇବର ଅପରାଧୀମାନେ ୧୦ଲକ୍ଷ ୩୬ହଜାର ଟଙ୍କା ଲୁଟି ନେଇଛନ୍ତି। ଠକେଇର ଶିକାର ହୋଇଛନ୍ତି ଢେଙ୍କାନାଳର ସିଦ୍ଧାର୍ଥ ଶଙ୍କର ପାଣି(୪୫)। ତାଙ୍କ ଅଭିଯୋଗକ୍ରମେ କ୍ରାଇମ୍‌ବ୍ରାଞ୍ଚର ସାଇବର ଥାନାରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଛି।
ଅଭିଯୋଗ ଅନୁଯାୟୀ, ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁମୁସି ଅଞ୍ଚଳରେ ପରିବାର ସହ ରହୁଥିବା ସିଦ୍ଧାର୍ଥ ଫେସ୍‌ବୁକ୍‌ରେ ମରିନ ଆଲେକ୍ସ ନାମକ ମହିଳାଙ୍କ ସହ ପରିଚୟ ହୋଇଥିଲେ। ମହିଳା ଜଣକ ତାଙ୍କ ଘର ଲଣ୍ଡନ ହୋଇଥିବା କହିଥିଲେ। ଉଭୟେ ବହୁ ସମୟ ଚାଟିଂ କରିବା ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଲକ୍‌ଡାଉନ୍‌ ସମୟରେ ଭାରତର ଅନେକ ଗରିବ ଲୋକ ଜୀବିକା ଓ ରୋଜଗାର ହରାଇ ହଇରାଣ ହେଉଥିବାରୁ ସେମାନଙ୍କୁ ଆର୍ଥିକ ସହାୟତା ଦେବାକୁ ଚାହୁଁଥିବା ଓ ପ୍ରଥମେ ଓଡ଼ିଶାର ଢେଙ୍କାନାଳରୁ ଏହି ସହାୟତାକୁ ଆରମ୍ଭ କରିବାକୁ ଚାହୁଁଥିବା ମରିନ କହିଥିଲେ। ସିଦ୍ଧାର୍ଥ ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନା ଅନୁସାରେ ଗତ ମାସ ୨୯ ତାରିଖ ସକାଳ ୧୦ଟା ୩୯ରେ ମରିନ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚତ୍ ଯାଇଥିବା ସିଦ୍ଧାର୍ଥଙ୍କୁ ଜଣାଇଥିଲେ। ଏପରି କି ସେ ସାଙ୍ଗରେ ଆଣିଥିବା ଅଢେଇ ଲକ୍ଷ ପାଉଣ୍ଡ୍‌ର ଡ୍ରାଫ୍‌କୁ ଭାରତୀୟ ମୁଦ୍ରାରେ ପରିଣତ କରିବାରେ ସମସ୍ୟା ହୋଇଛି। ବିମାନ ବନ୍ଦରରେ କଷ୍ଟମ ବିଭାଗର ଅଧିକାରୀମାନେ ଇନ୍‌କମ ଟ୍ୟାକ୍ସ, କରେନ୍ସି ଏକ୍ସଚେଞ୍ଜ୍‌ ଚାର୍ଜ ସହ ବିଭିନ୍ନ ବାବଦକୁ ଭାରତୀୟ ମୁଦ୍ରା ଆବଶ୍ୟକ ହେଉଥିବାରୁ ଏକ୍ଷେତ୍ରରେ ସହଯୋଗ ଚାହିଁଥିଲେ। ପହଞ୍ଚତ୍ବା ପରେ ସବୁ ଟଙ୍କା ଫେରସ୍ତ ଦେବାକୁ କହିଥିଲେ। ସିଦ୍ଧାର୍ଥଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ମହିଳା ଜଣକ ଅନ୍ୟଜଣେ ମହିଳାଙ୍କୁ କଷ୍ଟମ ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ କଥା କରାଇଥିଲେ। ମହିଳାଙ୍କ ଫୋନ୍‌ ନମ୍ବର ଟ୍ରୁ କଲ୍‌ରେ ଦିଲ୍ଲୀ ଏୟାରପୋର୍ଟ ଅଥରିଟି ବୋଲି ଲେଖା ଆସିବା ପରେ ସିଦ୍ଧାର୍ଥଙ୍କର ବିଶ୍ୱାସ ଆହୁରି ବଢ଼ିଯାଇଥିଲା। ତେଣୁ ସେ ତୁରନ୍ତ ବିଭିନ୍ନ ପର୍ଯ୍ୟାୟରେ ୧୦ ଲକ୍ଷ ୩୬ ହଜାର ଟଙ୍କା ଦେଇଥିଲେ। ହେଲେ ଏହାପରେ ବି ମରିନ ଅନ୍ୟ କିଛି ବାହାନା ଦେଖାଇ ଆଉ କିଛି ଟଙ୍କା ମାଗିବାରୁ ସିଦ୍ଧାର୍ଥଙ୍କର ସନ୍ଦେହ ହୋଇଥିଲା। ସେ ଉକ୍ତ ମହିଳାଙ୍କୁ ବିଭିନ୍ନ କଥା ପଚାରିବାରୁ ସେ ଫୋନ୍‌ କାଟି ଦେଇ ଆଉ ଉଠାଇ ନ ଥିଲେ। ଶେଷରେ ଠକେଇର ଶିକାର ହୋଇଥିବା ଜାଣି ସିଦ୍ଧାର୍ଥ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ କଟକ ପୁରୀଘାଟ ଅଞ୍ଚଳରେ ରହୁଥିବା ମାନସ ରଞ୍ଜନ ମିଶ୍ରା ଏହିଭଳି ଠକେଇର ଶିକାର ହୋଇ ୪୫ ଲକ୍ଷ ହରାଇଥିଲେ। ତାଙ୍କୁ ଏଲିଜାବେଥ ନଁାରେ ମେଲ୍‌ କରିଥିବା ଜଣେ ମହିଳା ଲଣ୍ଡନ ବାସିନ୍ଦା ବୋଲି ପରିଚୟ ଦେଇ ଓଡ଼ିଶାରେ ଏକ କମ୍ପାନୀ ଖୋଲିବା ନାଁରେ ସମାନ ଢଙ୍ଗରେ ଠକେଇ କରିଥିଲେ। ସେହିପରି ପୁରୀର ଜଣେ ଆଇନଜୀବୀଙ୍କ ସ୍ତ୍ରୀଙ୍କଠାରୁ ସାଇବର ଠକମାନେ ୨୦ ଲକ୍ଷ ଲୁଟି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri