ଭାରତ-ପାକିସ୍ତାନର ଝାଞ୍ଜି ଯୋଗୁ ପୃଥିବୀର ପ୍ରତି ୫ ଜଣରେ ଜଣେ ପ୍ରଭାବିତ: ସର୍ଭେ ରିପୋର୍ଟ …

ଲଣ୍ଡନ, ୨୮।୪ : ଭାରତ ଏବଂ ପାକିସ୍ଥାନରେ ଝାଞ୍ଜି ପବନର ପ୍ରଭାବ ସମଗ୍ର ପୃଥିବୀ ଉପରେ ପଡ଼ିବା ଆରମ୍ଭ କରିଛି। ଏକ ରିପୋର୍ଟ ଅନୁସାରେ ପୃଥିବୀର ପ୍ରତି ୫ ଜଣରେ ଜଣେ ଲୋକ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି। ପରିବେଶ ବିଜ୍ଞାନିଙ୍କ ପକ୍ଷରୁ ନିକଟରେ ହୋଇଥିବା ବିଶ୍ଳେଷଣ ଅନୁଯାୟୀ, ଏହି ଝାଞ୍ଜି ପବନ ଜଳବାୟୁ ପରିବର୍ତ୍ତନ ସହିତ ସିଧାସଳଖ ଜଡିତ।

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପାକିସ୍ତାନର ଜୈକବାବାଦରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା ପୃଥିବୀର ସବୁଠୁ ଉତ୍ତପ୍ତ ସ୍ଥାନ ଭାବରେ ପରିଗଣିତ ହେବାକୁ ଯାଉଛି ।

ଭାରତର ରାଜଧାନୀ ଦିଲ୍ଲୀ ର ତାପମାତ୍ରା ମଧ୍ୟ ୪୪-୪୫ ଡିଗ୍ରୀ ସେଲସିୟସ ରହିବା ଦ୍ୱାରା ଏହା ଏପ୍ରିଲର ସବୁଠୁ ଉତ୍ତପ୍ତ ସ୍ଥିତିରେ ପହଞ୍ଚିଛି। ଏହା ସହିତ ଭାରତର ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ତାପମାତ୍ରା ୪୬ ଡିଗ୍ରୀ ଛୁଇଁବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଜନସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ବର୍ଷର ପ୍ରାରମ୍ଭରେ ଏଭଳି ପ୍ରବଳ ଉତ୍ତାପ ବିପଜ୍ଜନକ ।

ଅଧ୍ୟୟନରେ, ଡକ୍ଟର ମାରିଆମ ଜାକରିଆସ ଏବଂ ଇମ୍ପେରିଆଲ କଲେଜ ଲଣ୍ଡନର ଡକ୍ଟର ଫ୍ରେଡେରିକ ଅଟୋ ଜାଣିବାକୁ ପାଇଛନ୍ତି ଯେ ଏହି ମାସ ଆରମ୍ଭରୁ ବିଭିନ୍ନ ମାନବ କାର୍ଯ୍ୟକଳାପ ହେତୁ ଭାରତରେ ତାପମାତ୍ରା ବୃଦ୍ଧି ଏକ ସାଧାରଣ ଘଟଣାରେ ପରିଣି ହୋଇସାରିଛି। ଏହାର ପ୍ରଭାବ ବିଶ୍ୱ ତାପମାତ୍ରାକୁ ପ୍ରଭାବିତ କରୁଛି। ଫଳରେ ବିଶ୍ୱର ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଉଛି।

ଇମ୍ପେରିଆଲ କଲେଜ ଲଣ୍ଡନର ଗ୍ରାଣ୍ଟାମ ଇନଷ୍ଟିଚୂ୍ୟଟର ରିସର୍ଚ୍ଚ ଆସୋସିଏଟ ଡ. ମରିୟମ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ଭାରତରେ ତାପମାତ୍ରା ବୃଦ୍ଧି ହେବାର ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ କାରଣରେ ପରିଣତ ହୋଇଛି। ବିଶ୍ୱର ତାପମାତ୍ରା ବୃଦ୍ଧିରେ ମାନବ କାର୍ଯ୍ୟକଳାପର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ତେବେ ଭାରତରେ ୫୦ ବର୍ଷରେ ଥରେ ଏପରି ଉତ୍ତାପ ଅନୁଭୁତ ହେଉଥିବା ରିପୋର୍ଟରେ ପ୍ରକାଶିତ ହୋଇଛି। କିନ୍ତୁ ବର୍ତ୍ତମାନ ଏହା ଏକ ସାଧାରଣ କଥା ହୋଇଗଲାଣି ଫଳରେ ଏବେ ପ୍ରତି ଚାରି ବର୍ଷରେ ଥରେ ଏପରି ଭୟଙ୍କର ଉତ୍ତାପ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଡ. ମରିୟମ କହିଛନ୍ତି।

ରିପୋର୍ଟ ଅନୁଯାୟୀ, ଗତ ୧୨୨ ବର୍ଷ ମଧ୍ୟରେ ମାର୍ଚ୍ଚ ମାସରେ ଭାରତରେ ଉତ୍ତପ୍ତ ମାର୍ଚ୍ଚ ଥିଲା। ଏହି ଅପ୍ରତ୍ୟାଶିତ ଉତ୍ତାପ ହେତୁ ଦେଶର ବିଭିନ୍ନ ସ୍ଥାନରେ ଗହମ ଉତ୍ପାଦନ ୧୦ ରୁ ୩୫ ପ୍ରତିଶତ ହ୍ରାସ ପାଇଛି।
ଗୁଜରାଟର ବିପର୍ଯ୍ୟୟ ପରିଚାଳନା ଇନଷ୍ଟିଚ୍ୟୁଟର ସହକାରୀ ପ୍ରଫେସର ତଥା ପ୍ରୋଗ୍ରାମ ମ୍ୟାନେଜର ଡକ୍ଟର ଅଭିଯନ୍ତ ତିୱାରୀ କହିଛନ୍ତି ଯେ ଅତ୍ୟଧିକ ଉତ୍ତାପର ବାରମ୍ବାର ଅନୁଭୁତ ହେବା ଦ୍ୱାରା ବିପର୍ଯ୍ୟୟ ସୃଷ୍ଟି ହେବାକୁ ଯାଉଛି। ଏହାକୁ ଏଡାଇ ଦିଆଯାଇପାରିବ ନାହିଁ।

ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଏସିଆ ଚଳିତ ସପ୍ତାହରେ ସର୍ବୋଚ୍ଚ ତାପମାତ୍ରାରେ ପହଞ୍ଚିବ ବୋଲି ଆଶା କରାଯାଉଥିବାବେଳେ ଏହା ମଧ୍ୟ ସତ୍ୟ ଯେ ଭାରତ ଉପମହାଦେଶ କେବଳ ଏହି ସମୟରେ ପ୍ରବଳ ଉତ୍ତାପର ସମ୍ମୁଖୀନ ହେଉନାହିଁ, ବରଂ ଆର୍ଜେଣ୍ଟିନା ଏବଂ ପାରାଗୁଏରେ ମଧ୍ୟ ଅପ୍ରତ୍ୟାଶିତ ଭାବରେ ଉତ୍ତାପ ବୃଦ୍ଧି ପାଇଛି। ପାରାଗୁଏର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏଥି ସହିତ ଚାଇନାରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ, ତୁର୍କୀ ଏବଂ ସାଇପ୍ରସରେ ୩୬ ଡିଗ୍ରୀ ସେଲସିୟସରେ ପହଞ୍ଚିବାର ସମ୍ଭାବନା ଅଛି ବୋଲି ଡ. ତିଓ୍ବାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri