‘ମୁଁ ଟିକା ପାଇନାହିଁ’

ଭୁବନେଶ୍ୱର, ୮।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଶତପ୍ରତିଶତ ଟିକାକରଣ ହୋଇଥିବାନେଇ ଗତ ୩୧ ତାରିଖରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଏବେ ବି ସହରର ଟିକାକରଣ କେନ୍ଦ୍ର ସମ୍ମୁଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏପରି କି ଅନେକ ଟିକା ନେଇ ନ ଥିବା ପ୍ରକାଶ କରୁଛନ୍ତି। କେଉଁ ତଥ୍ୟ ଆଧାରରେ ବିଏମ୍‌ସି କର୍ତ୍ତୃପକ୍ଷ ଏଭଳି ସୂଚନା ଦେଲେ ତାହା ଟିକା ନେଇ ନ ଥିବା ଲୋକମାନେ ପ୍ରଶ୍ନ କରୁଛନ୍ତି। ଭୁବନେଶ୍ୱର ବାସିନ୍ଦାଙ୍କୁ ଟିକାକରଣ ସମ୍ପର୍କରେ ଧରିତ୍ରୀ ପକ୍ଷରୁ ଅଗଷ୍ଟ ୬ତାରିଖ ଶୁକ୍ରବାର ବିଭିନ୍ନ ଲୋକଙ୍କୁ ଭେଟି ସେମାନଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଏପରି କି ସେହିଦିନ ବିଏମ୍‌ସି ହସ୍ପିଟାଲରେ ପ୍ରଥମ ଡୋଜ୍‌ ଟିକା ନେବାକୁ ଲୋକ ଲଗାଇଥିବା ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ଲୋକଙ୍କ ପ୍ରତିକ୍ରିୟା ପାଇବା ପରେ ରାଜଧାନୀରେ ଶତପ୍ରତିଶତ ଟିକାକରଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ ଜୁଲାଇ ମାସ ସୁଦ୍ଧା ରାଜଧାନୀରେ ଟିକାକରଣ ନେଇ ବିଏମ୍‌ସି ପକ୍ଷରୁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ତାହା ପୂରଣ ହୋଇଛି। ବହୁତ ଲୋକ ଭୁବନେଶ୍ୱର ବାହାରୁ ଆସି ଟିକା ନେଉଛନ୍ତି। ତେଣୁ ଏବେବି ସହରର ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଲମ୍ବା ଧାଡି ଲାଗୁଛି ବୋଲି ବିଏମ୍‌ସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି। ଟିକାକରଣକୁ ନେଇ ଅଗଷ୍ଟ ୬ତାରିଖରେ ରାଜଧାନୀବାସୀ ଦେଇଥିବା ମତାମତକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

ଆଜି ଅଗଷ୍ଟ ମାସ ୬ ତାରିଖ। ମୁଁ ଭୁବନେଶ୍ୱରରେ ରହେ। ମୋ ବୟସ ୨୮ବର୍ଷ। ମୁ ଏଯାବତ୍‌ କରୋନା ପ୍ରଥମ ଡୋଜ୍‌ ଟିକା ନେଇ ନାହିଁ। ଟିକା ଦିଆଯାଉଛି ଏବେ ନେଇଯିବି।
– ସସ୍ମିତା କଅଁର

ମୁଁ ଗ୍ୟାରେଜ୍‌ ଛକ ଅଞ୍ଚଳରେ ୨୫ବର୍ଷ ଧରି ରହି ଆସୁଛି। ମୋର ବୟସ ୩୬ ବର୍ଷ। ଆଧାର କାର୍ଡ ଅନୁଯାୟୀ ମୁଁ ଭୁବନେଶ୍ୱର ବାସିନ୍ଦା। ଟିକା ନେବାକୁ ଥରେ ଯାଇଥିଲି। ହେଲେ ଟିକା ଆସିନି ବୋଲି କହିବାରୁ ମୁଁ ଫେରି ଆସିଥିଲି। ଖୁବ୍‌ଶ୍ରୀଘ୍ର ଯାଇ ଟିକା ନେବି।
– ପାର୍ବତୀ ସାହୁ

ଗ୍ୟାରେଜ୍‌ ଅଞ୍ଚଳରେ ଦୀର୍ଘ ଦିନ ଧରି ରହୁଛି। ମୋର ପରିଚୟ ପତ୍ର ମଧ୍ୟ ଭୁବନେଶ୍ୱରର ରହିଛି। ମୁଁ ଏଯାବତ୍‌ ଟିକା ନେଇ ନାହିଁ।
– ଲକ୍ଷ୍ମୀ ସାହୁ

ମୋର ବୟସ ୩୯ ବର୍ଷ। ପ୍ରାୟ ୩୫ବର୍ଷ ହେବ ମଁୁ ଭୁବନେଶ୍ୱରରେ ରହୁଛି। ମୋର ପରିଚୟ ପତ୍ର ସବୁ ଏଠାକାର। ଆଜି ଅଗଷ୍ଟ ୬ତାରିଖ। ମୁଁ ଏଯାବତ୍‌ କରୋନା ପ୍ରଥମ ଟିକା ନେଇ ନାହିଁ। ମୋ ମା ଓ ବାପା ମଧ୍ୟ ଟିକା ନେଇ ନାହାନ୍ତି। ପ୍ରଶାସନ ତରଫରୁ କେହି ଇନ୍‌କ୍ୱାରି ମଧ୍ୟ କରି ନାହାନ୍ତି। ବିଏମ୍‌ସି ତରଫରୁ ଭୁବନେଶ୍ୱରବାସୀଙ୍କୁ ଶତପ୍ରତିଶତ ଟିକାକରଣ କରାଯାଇଥିବାନେଇ କୁହାଯାଉଥିଲେ ସୁଦ୍ଧା ତାହା ବାସ୍ତବ ଚିତ୍ର ନୁହେଁ। ତଥ୍ୟରେ ତାଳମେଳ ରହି ନ ଥାଇପାରେ।
– ବସନ୍ତ ପ୍ରଧାନ

ଭୁବନେଶ୍ୱର ଗ୍ୟାରେଜ ଅଞ୍ଚଳରେ ବିଜୁବାବୁ ଅମଳରୁ ରହି ଆସୁଛୁ। ଏଠାକାର ସ୍ଥାନୀୟ ବାସିନ୍ଦା ଭଳି ରହୁଛୁ । ଗାଁକୁ ଯାଉନାହୁଁ। ଏଯାବତ୍‌ ଟିକା ନେଇ ନାହିଁ।
– ରମା ପ୍ରଧାନ

ଭୁବନେଶ୍ୱର ସାଲିଆ ସାହି ଅଞ୍ଚଳରେ ୪୦ବର୍ଷ ହେଲା ରହିଲିଣି। ଏପର୍ଯ୍ୟନ୍ତ ଟିକା ନେଇ ନାହିଁ। ଏନେଇ ଭୟ ମଧ୍ୟ ଲାଗୁ ନାହିଁ। ଟିକା ନେବାକୁ ଚେଷ୍ଟା କରୁଛି। ଆଇନ୍‌କାନୁନ୍‌ ସମସ୍ତେ ମାନିଲେଣି। ଖବ୍‌ଶୀଘ୍ର ଟିକା ନେବି।
– ବିଜୟ ମହାରଣା

ଭୁବନେଶ୍ୱର ନିରାକାର ନଗରରେ ରହୁଛି। ଏଯାବତ୍‌ ଟିକା ନେଇ ନାହିଁ। ଟିକା ନେବାକୁ ଯୋଜନା କରିଛି।
– ପୂର୍ଣ୍ଣମାସୀ ନାୟକ

ଭୁବନେଶ୍ୱର ଗୌରୀନଗରସ୍ଥିତ ମା’ ଗୌରୀ ବସ୍ତିରେ ରହୁଛି। ଭୁବନେଶ୍ୱର ବାସିନ୍ଦାଭାବେ ମୋର ପରିଚୟପତ୍ର ରହିଛି। ମୋର ବୟସ ୪୫ବର୍ଷ। ପୂର୍ବରୁ ୨ଥର ଯାଇଥିଲି। ହେଲେ ନ ମିଳିବାରୁ ଫେରି ଆସିଛି। ଅଗଷ୍ଟ ୬ତାରିଖରେ ପ୍ରଥମ ଟିକା ନେଇଛି।
– ମଙ୍ଗୁଚରଣ ପୃଷ୍ଟି

ମୁଁ ଭୁବନେଶ୍ୱର ବାସିନ୍ଦା । ମୋର ବୟସ ୨୦ବର୍ଷ। ପ୍ରଥମ ଡୋଜ୍‌ ଟିକା ନେବାକୁ ଆସିଛି। ପୂର୍ବରୁ ସ୍ଲଟ ମିଳୁ ନ ଥିଲା। ଏପରି କି ଓ୍ବାକ୍‌ ଇନ୍‌ ଭାକ୍ସିନେଶନ ମିଳୁ ଥିବା ନେଇ ଜାଣି ନ ଥିଲି। ସମସ୍ତଙ୍କୁ ଟିକା ଦିଆଯାଇଥିବା ନେଇ ବିଏମ୍‌ସି ଯେଉଁ କଥା କହୁଛି, ସେଥିରେ ସତ୍ୟ ଥିବା ଭଳି ମନେ ହେଉ ନାହିଁ। କାରଣ ମୁଁ ଏଯାବତ୍‌ ଟିକା ନେଇ ନାହିଁ।
– ଅଭିଷେକ ମିଶ୍ର

ଆଜି ଅଗଷ୍ଟ ୬ତାରିଖରେ ମୁଁ ବିଏମ୍‌ସି ହସ୍ପିଟାଲକୁ ଟିକା ନେବାକୁ ଆସିଛି। ମୋର ପରିଚୟ ପତ୍ରରେ ଭୁବନେଶ୍ୱର ବାସିନ୍ଦା ବୋଲି ଉଲ୍ଲେଖ ରହିଛି।
– ଅପର୍ଣ୍ଣା ବେହେରା

ମୁଁ ସୁନ୍ଦରପଦା ଅଞ୍ଚଳରେ ରୁହେ। ପୂର୍ବରୁ ନେଇ ପାରି ନ ଥିଲି। ଆଜି ମୁଁ ପ୍ରଥମ ଡୋଜ୍‌ ନେବାକୁ ବିଏମ୍‌ସି ହସ୍ପିଟାଲକୁ ଆସି ଅପେକ୍ଷା କରିଛି।
– ରସ୍ମିତା ପ୍ରଧାନ

ମୁଁ ଭୁବନେଶ୍ୱର ବାସିନ୍ଦା। ମୋର ବୟସ ୪୫ବର୍ଷ। ଅଗଷ୍ଟ ୬ତାରିଖରେ ପ୍ରଥମ ଡୋଜ୍‌ ଟିକା ନେବାକୁ ବିଏମ୍‌ସି ହସ୍ପିଟାଲକୁ ଆସିଛି। – ଲିଙ୍ଗରାଜ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri