ଏକାଅଶୀରୁ ଶହେଏକାଅଶୀ

ପ୍ରୀତିଛନ୍ଦା ଧଳ

 

ଦୀର୍ଘ ୨୭ ବର୍ଷର ମହିଳା ସଂରକ୍ଷଣ ବିଲ୍‌ ଝୁଲି ରହିଲା ପରେ ଏବେ ଏହା ଉପରେ ମୋହର ବାଜିଛି। ରାଜନୀତି କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧିକାର ଦେବା ହେଉଛି ଏଇ ସଂରକ୍ଷଣ ନୀତିର ମୂଳ ଉଦ୍ଦେଶ୍ୟ। ଯେଉଁ ରାଷ୍ଟ୍ରରେ ମହିଳାମାନେ ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି, ସେ ରାଷ୍ଟ୍ର ସେତେ ପ୍ରଗତିର ରାସ୍ତାରେ ଆଗକୁ ବଢ଼ି ଚାଲିଥାଏ, ତାହା ସମସ୍ତେ ଜାଣିଛେ। ଏବେ ଯେତେବେଳେ ରାଜନୀତି କ୍ଷେତ୍ରରେ ମହିଳାମାନଙ୍କର ସ୍ଥିତିକୁ ଆମେ ତର୍ଜମା କରିବା, ତା’ହେଲେ ଏଇ ବିଲ୍‌ ଦ୍ୱାରା ଅନେକ ପ୍ରଗତିର ରାସ୍ତା ଖୋଲିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।
ଯଦି ଏହି ବିଲ୍‌କୁ ଆମେ ଦେଖିବା ତା’ହେଲେ ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି କହିଲେ ଭୁଲ୍‌ ହେବ ନାହିଁ। ପ୍ରଥମେ ଲୋକ ସଭାରେ ୫% ମହିଳା ପ୍ରତିନିଧିତ୍ୱ କରୁଥିଲାବେଳେ ବର୍ତ୍ତମାନ ୧୪% ମହିଳା ପ୍ରତିନିଧିତ୍ୱ କରୁଛନ୍ତି। ବିଲ୍‌ ପାରିତ ହେବା ପରେ ଏହା ୩୩%କୁ ବଢ଼ିଯିବ। ଅର୍ଥାତ୍‌ ଏବେ ମହିଳାଙ୍କ କବ୍‌ଜାରେ ବହୁ ଆସନ ରହିବ। ଏହି ବିଲ୍‌ ଅନୁଯାୟୀ ନୂଆ ଚିଠାର ଉପସ୍ଥାପନା ପରେ ସ୍ପଷ୍ଟ ହୋଇଗଲା ଯେ, ଆସନ୍ତା ୨୦୨୪ ନିର୍ବାଚନରେ ନୁହେଁ ବରଂ ଏହା ତା’ ପରବର୍ତ୍ତୀ ନିର୍ବାଚନରେ କାର୍ଯ୍ୟକାରୀ ହେବ, ଯାହାକୁ ନେଇ ଏବେ ବିତର୍କ ଆରମ୍ଭ ହୋଇଯାଇଛି। ଯଦିଓ ଏହା ପୂର୍ବରୁ ଲୋକ ସଭାରେ ଉପସ୍ଥାପନା କରାଯାଇଛି, କିନ୍ତୁ ମତଭେଦ କାରଣରୁ ଏହା ପାରିତ ହୋଇ ପାରୁ ନ ଥିଲା। ରାଜନୀତି କ୍ଷେତ୍ରରେ ଅଗ୍ରାଧିକାର ଦେବା ପାଇଁ ପୌରାଞ୍ଚଳ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନ ଥିଲା। ୧୯୯୬ରେ ଦେବଗୌଡ଼ା ନେତୃତ୍ୱାଧୀନ ସରକାର ଏହି ବିଲ୍‌କୁ ପ୍ରଥମେ ପାରିତ କରିବା ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ସେତେବେଳେ ଶାସକଦଳ ସହ ଏକମତ ସମସ୍ତେ ହୋଇପାରି ନଥିଲେ। ଫଳରେ ସେଇଠି ସେ ବିଲ୍‌ ପାରିତ ସ୍ବପ୍ନ ଅଧାରେ ରହିଯାଇଥିଲା।
ଆଜି ଏତେ ବର୍ଷ ପରେ ଭାଜପା ସରକାର ଯେତେବେଳେ ଏଇ ପ୍ରୟାସକୁ ସାକାର କରିଛି; ସେତେବେଳେ ଅନେକ ମହିଳା ସଂଗଠନ, ଅନେକ ମହିଳା ଯେଉଁମାନେ କି ରାଜନୀତିରେ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଅଛନ୍ତି, ସେମାନଙ୍କ ପାଖରେ ଗୋଟେ ଆଗକୁ ବଢ଼ିବାର ବାଟ ଖୋଲିଯାଇଛି। ବିଳମ୍ବ ହେବ ସତ, କିନ୍ତୁ ମହିଳା ସଶକ୍ତୀକରଣକୁ ନେଇ ସମସ୍ତେ ଯେଉଁ ସ୍ବପ୍ନ ଦେଖୁଛନ୍ତି ତାହା ସାକାର ହେବାର ଶୀର୍ଷକୁ ଆମେ ଗତି କରୁଛେ ବୋଲି କହିଲେ ଭୁଲ୍‌ ହେବ ନାହିଁ। ନିକଟରେ ସାଂସଦ ଓ ଅଭିନେତ୍ରୀ ହେମାମାଳିନୀ ସଂସଦ ଭବନରେ ଆମେ ଏବେ ୮୧ ଅଛୁ, ଆଗକୁ ୧୮୧ ହେବୁ ବୋଲି ନିଜର ମତ ରଖିଛନ୍ତି, ଯାହାକି ଆଗାମୀ ଦିନରେ ନିଜ ନିଜ ରାଜନୀତିକ ଦଳରେ କାମ କରୁଥିବା ସଙ୍ଗଠନ ସଜାଡୁଥିବା ମହିଳାମାନଙ୍କ ପାଇଁ ଏକ ଶକ୍ତିଶାଳୀ ବାର୍ତ୍ତା କହିଲେ କିଛି ଭୁଲ ହେବ ନାହିଁ। ଆଜିକାଲି ମହିଳା ଶକ୍ତି ପ୍ରତ୍ୟକ କ୍ଷେତ୍ରରେ ଅଗ୍ରଣୀ ହେଉଛି। ଏହାକୁ ଏକ ବଡ଼ ପୁଞ୍ଜି କହିବାରେ କିଛି ଅସୁବିଧା ନାହିଁ। ଅନେକଙ୍କ ମତ ଯଦି ସଂରକ୍ଷଣ ବିଲ୍‌ ଆସିଲା, ତା’ହେଲେ କାହିଁକି ତାହାର କାର୍ଯ୍ୟକାରିତା ଆଗାମୀ ନିର୍ବାଚନରେ ହେବ ନାହିଁ ବଡ଼ ପ୍ରଶ୍ନ ଏବେ?
ଆଉ ସବୁଠାରୁ ବଡ଼ କଥା ହେଲା ସଂରକ୍ଷଣ ବିଲ୍‌କୁ କେତେଦୂର ନିଜ ନିଜ ଦଳରେ କାର୍ଯ୍ୟରେ ଲଗାଉଛନ୍ତି। ମନେରଖିବାକୁ ପଡ଼ିବ ଯେ, ଏତେ ଉନ୍ନତ ଚିନ୍ତାଧାରା ସତ୍ତ୍ୱେ ମଧ୍ୟ ଆଜି ମହିଳା ଦଳରେ ନିଜର ସେତିକି ଦବ୍‌ଦବା ରଖୁ ସେ କଥା ସମସ୍ତଙ୍କର ବିଶେଷକରି ପୁରୁଷପ୍ରାଧାନ୍ୟ ରାଜନୀତିରେ ପୁରୁଷମାନେ ଚାହାନ୍ତି ନାହିଁ ଏ କଥାର ବହୁତ ଉଦାହରଣ ଆମେ ବିଗତ ଦିନରେ ଦେଖିଛେ। ଲାଲୁ ପ୍ରସାଦ ଯାଦବ ଜେଲ ଗଲା ପରେ ମୁଖ୍ୟମନ୍ତ୍ରୀ ଭାବରେ ନିଜ ପତ୍ନୀ ରାବ୍ରୀ ଦେବୀଙ୍କୁ ଗାଦିରେ ବସେଇଥିଲେ ମଧ୍ୟ ସେ ଏଇ ମହିଳା ସଂରକ୍ଷଣ ବିଲ୍‌ର ପ୍ରବଳ ବିରୋଧୀ ଥିଲେ। ଏହି ପ୍ରକାରର ମାନସିକତା ରଖୁଥିବା କିଛି ରାଜନୀତିଜ୍ଞମାନଙ୍କର ମନୋଭାବ ଯଦି ପରିବର୍ତ୍ତନ ନ ହୁଏ, ତାହେଲେ ଏହି ବିଲ୍‌ର ଯାହା ରହିଛି ପ୍ରକୃତ ଉଦ୍ଦେଶ୍ୟ ତାହା ସଫଳ ହେବା କଷ୍ଟକର ହେଇଯିବ। ଯେମିତି କି ଆମେ ଦେଖିବା ଯେ ଆଗକୁ ଜନସଂଖ୍ୟାକୁ ନେଇ ଯେଉଁ ଡିଲିମିଟେଶନ ପ୍ରକ୍ରିୟା ହେବାକୁ ଅଛି, ସେଥିରେ ସିଟ୍‌ସଂଖ୍ୟା ବଢ଼ିବା ପରେ ସଂରକ୍ଷିତ ସିଟ୍‌ରେ ଯୋଉ ମହିଳାମାନଙ୍କୁ ଟିକେଟ ଦିଆଯିବ, ସେମାନଙ୍କୁ ସେତିକି ସହଯୋଗ ଦଳ ଏବଂ ପରିବାର ତରଫରୁ ମିଳୁଛି କି ନାହିଁ। ‘ନାରୀଶକ୍ତି ବନ୍ଦନ’ ବିଲ୍‌ର ମୂଳ ପ୍ରୟାସ ରାଜନୀତି କ୍ଷେତ୍ରରେ ମହିଳାଙ୍କୁ ନୀତି ନିର୍ଦ୍ଧାରକ ସ୍ଥାନରେ ବସେଇ ପ୍ରକୃତ ମହିଳା ସଶକ୍ତୀକରଣର ବାର୍ତ୍ତାକୁ ସାରା ବିଶ୍ୱରେ ପ୍ରଚାର ପ୍ରସାର କରେଇବା ତାହା କେତେଦୂର ସଫଳ ହେବ ସେ ଦିଗରେ ସମସ୍ତଙ୍କ ପ୍ରଚେଷ୍ଟା ରହିବା ଦରକାର। କାହିଁକି ୨୪ ନୁହେଁ, କ’ଣ ପାଇଁ ୨୯? ଏ ପ୍ରଶ୍ନ ଆମେ ଆଉ ନ ପଚାରି କେମିତି ସଂରକ୍ଷଣରେ ମହିଳାମାନଙ୍କୁ ରାଜନୀତି କାର୍ଯ୍ୟ ଏବଂ ନିଷ୍ପତ୍ତି ନେବାରେ ସମ୍ପୂର୍ଣ୍ଣ ରୂପେ ସ୍ବାଧୀନତା ଦେଇପାରିବା ସେ ଦିଗରେ ସମସ୍ତେ ଚେଷ୍ଟା କରିବା ଦରକାର। ବିଶେଷକରି ଯେଉଁ ମହିଳାମାନେ ରାଜନୀତିରେ ନିଜର ସ୍ଥିତି ଜାହିର କରି ସମାଜ ଆଉ ରାଷ୍ଟ୍ର ଗଠନରେ ନିଜର ଭୂମିକାକୁ ପ୍ରତିପାଦନ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ‘ନାରୀଶକ୍ତି ବନ୍ଦନ ଅଧିନିୟମ’ ଏକ ସୁବର୍ଣ୍ଣ ସୁଯୋଗ କହିଲେ କିଛି ଭୁଲ୍‌ ହେବ ନାହିଁ। ଆଉ ରବର ଷ୍ଟାମ୍ପ୍‌ ନୁହେଁ, ନିଜସ୍ବ ନିଷ୍ପତ୍ତିରେ ଦେଶର ପ୍ରଗତିରେ ନିଜ ମତକୁ ଉପସ୍ଥାପନା କରିବାର ବେଶ ଭଲ ରାସ୍ତା ଖୋଲିଦେଲା।
ଏଇ ବିଲ୍‌। ସମ୍ପୂର୍ଣ୍ଣ ନିର୍ଭର କରୁଛି ଆମ ଉପରେ କେମିତି ଆମେ ଏହାର ଅର୍ଥାତ୍‌ ପୂରା ସୁଯୋଗ ଉଠେଇବା, କୋଉଭଳି ଭାବରେ ମହିଳାଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇପାରିବା, ରାଜନୀତି କ୍ଷେତ୍ରରେ ଏହା ଏବେ ବଡ଼ ଆହ୍ବାନ ଆମ ଦେଶ ପାଇଁ। ସବୁଠାରୁ ବଡ଼ କଥା ହେଲା ଯେ ପ୍ରକୃତ ପ୍ରତିନିଧିତ୍ୱ ଏବଂ ଯାହା ଉପରେ ଉଲ୍ଲେଖ କଲେ ଯେ ନିଷ୍ପତ୍ତି ନେବାର ଅଧିକାର ମିଳିବା ଆବଶ୍ୟକ ତା’ ସହିତ ଦେଶର ଲୋକଙ୍କ ମଧ୍ୟରେ ଅନୁଷ୍ଠାନିକ, ସାମାଜିକ ଓ ବ୍ୟାବହାରିକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଅଛି।
ମୋ: ୯୯୩୭୭୩୪୪୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri