Posted inଜାତୀୟ

ଏକମାତ୍ର ଗ୍ୟାରେଣ୍ଟି ‘ମୋଦି ଜିତିବେନି’

କଲ୍ୟାଣୀ,୧୫ା୫: ଚଳିତ ଲୋକ ସଭା ନିର୍ବାଚନରେ ‘ଇଣ୍ଡିଆ’ ବ୍ଲକ୍‌ ୩୦୦ ଆସନ ଦଖଲ କରି ସରକାର ଗଢ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର କ୍ଷମତାକୁ ଫେରିପାରିବେ ନାହିଁ। ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ଏହା ଏକମାତ୍ର ଗ୍ୟାରେଣ୍ଟି ବୋଲି ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
କଂଗ୍ରେସ ସୁପ୍ରିମୋ ମମତା କଲ୍ୟାଣୀରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା ମିଛ ବିସ୍ତାର କରି ରାଜ୍ୟର ମହିଳାମାନଙ୍କ ଛବି ମଳିନ କରୁଛି। ତେଣୁ ଗୋଟିଏ କଥା ନିଶ୍ଚିତ ହୋଇଛି। ତାହା ହେଲା ମୋଦି କ୍ଷମତାକୁ ଫେରୁନାହାନ୍ତି। ଇଣ୍ଡିଆ ବ୍ଲକ୍‌ ୨୯୫ରୁ ୩୧୫ ଆସନରେ ବିଜୟୀ ହେବ। ଭାଜପା ସର୍ବାଧିକ ୨୦୦ ଆସନରେ ସୀମିତ ହୋଇ ରହିଯିବ। ବର୍ତ୍ତମାନ ସତ ପଦାକୁ ଆସିବା ପରେ ‘ଗ୍ୟାରେଣ୍ଟି ବାବୁ’ (ମୋଦି) ସନ୍ଦେଶଖାଲିର ଭିଡିଓ ନ ଦେଖାଇବା ପାଇଁ ଟିଭି ଚ୍ୟାନେଲଗୁଡ଼ିକୁ ନିର୍ଦ୍ଦେଶ ଦେଉଛନ୍ତି। ପଶ୍ଚିମବଙ୍ଗ ଓ ରାଜ୍ୟର ମହିଳାମାନଙ୍କୁ ବଦନାମ କରିବା ପାଇଁ ଭାଜପାବାଲା ଷଡ଼ଯନ୍ତ୍ର କରିଥିଲେ, ଯାହାକି ଧରାପଡ଼ିଯାଇଛି। ପ୍ରକାଶ ଯେ, ରବିବାର ହାଓଡାରେ ରାଲିବେଳେ ପ୍ରଧାନମନ୍ତ୍ରୀ ସନ୍ଦେଶଖାଲି ପ୍ରସଙ୍ଗରେ ମମତାଙ୍କୁ ସମାଲୋଚନା କରିଥିଲେ। ଦିଦିଙ୍କ ଟିଏମ୍‌ସି ଅତୀତର କୁକାର୍ଯ୍ୟ (ମହିଳାଙ୍କୁ ଯୌନ ନିର୍ଯାତନା ଓ ଜମି ହଡ଼ପ)କୁ ଘୋଡ଼ାଇବା ପାଇଁ ଉଦ୍ୟମ କରୁଥିବା ସେ କହିଥିଲେ। ତେବେ ଜଣେ ସ୍ଥାନୀୟ ଭାଜପା ନେତା ସନ୍ଦେଶଖାଲିର ମହିଳାମାନଙ୍କଠାରୁ ସାଦା କାଗଜରେ ଦସ୍ତଖତ କରାଉଥିବା ବେଳର ଭିଡିଓ ଭାଇରାଲ ହୋଇଥିଲା। ପରେ ସେହି ସାଦା କାଗଜରେ ଟିଏମ୍‌ସି ନେତାମାନଙ୍କ ବିରୋଧରେ ଅଭିଯୋଗ ଉଲ୍ଲେଖ କରି ଥାନାରେ ଏତଲା ଦିଆଯାଇଥିଲା। ଏପରି କି ଟିଏମ୍‌ସି ବିରୋଧରେ ବିକ୍ଷୋଭ ଲାଗି ମହିଳାମାନଙ୍କୁ ଭାଜପା ଟଙ୍କା ବାଣ୍ଟିଥିଲା ବୋଲି ଅଭିଯୋଗ ହୋଇଛି। ମମତା ଆହୁରି କହିଛନ୍ତି, ଆମ ଧର୍ମୀୟ ବିଶ୍ୱାସ ହେଉ କି ଖାଦ୍ୟ ଅଭ୍ୟାସ; ଭାଜପା ସବୁ କଥାରେ ହସ୍ତକ୍ଷେପ କରୁଛି। ଏହା ଆଉ ଚାଲିବ ନାହିଁ। ରାଜ୍ୟରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ଲାଗୁ କରାଇ ଦିଆଯିବ ନାହିଁ ବୋଲି ମମତା କହିଛନ୍ତି। ଇତିମଧ୍ୟରେ ଟିଏମ୍‌ସିର ଏକ ପ୍ରତିନିଧି ଦଳ ଭାଜପା ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିବା ସହ ଏହାକୁ ମୋଦି କୋଡ୍‌ ଅଫ୍‌ କଣ୍ଡକ୍ଟ (ଏମ୍‌ସିସି) କହି ନିର୍ବାଚନ କମିଶନଙ୍କୁ ପତ୍ର ଲେଖିଛି।
ଅନ୍ୟପକ୍ଷେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉତ୍ତର ୨୪ ପ୍ରଗଣା ଜିଲାରେ କହିଛନ୍ତି, ସିଏଏ ପ୍ରସଙ୍ଗରେ ମମତା ମିଛ କହୁଛନ୍ତି। କେନ୍ଦ୍ର ପ୍ରଣୀତ ଏହି ଆଇନକୁ ମମତା ରୋକିପାରିବ ନାହିଁ। ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ଶାହା ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri