ଓଡ଼ିଶାରେ ୧୭୩୫ ଲୋକଙ୍କ ପାଇଁ ଜଣେ ଡାକ୍ତର, କେମିତି ସୁଧୁରିବ ଚିକିତ୍ସା ବ୍ୟବସ୍ଥା

ଭୁବନେଶ୍ୱର,୧୧।୩: ରାଜ୍ୟରେ ସରକାର ଚିକିତ୍ସା ବ୍ୟବସ୍ଥା ସୁଧାରିବା ପାଇଁ ଅନେକ ପ୍ରଚେଷ୍ଟା କରୁଥିଲେ ମଧ୍ୟ ସେଭଳି ଆଖିଦୃଶିଆ ଫଳ ଦେଖିବାକୁ ମିଳୁନାହିଁ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ବିଧାନସଭାରେ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୧୫୭୭୪ ସେଥିମଧ୍ୟରୁ ବିଭିନ୍ନ ବର୍ଗର ୯୯୪୦ ଜଣ ଡାକ୍ତର କାର୍ଯ୍ୟରତ ଥିବାବେଳେ ୫୮୩୪ ଟି ପଦବୀ ଖାଲି ରହିଛି ହିଛି ।

ଏହି ଖାଲିଥିବା ପଦବୀ ଗୁଡିକରେ ୧୯ ଜଣ ଡାକ୍ତରଙ୍କୁ Ad-hoc ନିଯୁକ୍ତି ଦିଆଯାଇଥିବା ବେଳେ ୫୬୩ ଜଣ ଡାକ୍ତରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଏବଂ ୦୬ ଜଣ ଡାକ୍ତରଙ୍କୁ Corpus Fund ଓ ୭୧ ଜଣ ଡାକ୍ତରଙ୍କୁ DMF Fund ମାଧ୍ୟ ମାଧ୍ଯମରେ ନିଯୁକ୍ତି ଦିଆଯାଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟରେ ୧୭୩୫ ଲୋକଙ୍କ ପାଇଁ ମାର ଜଣେ ଡାକ୍ତର ରହିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ସମତଳ ଅଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (Primary Health Centre) ପ୍ରତିଷ୍ଠା ନିମନ୍ତେ ୩୦,୦୦୦ ଜନସଂଖ୍ୟା ଏବଂ ଆଦିବାସୀ ତଥା ପାର୍ବତ୍ୟ ଅଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିମନ୍ତେ ୨୦,୦୦୦ ଜନସଂଖ୍ୟାର ଆବଶ୍ୟକ‌ତା ରହିଛି ।

ସେହିଭଳି ସମତଳ ଅଞ୍ଚଳରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (Community Health Centre) ପ୍ରତିଷ୍ଠା ନିମନ୍ତେ ୧,୨୦,୦୦୦ ଜନସଂଖ୍ୟା ଏବଂ ଆଦିବାସୀ ତଥା ପାର୍ବତ୍ୟ ଅଞ୍ଚଳରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିମନ୍ତେ ୮୦,୦୦୦ ଜନ ନସଂଖ୍ୟାର ଆବଶ୍ୟକ ବଶ୍ୟକତା ରହିଛି ।

ସେହିପରି IPHS ମାନ ଅନୁସାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ 6 ଜଣେ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୮ ଜଣ ରହିବାର ପ୍ରାବଧାନ ରହିଛି। ତତ ସଙ୍ଗେ ସଙ୍ଗେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ, ସ୍ଥାନ ବିଶେଷରେ ଶଯ୍ୟା ସଂଖ୍ୟାକୁ ଦୃଷ୍ଟିରେ ରଖ୍ ଡାକ୍ତରଙ୍କ ସଂଖ୍ୟା ସମାନୁପାତରେ ବୃଦ୍ଧି କରିବାର ମଧ୍ୟ ପ୍ରାବଧାନ ରହିଛି ।

ତେବେ ଖାଲିଥିବା ଡାକ୍ତର ଓ ଅନ୍ୟାନ୍ୟ ପଦବୀ ଗୁଡିକୁ ଓଡିଶା ଲୋକସେବା ଆୟୋଗ (OPSC) ଏବଂ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ଦ୍ବାରା ଚୟନ, ବିଭାଗୀୟ ପଦୋନ୍ନତି ତଥା ଚୁକ୍ତିଭିଭିକ ନିଯୁକ୍ତି ଦ୍ବାରା ଯଥା ସମ୍ଭବ ପୂରଣ କରାଯିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ତ୍ତମାନ ଓଡିଶା ଲୋକସେବା ଆୟୋଗଙ୍କୁ ୫୨୪୮ କନିଷ୍ଠ-କ ବର୍ଗ ପାହ୍ୟାର ଡାକ୍ତର ଚୟନ ନିମନ୍ତେ ସ୍ବାସ୍ଥ୍ୟ ବିଭାଗର ପତ୍ର ସଂଖ୍ୟା ୪୫୭୯ ତା ୧୨.୦୨.୨୦୨୫ ରିଖରେ ଅନୁରୋଧ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ VIMSAR, Burla ଓ PGIMER & Capital Hospital, Bhubaneswar ସମେତ ମୋଟ ୧୫ ଟି ସରକାରୀ ମେଡ଼ିକାଲ କଲେଜ ରହିଛି । ଏତଦ ବ୍ୟତୀତ ରାଜ୍ୟର ବିଭିନ୍ନ ଜିଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରି ଜନ ସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ବିଚାର କରୁଛନ୍ତି ।

ବିଜେଡି ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri