ଆଇଇଡି ବିସ୍ଫୋରଣରେ ଜଣେ ମୃତ

ମାଲକାନଗିରି,୨୨ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲା ଗଙ୍ଗାଲୁର ଥାନା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ଲକ୍ଷ୍ୟକରି ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବ ଆଇଇଡି ବୋମା ବିସ୍ଫୋରଣରେ ଜଣେ ଗ୍ରାମବାସୀଙ୍କର ସୋମବାର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲା ଗଙ୍ଗାଲୁର ଥାନା ଅନ୍ତର୍ଗତ ମୁତବେଣ୍ଡି ଜଙ୍ଗଲକୁ ଯୁବକ ଗଡ଼ିୟା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିଲେ। ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଆଇଇଡି ବୋମା ଉପରେ ଗୋଡ଼ ପଡିଯିବାରୁ ବିସ୍ଫୋରଣ ହେବା ଫଳରେ ଘଟଣାସ୍ଥଳରେ ଗଡିୟାଙ୍କ ମୃତ୍ୟୁ ହୋଇଥିଲା। ଖବର ଜଣାପଡିବା ପରେ ମୃତକଙ୍କ ସମ୍ପର୍କୀୟ ଗ୍ରାମବାସୀଙ୍କ ସହ ନିକଟସ୍ଥ ଥାନାରେ ଜଣାଇବା ପରେ ସୁରକ୍ଷାକର୍ମୀ ଘଟଣାସ୍ଥଳରୁ ମୃତଦେହ ଜବତ କରିଥିଲେ। ପରେ ପୋଲିସ ଏକ ମାମଲା ରୁଜୁକରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବିଜାପୁର ଏସ୍‌ପି ଜିତେନ୍ଦ୍ର ୟାଦବ ସୂଚନା ଦେଇଛନ୍ତି।