ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ ରୋଷେଇ ଲାଗି ଗ୍ଯାସ ଲଗାଇବା ବେଳେ ହଠାତ୍ ସିଲିଣ୍ଡରଟି ବିଷ୍ପୋରଣ ହୋଇ ଘରରଟିଣ ଇଡିଯିବା ସହ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିଲା ।
ଏଥିରେ ଦୁଇ ମହିଳା, ଦୁଇ ଶିଶୁଙ୍କ ସମେତ ୬ ଜଣ ଆହାତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଶନ ନାହାକ (୩୫)ଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲା ପ୍ରଶାସନର ହସ୍ତକ୍ଷେପରେ ଭୁବନେଶ୍ବର ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଶନିବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି । ରବିବାର ମୃତଦେହ ପହଁଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ଦେଖାଦେଇଛି ।
ସୂଚନା ଯୋଗ୍ଯଯେ କିର୍ତ୍ତନଙ୍କ ଘରେ ରୋଷେଇ ସକାଶେ ଥିବା ଗ୍ଯାସଟିକୁ ଲଗାଇଦେବା ଲାଗି ସେହିଗ୍ରାମର ସମ୍ପର୍କିୟ ପ୍ରଶନଙ୍କୁ ଡାକିଥିଲେ । ସେ ଗ୍ଯାସ ଲଗାଇବା ବେଳେ ତାହା ହଠାତ୍ ଫାଟିଯାଇ ଘରସାରା ଜଳିଉଠିଥିଲା । ଏଥିରେ ଦୁଇଶିଶୁଙ୍କ ସମେତ ପାଞ୍ଚଜଣ ପୋଡିଯାଇ ଆହାତ ହୋଇଥିଲେ ।