ଗୁଣପୁର,୧୫ା୫(ସୁଜାତା ପାଢ଼ୀ): କୋରାପୁଟ-ରାୟଗଡ଼ା ସୀମାନ୍ତ ୩୨୬ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ରାୟଗଡ଼ା ଜିଲାର କୁଟୁଲୀ ଅଞ୍ଚଳରେ ବାଇକ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।
ଉତ୍ୟକ୍ତ ଲୋକମାନେ କ୍ଷତି ପୂରଣ ଦାବିରେ ଗୁରୁବାର ରାତ୍ର ଠାରୁ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଏବଂ ବସ୍ ଅଟକି ରହିଛି । ଯାତ୍ରୀମାନେ ନାହିଁଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତାକୁ ଓହ୍ଲାଇ ଆସି ପ୍ରତିବାଦ କରିଛନ୍ତି । ପରିସ୍ଥିତିକୁ ସାମ୍ଭାଳିବା ପାଇଁ ରାୟଗଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଦୁର୍ଘଟଣାର ସଠିକ କାରଣ ଜଣାପଡି ନ ଥିବାବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ ।