ଭାରସାମ୍ୟ ହରାଇ ପିଟି ହେଲା ବାଇକ୍, ଗଛରେ ଲାଗିଗଲା ମୁଣ୍ଡର ଖପୁରି

ମୋହନା,୨୦।୪(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ଗଛକୁ ପିଟି ହେଲା ବାଇକ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଡେକାପଙ୍କା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ । ପାଣିଗଣ୍ଡା ଗାଁର ଦୁଇ ଯୁବକ ମୋହନା ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛକୁ ପିଟି ହୋଇ ଯାଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଶିବର ମୁଣ୍ଡର ଖପୁରି ଗଛରେ ଲାଗିବା ସହ ଘଟଣା ସ୍ଥଳରେ ହିଁ ଶିବ ଦଣ୍ଡସେନା( ୧୮)ଙ୍କ ମୃତ୍ୟୁ ହୋଇଛି । ଅନ୍ୟ ସହଯୋଗୀ ମୋହନ ମାଦଳା (୨୦ )ଙ୍କୁ ଗୁରୁତର ଅବସ୍ଥାରେ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ମୋହନଙ୍କ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ହେତୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଡାକ୍ତର ଜିତେନ୍ଦ୍ର କୁମାର ଦାସ ସ୍ଥାନାନ୍ତର କରିଛନ୍ତି । ଘଟଣାସ୍ଥଳରେ ଅଡବା ପୋଲିସ ପହଞ୍ଚି ଅଧିକା ତଦନ୍ତ ଚଳାଇଛି ।

 

Dharitri – Odisha’s No.1 Odia Daily