କାଲିଫର୍ନିଆ ଆଲମଣ୍ଡ ବୋର୍ଡ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୧୧: କାଲିଫର୍ନିଆ ଆଲମଣ୍ଡ ବୋର୍ଡ ପକ୍ଷରୁ ଗୁରୁବାର ସ୍ଥାନୀୟ ଜୟଦେବ ବିହାରସ୍ଥିତ ଏକ ହୋଟେଲରେ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି ‘ପ୍ରାୟୋରିଟାଇଜିଂ ମାଇଣ୍ଡଫୁଲ୍‌ ଇଟିଂ: ଦ ନ୍ୟୁ ମନ୍ତ୍ର ଫର୍‌ ହୋଲିଷ୍ଟିକ ଫ୍ୟାମିଲି ହେଲ୍‌ଥ’ ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ମଧ୍ୟ କରାଯାଇଥିଲା। ଏହି ଅବସରରେ ଓଡ଼ିଆ ଅଭିନେତ୍ରୀ ନୈନା ଦାଶ ତିୱାରୀ ଏବଂ ଦିଲ୍ଲୀ ମ୍ୟାକ୍ସ ହେଲ୍‌ଥ କେୟାର ଡାଏଟେଟିକ୍ସର ଆଞ୍ଚଳିକ ମୁଖ୍ୟ ରିତିକା ସମାଦାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଶେଷକରି ଆଲମଣ୍ଡ ଭଳି ଖାଦ୍ୟ ହଜାର ହଜାର ବର୍ଷ ଧରି ଭାରତୀୟ ପରମ୍ପରା ଏବଂ ଖାଦ୍ୟ ଅଭ୍ୟାସର ଏକ ଅଂଶ ହୋଇ ଆସିଛି। ସେହିଭଳି ଆୟୁର୍ବେଦ, ୟୁନାନି ଓ ସିଦ୍ଧ ଗ୍ରନ୍ଥରେ ମଧ୍ୟ ଏହାର ସ୍ବାସ୍ଥ୍ୟ ଉପକାରିତା ସମ୍ପର୍କରେ ବିସ୍ତୃତ ଉଲ୍ଲେଖ କରାଯାଇଛି। ଆଲମଣ୍ଡ ସମ୍ପର୍କରେ କେତେକ ତଥ୍ୟ ମଧ୍ୟ ଗବେଷଣା ପେପରରେ ପ୍ରକାଶିତ ହୋଇଛି। ସେହିପରି ଏଥିରେ ଭିଟାମିନ ଇ, ମ୍ୟାଗ୍ନେସିୟମ, ପ୍ରୋଟିନ, ରିବୋଫ୍ଲାଭିନ, ଜିଙ୍କ୍‌ ଇତ୍ୟାଦି ୧୫ଟି ପୁଷ୍ଟିକର ଉତ୍ସ ଥାଏ। ଏ ସମ୍ପର୍କରେ ଦିଲ୍ଲୀ ମ୍ୟାକ୍ସ ହେଲ୍‌ଥ କେୟାର ଡାଏଟେଟିକ୍ସର ଆଞ୍ଚଳିକ ମୁଖ୍ୟ ରିତିକା ସମାଦାର କହିଛନ୍ତି, ଭଲ ଖାଦ୍ୟ ଏବଂ ସ୍ନାକିଂ ଅଭ୍ୟାସ ବିଷୟରେ ସଚେତନତା ହେବା ଜରୁରୀ। ଏକ ସୁସ୍ଥ ଜୀବନଶୈଳୀ ହାସଲ କରିବା ପାଇଁ ଏହା ଏକ ପ୍ରମୁଖ ବିଷୟ। ସେହିଭଳି ନୈନା କହିଛନ୍ତି, ଆପଣଙ୍କ ପରିବାର ଏବଂ ନିଜ ସ୍ବାସ୍ଥ୍ୟ ପାଇଁ ଜଣେ ଘରୋଇ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ବିଷୟରେ ଜାଣିବା ଆବଶ୍ୟକ। ଯେକୌଣସି ଅଭ୍ୟାସ ଯାହା ଆପଣଙ୍କର ସ୍ବାସ୍ଥ୍ୟ ଲକ୍ଷ୍ୟକୁ ପୂରଣ କରେ ନାହିଁ,ଏହାକୁ ଏଡ଼ାଇବାକୁ ହେବ ଏବଂ ଆହୁରି ଭଲ କିଛି ସୁସ୍ଥ କିମ୍ବା ପୁଷ୍ଟିକର ଜିନିଷ ଦ୍ୱାରା ବଦଳାଯିବା ଜରୁରୀ।