Categories: ଖେଳ

୧୪ ଟି୨୦ ମ୍ୟାଚ୍‌ରେ ଗୋଟିଏ ଶତକ, ୭ ଅର୍ଦ୍ଧଶତକ; ଜାଣନ୍ତୁ କିଏ ଏହି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ, ୫।୯: ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୨ ରନରେ ବିଜୟୀ ହୋଇଛି। ସାଉଥାମ୍ପଟନରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୭ ଉଇକେଟ୍‌ରେ ୧୬୨ ରନ କରିଥିବାବେଳେ ଅଷ୍ଟ୍ରେଲିଆ (୧୬୦/୬) ୨ ରନରେ ପରାସ୍ତ ହୋଇଥିଲା। ଅର୍ଦ୍ଧଶତକୀୟ ଇନିଂସ ଲାଗି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଡେଭିଡ୍‌ ମଲାନ (୬୬ ରନ, ୪୩ ବଲ,)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ୨୦୧୭ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ମଲାନଙ୍କ ଟି୨୦ କ୍ୟାରିୟର ବେଶ୍‌ ପ୍ରଭାବୀ ରହିଛି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ବର୍ତ୍ତମାନ ସୁଦ୍ଧା ୧୪ ଟି୨୦ ମ୍ୟାଚ୍‌ ଖେଳି ୫୧.୫୮ ଆଭରେଜରେ ୬୧୯ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ ସାମିଲ ରହିଛି। ମଲାନ୍‌ ବ୍ୟାଟିଂ କରିଥିବା ୧୪ଟି ଇନିଂସରୁ ଯଥାକ୍ରମେ ୭୮, ୫୦, ୧୦, ୫୯, ୫୩, ୧୧, ୩୯, ୫୫, ୧୦୩*, ୧୧, ୨୩, ୫୪*,୭ ଓ ୬୬ ରନ ସଂଗ୍ରହ କରିଛନ୍ତି। ତାଙ୍କ ଷ୍ଟ୍ରାଇକରେଟ୍‌ ୧୪୯ରୁ ଊର୍ଦ୍ଧ୍ୱ ରହିଛି।

Share