ବ୍ରାଉନସୁଗାର ମାଫିଆଙ୍କ କୋଟିଏ ଟଙ୍କାର ସମ୍ପତ୍ତି ଜବତ

ପୁରୀ ଅଫିସ,୧।୪: ପୁରୀରେ ବ୍ରାଉସୁଗାର ସମେତ ନିଶା କାରବାର ବଢ଼ି ଚାଲିଥିବା ବେଳେ ପୁରୀ ପୋଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି। ପୁରୀ ସମେତ ଜିଲାରେ ବ୍ରାଉନସୁଗାର କାରବାର ଚଲାଉଥିବା ଜଣେ ବଡ଼ ବେପାରୀଙ୍କୁ ପୋଲିସ କାବୁ କରିଛି। ସେ ହେଲେ ପୁରୀ ନିକଟ ଗଡ଼ିଶାଗଦାସ୍ଥିତ ସୁନାଖଳାର ଅନିରୁଦ୍ଧ ଜୟସିଂହ। ପୋଲିସ ଅନିରୁଦ୍ଧଙ୍କୁ ଜାନୁୟାରୀରୁ ଗିରଫ କରିଥିବା ବେଳେ ୧୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା। ସେ ଜଣେ ବଡ଼ ନିଶା ବେପାରୀ ଥିବାରୁ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଏବେ ସୁଦ୍ଧା ପ୍ରାୟ ୧କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ଏସ୍‌ପି କନଓ୍ବର ବିଶ୍ୱାଳ ସିଂ ଗୁରୁବାର ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଏଥିସହ ଅନିରୁଦ୍ଧଙ୍କ ୨ଟି ଜେସିବି, ଗୋଟିଏ କାର୍‌, ସୁନାଗହଣା, ଘରୋଇ ସାମଗ୍ରୀ ଓ ହାର୍ଡଓ୍ବେର ଦୋକାନ ଓ ସିମେଣ୍ଟ ଗୋଦାମକୁ ଜବତ କରାଯାଇଛି। ଡିଏସ୍‌ପି ମନୋବ୍ରତ ଶତପଥୀ, ଅରଖକୁଦା ସାମୁଦ୍ରିକ ଥାନାର ଆଇଆଇସି ବିଜୟ କେତନ ବେହେରା ଓ ବାସେଳୀ ସାହି ଆଇଆଇସି କୁଳମଣୀ ସେଠୀଙ୍କ ମିଳିତ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉକ୍ତ ସମ୍ପତ୍ତି ଜବତ କରିଛନ୍ତି।
ସୂଚନା ଅନୁଯାୟୀ, ଜାନୁୟାରୀ ୭ରେ ପୁରୀର ବାସେଳିସାହି ଅଞ୍ଚଳରେ ଅନିରୁଦ୍ଧଙ୍କ ଉପସ୍ଥିତିରେ ବ୍ରାଉନସୁଗାର ବିକ୍ରି ହେଉଥିଲା। ବିଶେଷସୂତ୍ରରୁ ଖବରପାଇ ପୋଲିସ ସେଠାରେ ପହଞ୍ଚତ୍ ଚଢ଼ାଉ କରି ଅନିରୁଦ୍ଧଙ୍କୁ ଗିରଫ କରିଥିଲା। ଏ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ତାଙ୍କଠାରୁ ୧୪୦ ଗ୍ରାମର ବ୍ରାଉନସୁଗାର ସମେତ ଅନ୍ୟ ନିଶାଦ୍ରବ୍ୟ ପାଇଥିଲା। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ପରେ ପୁରୀ ଏସ୍‌ପି କନୱର ବିଶାଲ ସିଂ ଏକ ଆର୍ଥିକ ଅନୁସନ୍ଧାନକାରୀ ଟିମ୍‌ ଗଠନ କରି ମାମଲାର ଖୋଳତାଡ଼ କରିଥିଲେ। ପାଖାପାଖି ୨ ମାସର କସରତ ପରେ ପୁରୀ ପୋଲିସକୁ ଗୁରୁବାର ଏହି ସଫଳତା ମିଳିଛି। ପୁରୀ ସହରରେ ବ୍ରାଉନସୁଗାର ବେପାରୀ ଭାବେ ଅନିରୁଦ୍ଧ କୁଖ୍ୟାତ ଥିବାବେଳେ ନିଶାସେବନ କରୁଥିବା ଯୁବଗୋଷ୍ଠୀଙ୍କୁ ନିଶାବେପାରରେ ସାମିଲ କରୁଥିବା ଅଭିଯୋଗ ହେଉଥିଲା। ବ୍ରାଉନସୁଗାର ବେପାରରୁ ହୋଇଥିବା ଆୟରେ ୧ କୋଟି ୧୭ ହଜାର ୨୭୬ ଟଙ୍କା ମୂଲ୍ୟର ସମ୍ପତ୍ତି ଠୁଳ କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଅନିରୁଦ୍ଧଙ୍କ ନାମରେ ନିଶା ବେପାର କରୁଥିବା ଅଭିଯୋଗରେ ଗଡ଼ିଶାଗୋଦା ଥାନା, ଭୁବନେଶ୍ୱର ଶହୀଦନଗର ଥାନା, ଜଙ୍କିଆ ଥାନାରେ ବିଭିନ୍ନ ମାମଲା ରହିଛି। ସେହିଭଳି ବାସେଳି ସାହି ଥାନାରେ ମଧ୍ୟ ନମ୍ବର ୮/୨୨ରେ ଏନଡିପିଏସ୍‌ ଆକ୍ଟ ୨୧(ବି) ଓ ୨୯ରେ ମାମଲା ରୁଜୁ ହୋଇଥିଲା।
ଏସ୍‌ପି ସିଂ ଖବରଦାତା ସମ୍ମିଳନୀରେ କହିଛନ୍ତି, ପୁରୀ ଜିଲାକୁ ନିଶାମୁକ୍ତ କରିବା ପାଇଁ ଜୋରଦାର ଅଭିଯାନ ଚାଲିଛି। ଏଥିପାଇଁ ସ୍ପେଶାଲ୍‌ ଟାସ୍କ ଫୋର୍ସ ଗଠନ ହୋଇଛି। ସ୍ପେଶାଲ ଡ୍ରାଇଭ୍‌ରେ ୨୦୨୨ ଆରମ୍ଭରୁ ଏପର୍ଯ୍ୟନ୍ତ ପାଖାପାଖି ୧ କେଜି ୩୯୨ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏଥିସହ ୨୧ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏହି କ୍ରମରେ ଗୁରୁବାର ଅନିରୁଦ୍ଧ ଜୟସିଂହଙ୍କ ୧ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ଜବତ ହୋଇଛି। କୋଲକାତାକୁ କାଗଜପତ୍ର ପଠାଯାଇଛି। ହ୍ବାଟ୍‌ସଆପ୍‌ ମାଧ୍ୟମରେ ଏକ ଟୋଲ ଫ୍ରି ନମ୍ବର ଇସ୍ୟୁ ହୋଇଛି। ପୁରୀ ଜିଲାବାସୀ ବ୍ରାଉନସୁଗାର ବେପାରୀ କିମ୍ବା ମାଫିଆଙ୍କ ସମ୍ପର୍କିତ ସୂଚନା ପୋଲିସକୁ ଯୋଗାଇବା ପାଇଁ ଅପିଲ କରାଯାଇଛି। ସେହିଭଳି ଅନିରୁଦ୍ଧ ସହ ଆହୁରି ୪ଜଣ ବ୍ରାଉନସୁଗାର ବେପାରୀ ମଧ୍ୟ ଜାନୁୟାରୀ ୭ରେ ଗିରଫ ହୋଇଥିଲେ। କିଭଳି ବ୍ରାଉନସୁଗାର ସେବନକୁ କମାଯିବ ସେନେଇ ପୋଲିସ ବିକଳ୍ପ ପ୍ରସ୍ତୁତି କରୁଛି ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri