ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର କଂଗ୍ରେସର ଏକ ଟିମ୍ ରାଜେଶଙ୍କ ପରିବାରକ ୁ ଭେଟିବା ସହିତ ୧୦ ତାରିଖ ସୁଦ୍ଧା ଅଭିଯୁକ୍ତଙ୍କୁ ପୋଲିସ ନ ଧରିଲେ ସେମାନେ ୧୧ ତାରିଖରେ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ଅନୁଯାୟୀ, ରାଜେଶ ନଭେମ୍ବର ୧୩ ତାରିଖରେ ଘରୁ ବାହାରି ମୁକ୍ତାପଶି ଗ୍ରାମକୁ ଭିଡିଓ ସୁଟିଂ ପାଇଁ ଯାଉଥିବା ସ୍ତ୍ରୀଙ୍କୁ କହିଥିଲେ। କିନ୍ତୁ ୧୪ ତାରିଖ ମୁକ୍ତାପଶି ଗ୍ରାମ ମହୋତ୍ସବ ଖନ୍ଦା ପୋଖରୀରେ ତାଙ୍କର ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଦେଢ଼ମାସରୁ ବିତିଯାଇଥିଲେ ମଧ୍ୟ ପୁଲିସ ହତ୍ୟାକାଣ୍ଡ ଉପରୁ ରହସ୍ୟ ହଟାଇ ପାରିନାହିଁ । ଏ ନେଇ ନେଇ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବ୍ଲକ କଂଗ୍ରେସ କମିଟି ସଂଯୋଜକ ଅବିନାଶ ପଣ୍ଡାଙ୍କ ନେତୃତ୍ୱରେ ରାମଚନ୍ଦ୍ର ସାହୁ , ରଘୁ ସାହୁ, କେନ୍ଦୁ ଜେନା କଙ୍କଡ଼ା ହାଡ଼ ବ୍ଲକ କାରଗିଲ ପଞ୍ଚାୟତ ପୂର୍ବତନ ସରପଞ୍ଚ ରଞ୍ଜିତ ସିଂ ରାଜେଶଙ୍କ ପରିବାରକୁ ଭେଟିଛନ୍ତି। ୧୦ ତାରିଖ ସୁଦ୍ଧା ଯଦି ହତ୍ୟାକାଣ୍ଡ ଉପରୁ ପୋଲିସ ରହସ୍ୟ ଖୋଲି ନପାରେ ତେବେ କଂଗ୍ରେସ କମିଟି କର୍ମକର୍ତ୍ତା, ସାଆନ୍ଦା ଅଞ୍ଚଳର ସର୍ବସାଧାରଣଙ୍କ ସମେତ ରାଜେଶଙ୍କ ପରିବାର ତରଫରୁ ୧୧ ତାରିଖ ଦିନ ବାରିହାପୁରଠାରେ ୫୩ନଂ. ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଜିଲାପାଳ, କାମାକ୍ଷାନଗର ଉପଜିଲାପାଳ, ଏସଡିପିଓ, ପରଜଙ୍ଗ ତହସିଲଦାର, ଥାନାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।
Dharitri – Odisha’s No.1 Odia Daily


