ବଡ଼ଦିନରେ ଧଉଳିରେ ଦେଢ଼ଲକ୍ଷ ପର୍ଯ୍ୟଟକ

ପୁରୁଣା ଭୁବନେଶ୍ୱର,୨୬ା୧୨(ଡି.ଏନ୍‌.ଏ.):ରବିବାର ବଡ଼ଦିନ ଅବସରରେ ଶାନ୍ତିସ୍ତୂପ ଧଉଳିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ପର୍ଯ୍ୟଟକ ଶାନ୍ତିସ୍ତୂପ ବୁଲିବା ସହ ପାହାଡ଼ ପାଦଦେଶ ସମିତ ଚତୁପାର୍ଶ୍ୱରେ ଭୋଜି କରୁଥିବା ଦେଖିବାକୁ ମିଳିଥିଲା। ଧଉଳି ପଞ୍ଚାୟତରେ ଥିବା ୧୦ଟି ପିଣ୍ଡିକୁ ବାଦ୍‌ଦେଲେ ଅଣଅନୁମୋଦିତ ପିଣ୍ଡିରେ ଭୋଜି ନେଇ କଁା ଭଁା ବିଶୃଙ୍ଖଳା ଦେଖାଦେଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା, ଅଶୋକଙ୍କ ଶିଳାଲିପି ନିକଟ ରାସ୍ତା, ବସ୍‌ଷ୍ଟାଣ୍ଡ ରାସ୍ତାରେ ଟ୍ରାଫିକ ଜାମ୍‌ ରହିଥିଲା। ୨୦ରୁ ଊର୍ଦ୍ଧ୍ୱ ଭଲ୍ୟୁଣ୍ଟରଙ୍କ ସହାୟତାରେ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା ବୋଲି ସରପଞ୍ଚ ଚନ୍ଦନ ମଲ୍ଲିକ କହିଛନ୍ତି। ଦିନତମାମ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଧଉଳିକୁ ଆସିଥିବା ଧଉଳି ଆଇଆଇସି ଚିତ୍ତରଞ୍ଜନ ରାଉତ କହିଛନ୍ତି। ସ୍ବତନ୍ତ୍ର ଟ୍ରାଫିକ ପୋଲିସ ଅଧିକାରୀଙ୍କ ସହ ଫୋର୍ସ ସହାୟତାରେ ଶାନ୍ତିଶୃଙ୍ଖଳାରେ ବଡ଼ଦିନ ପାଳନକୁ ନିୟନ୍ତ୍ରଣ କରାଯାଇଥିବା ଆଇଆଇସି ରାଉତ କହିଛନ୍ତି।