ଦିନେ ଥିଲେ ନବୀନଙ୍କ ପ୍ରତିଦ୍ୱନ୍ଦୀ, ଏବେ ଆଡଭୋକେଟ ଜେନେରାଲ ଭାବେ ପୀତାମ୍ବର ଆଚାର୍ଯ୍ୟଙ୍କୁ ନିଯୁକ୍ତି କଲେ ସରକାର

ଭୁବନେଶ୍ୱର,୧୯।୭: ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ମିଳିଛି ବଡ଼ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ମୋହନ ମାଝି ତାଙ୍କୁ ଏଜି ଭାବେ ନିଯୁକ୍ତି ଦେଇଛନ୍ତି। ପୀତାମ୍ବରଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର।ପୀତାମ୍ବରଙ୍କ ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଆଇନ୍ କ୍ଷେତ୍ରରେ ତାଙ୍କ ଦୀର୍ଘ ଦିନର ଅଭିଜ୍ଞତା ରହିଛି। ଭାରତର ସମ୍ବିଧାନ ଧାରା ୧୬୫, ଖଣ୍ଡ (୧) ଅନୁଯାୟୀ, ଓଡ଼ିଶା ରାଜ୍ୟପାଳ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଡଭୋକେଟ୍ ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟର ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତ କରିଛନ୍ତି।

ସୂଚନାଥାଉ କି, ମୋହନ ସରକାରକୁ ମାସେ ବିତିବା ପରେ ମଧ୍ୟ ଏଜି ପଦବୀ ଖାଲି ପଡିଥିଲା ଯାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ହେବା ସହ ବିରୋଧୀ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ତେବେ ଆଜି ସରକାର ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ଏଜି ଭାବେ ନିଯୁକ୍ତି କରିଛନ୍ତି। ନିର୍ବାଚନ ପୂର୍ବରୁ ପୀତାମ୍ବର ଦଳ ପାଇଁ ଅନେକ ପ୍ରସଙ୍ଗରେ ଆଇନଗତ ଲଢେଇ ଲଢି ବଳ ଯୋଗାଇଛନ୍ତି। ଓଡ଼ିଶା ହାଇକୋର୍ଟରେ ପିତାମ୍ବର ବରିଷ୍ଠ ଆଇନଜୀବୀ ଅଛନ୍ତି। ସେହିପରି ୨୦୧୯ରେ ଭାଜପା ଟିକେଟରେ ହିଞ୍ଜିଳିରୁ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିଛନ୍ତି।

ଏହି ସାମ୍ବିଧାନିକ ପଦ ସରକାରଙ୍କ ଅନୁମୋଦନକ୍ରମେ ରାଜ୍ୟପାଳ ନିଯୁକ୍ତି ଦେଇଥାନ୍ତି। ବରିଷ୍ଠ ଆଇନଜୀବୀଙ୍କ ମତ ହେଲା ଆଡଭୋକେଟ ଜେନେରାଲ ହେଉଛନ୍ତି ସରକାରଙ୍କ ପ୍ରଥମ ପରାମର୍ଶଦାତା। ବିଧାନସଭାରେ ସାମ୍ବିଧାନିକ ସଂକଟ ଦେଖାଦେଲେ ସେ ମଧ୍ୟ ଅଂଶ ଗ୍ରହଣ କରିପାରିବେ। ତେବେ ଯିଏ ସରକାରଙ୍କ ଅନୁଗତ ସହିତ ଅନୁଭବୀ ଓ ପାରଦର୍ଶୀ ସଂପନ୍ନ ହୋଇଥା’ନ୍ତି ସେହି ଆଇନଜୀବୀଙ୍କୁ ନିଯୁକ୍ତି ଦେଇଥାନ୍ତି ସରକାର।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri