ଦିନେ ଥିଲା ସତ୍ୟାଗ୍ରହୀଙ୍କ ଦେଶ

ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଗାନ୍ଧିଜୀ ଅହିଂସା ଓ ‘ସତ୍ୟାଗ୍ରହ’କୁ ଅସ୍ତ୍ର ରୂପେ ବ୍ୟବହାର କରିଥିଲେ, ଯାହା ସମଗ୍ର ବିଶ୍ୱକୁ ଚକିତ କରିଥିଲା ଏବଂ ସେହି ପ୍ରେରଣାରୁ ଦେଶର କୋଣ ଅନୁକୋଣରେ ହଜାର ହଜାର ସତ୍ୟାଗ୍ରହୀ ସୃଷ୍ଟି ହୋଇଥିଲେ। ବିଦେଶରେ ମଧ୍ୟ ଅନେକ ବିଦ୍ୱାନ, ବୈଜ୍ଞାନିକ, ମାନବାଧିକାର କର୍ମୀ, ଏପରିକି ରାଷ୍ଟ୍ରନୀତିଜ୍ଞ ଉଦ୍‌ବୁଦ୍ଧ ହୋଇଥିଲେ। କିନ୍ତୁ ବର୍ତ୍ତମାନ ଭାରତର ସ୍ରୋତ ବିପରୀତମୁଖୀ। ନେତାମାନେ ଗୌତମ ବୁଦ୍ଧଙ୍କ ଅହିଂସା, ସତ୍‌ମାର୍ଗ, ଜ୍ଞାନ ଅର୍ଜନ ପାଇଁ ତପସ୍ୟାର ମୂଲ୍ୟବୋଧ ମୁହଁରେ ପ୍ରଶଂସା କରୁଛନ୍ତି, ଅଥଚ ନିଜ ଦଳ ଓ ଆପଣା ସ୍ବାର୍ଥ ହାସଲ କରିବା ଲକ୍ଷ୍ୟରେ ଭାରତୀୟ ସମାଜକୁ ଏବେ ଏକ ମିଥ୍ୟାଜାଲରେ ଛନ୍ଦି ପକାଇଲେଣି। ସଙ୍ଗଠିତ ଧାରାରେ ପ୍ରଚାର, ଅପପ୍ରଚାର, ମିଥ୍ୟା ପ୍ରଚାର ହିଁ ଲୋକଙ୍କ ଆଖିରୁ ସତ୍ୟକୁ ଲୁଚାଇ ଦେଉଛି।
‘ତିନି ତୁଣ୍ଡରେ ଛେଳି କୁକୁର’ ଉପାଖ୍ୟାନ ସହ ଆମେ ପରିଚିତ, ଏବେ ତାହା ଚାଲିଛି ଏବଂ ଯେଉଁମାନେ ଛେଳିକୁ କୁକୁର ବୋଲି ପ୍ରଚାର କରୁଛନ୍ତି, ସେମାନେ ତଥାକଥିତ ‘ମହାଜନ’,ଧନ ଓ କ୍ଷମତା ବଳରେ ବହୁ କୋଟି ସାଧାରଣ ଲୋକଙ୍କୁ ଠକିବା ପାଇଁ ତତ୍ପର ଗୋଷ୍ଠୀ, ରାଜନୈତିକ ଦଳ । ଏହା ସହ ସାମାଜିକ ଗଣମାଧ୍ୟମ ମିଥ୍ୟା ପ୍ରସାରଣ ପାଇଁ ଏକ ବଳିଷ୍ଠ ମଞ୍ଚ ହୋଇଛି। ଫଳରେ ସତ୍ୟକୁ ଘୋଡ଼ାଇ ଏକ କାଳ୍ପନିକ କାହାଣୀ ଭିଆଣ କରାଯାଉଛି ଏବଂ ଏଥିରେ ନିଜ ସ୍ବାର୍ଥ ମୁଖ୍ୟ, ଲୋକ ସ୍ବାର୍ଥ ଗୌଣ। ଏକ ଦୃଷ୍ଟାନ୍ତ ନିଅନ୍ତୁ: ଭିନ୍ନ ଭିନ୍ନ ଆଦିବାସୀ ଅଞ୍ଚଳରେ କମ୍ପାନୀଗୁଡ଼ିକ ଦ୍ୱାରା ଜମି ଦଖଲ ବିରୋଧରେ ଲୋକେ ପ୍ରତିବାଦ କରୁଛନ୍ତି ଓ ପୋଲିସ ଅତ୍ୟାଚାରର ଶିକାର ହେଉଛନ୍ତି, କିନ୍ତୁ ପ୍ରଚାର କରାଯାଉଛି ଯେ ଲୋକେ ବିକାଶ ବିରୋଧୀ। କୌଣସି ସାମାଜିକ କର୍ମୀ ବା ସ୍ତମ୍ଭକାର ଗରିବ ଲୋକଙ୍କ ଅଧିକାର ପାଇଁ ବା ପରିବେଶ ଧ୍ୱଂସ ବିରୋଧରେ ସ୍ବର ଉତ୍ତୋଳନକଲେ,ତାଙ୍କୁ ‘ସହରୀ ନକ୍ସଲ’ ବା ‘କମ୍ୟୁନିଷ୍ଟିଆ’ ଆଖ୍ୟା ମିଳିଲା। ଶାସନ-ତନ୍ତ୍ରର ପ୍ରତ୍ୟକ୍ଷ ସମର୍ଥନରେ କ୍ରମେ ଅପସତ୍ୟ ବା ସୁବିଧାବାଦୀଙ୍କ ସତ୍ୟ ଆମ ସଂସ୍କୃତିର ଏକ ଅଂଶ ହେବାରେ ଲାଗିଛି।
ବର୍ତ୍ତମାନ ଆମ ଦେଶର ସ୍ଥିତିକୁ ନେଇ ସତ୍ୟକୁ ବିକୃତକରି ଉପସ୍ଥାପନ କରିବାର ଅନେକ ଦୃଷ୍ଟାନ୍ତ ମିଳିବ। ନିଜ ଧର୍ମ ଓ ସାମାଜିକ ବ୍ୟବସ୍ଥାର ତ୍ରୁଟିମାନ ସୁଧାରିବା ପରିବର୍ତ୍ତେ ଅନ୍ୟ ଧର୍ମକୁ ନିନ୍ଦାକରିବା ଓ ଅନ୍ୟ ସମ୍ପ୍ରଦାୟକୁ ଶତ୍ରୁ ବୋଲି ଚିହ୍ନାଇବା ଏକ ରାଜନୈତିକ ଅସ୍ତ୍ରରେ ପରିଣତ ହୋଇଛି। ଲୋକଙ୍କଠାରୁ ବାସ୍ତବ ତଥ୍ୟ ଲୁଚାଇବା ସକାଶେ ସେମାନଙ୍କୁ ଭାବାବେଗରେ ପ୍ରମତ୍ତ କରାଯାଉଛି। ଦୁର୍ଭାଗ୍ୟର କଥା ଲୋକଙ୍କ ମଧ୍ୟରେ ମିଥ୍ୟାଗ୍ରହ ବଢ଼ିଚାଲିଛି।
ମିଥ୍ୟାଗ୍ରହ ଯଦି ଜାତୀୟ ସ୍ରୋତର ଏକ ଅଂଶ ପାଲଟିଯାଏ, ତେବେ ପରିଣାମ:ସତ୍ୟର ସ୍ବର ଦବିଯିବ, ଗଣତନ୍ତ୍ର ଫମ୍ପା ସାବ୍ୟସ୍ତ ହେବ। ଯେଉଁ ସ୍ବଚ୍ଛଳ ଓ ଶିକ୍ଷିତ ବର୍ଗ ସମାଜର ମୂଲ୍ୟବୋଧ ବିଷୟରେ ସଚେତନ ଓ ମୁଖର ହେବା କଥା, ସେମାନେ ଭୟଭୀତ ହୋଇ ନୀରବ ରହିବା ନିରାପଦ ମଣୁଛନ୍ତି। ଗଣମାଧ୍ୟମରେ ସୁସ୍ଥ ସୌହାର୍ଦ୍ଦ୍ୟପୂର୍ଣ୍ଣ ବିତର୍କ ଓ ଭିନ୍ନମତ ପ୍ରକାଶର ଅବକାଶ ନାହିଁ। ଟିଭିରେ ବିତର୍କ ନାମରେ ବିତଣ୍ଡା ଚାଲିଛି; ସେସବୁକୁ ଉପଭୋଗ କରୁଥିବା ଲୋକେ ସେମାନଙ୍କ ପୂର୍ବାଗ୍ରହ ଅନୁଯାୟୀ ଉତ୍ତ୍ୟକ୍ତ ବା ଉତ୍ସାହିତ ହୋଇପାରନ୍ତି, ମାତ୍ର ସେମାନଙ୍କ ଭିତରେ ନିରପେକ୍ଷ ବିଚାର ଉଭେଇଯାଉଛି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ପ୍ରତି ରାଷ୍ଟ୍ର ଯଦି ନିଷ୍ଠୁର ଆଚରଣ କରେ, ଅପରପକ୍ଷରେ କ୍ଷମତାସୀନ ବ୍ୟକ୍ତି ଅପରାଧକରି ଯଦି ପୁରସ୍କୃତ ହୁଏ, ତେବେ ଆଇନର ଶାସନ କ୍ରମଶଃ କ୍ଷୟ ହୋଇଚାଲିବ ଏବଂ ସମାଜରେ ଅପରାଧ ପ୍ରବଣତା ବୃଦ୍ଧିପାଇବ। ମିଥ୍ୟାର ପ୍ରସାର ଲାଗିରହିଲେ ଲୋକେ ସରକାର ଓ ସରକାରୀ ଅନୁଷ୍ଠାନ ପ୍ରତି ବିଶ୍ୱାସ ହରାଇବେ। ଏମିତି ତ ଦୁର୍ନୀତି ଶାସନ କଳ ଭିତରେ ଏକ ସଂସ୍କୃତି ପାଲଟିଯାଇଛି, ଏହା ସ୍ବାଭାବିକ ବୋଲି ସର୍ବସାଧାରଣ ଗ୍ରହଣ କଲେଣି; ଫଳତଃ ଧୂର୍ତ୍ତ ଲୋକେ ଏହାର ସୁଯୋଗ ନେଇ ଧନ ଠୁଳାଇବାରେ ଲାଗିଛନ୍ତି ଏବଂ ଅନ୍ୟଥା ଶାନ୍ତ ସଚ୍ଚୋଟ ସାଧାରଣ ଲୋକଟି ଲାଞ୍ଚ-ମିଛ ସହ ସାଲିସକରି ଜଟିଳ ସରକାରୀ ଧାରାରୁ ମୁକୁଳିବା ପ୍ରୟାସ କରୁଛି।
ଭାବିବା କଥା, ଏକ ମିଥ୍ୟା କିପରି ସତ୍ୟର ଛଦ୍ମରୂପ ଧାରଣକରେ ଓ ଲୋକଙ୍କ ବିଶ୍ୱାସ ଘରେ ବସାବାନ୍ଧେ। ଜଣେ ହାରାହାରି ଭାରତୀୟଙ୍କୁ ଆମେ ସହଜରେ ନିରୀହ, ଅଜ୍ଞ, ସରଳବିଶ୍ୱାସୀ ଓ ଅନ୍ଧବିଶ୍ୱାସୀ ବୋଲି କହିପାରିବା। ପ୍ରମାଣ ଅନେକ: ଗହଣା ଗାଣ୍ଠି ଧୁଆମଜା କରିବାକୁ ଆସୁଥିବା ଠକଙ୍କ ହାବୁଡ଼ରେ ପଡ଼ି ମୂଲ୍ୟବାନ୍‌ ଅଳଙ୍କାର ହରାଇବା; ଅଧିକ ଲାଭଲୋଭ ଆଶାକରି ଚିଟ୍‌ଫଣ୍ଡ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ହେବା; ଭଣ୍ଡବାବାଙ୍କ ଅବାନ୍ତର ଅଲୌକିକ ପ୍ରବଚନରେ ମୋହଗ୍ରସ୍ତ ହୋଇ ଯୌନ ଯାତନାର ଶିକାର ହେବା; ଏବେ ପାଞ୍ଚଶହ ହେଉ ବା ପାଞ୍ଚ ହଜାର ଟଙ୍କା ନେଇ ନିଜ ଭୋଟ ଓ ନାଗରିକତ୍ୱ ବିକ୍ରି କରିଦେବା । ଏଭଳି ଲୋକଙ୍କୁ ବୋକା ବନାଇବା ପାଇଁ ଅଛନ୍ତି ଚତୁର ନେତା, ଚତୁର ବ୍ୟବସାୟୀ, ଚତୁର ସରକାରୀ କର୍ମଚାରୀ, ଚତୁର ବୁଦ୍ଧିଜୀବୀ ପରି ଆହୁରି ଅନେକ। ଏମାନଙ୍କର ଗୋଟିଏ ବିଶେଷ ପରିଚୟ ହେଉଛି ସେମାନଙ୍କ ପାଖରେ ଧନ ଓ କ୍ଷମତା ଥାଏ, ମାତ୍ର ଦେଶ ବା ଲୋକଙ୍କ ପ୍ରତି ଥାଏ ହେୟଜ୍ଞାନ। ହଁ, ଧନ, କ୍ଷମତା ଥାଇ ସାଧୁ ସଚ୍ଚୋଟ ଅଛନ୍ତି, କିନ୍ତୁ ସେମାନଙ୍କ ସଂଖ୍ୟା ବିରଳ। ତେବେ ମିଥ୍ୟା ବା ଅପସତ୍ୟକୁ ସତ୍ୟ ବୋଲି ବିଶ୍ୱାସ କରିନେବା ସେଇ ହାରାହାରି ନାଗରିକର ଭୁଲ୍‌। ଧନ ଓ କ୍ଷମତାରେ ମସ୍‌ଗୁଲ ଠକ କେବେ ସଂଶୋଧନ ହେବନାହିଁ।
ମିଥ୍ୟାଗ୍ରହରୁ ମୁକ୍ତି ଓ ସତ୍ୟର ପୁନରୁଦ୍ଧାର ସମ୍ଭବ କି? ହଁ, ଆଶା ଅଛି, ଦେଶରେ ସାହସୀ ବ୍ୟକ୍ତି ଅଛନ୍ତି, ଯେଉଁମାନେ ମିଥ୍ୟାତନ୍ତ୍ରର ଛଦ୍ମ ଖୋଲୁଛନ୍ତି; ଠିକ୍‌ ଯେପରି ଏବର ସଚେତନ ଆଦିବାସୀମାନେ ଚିରାଚରିତ ଏକଲବ୍ୟ କାହାଣୀକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବ୍ୟବସ୍ଥାର ବିରୋଧ ଓ ଶାସକଙ୍କ ସମାଲୋଚନା କରି ଲୋକେ ବିନା ବିଚାରରେ ବନ୍ଦୀ ଜୀବନ କାଟୁଛନ୍ତି, ଠିକ୍‌ ସ୍ବାଧୀନତା ସଂଗ୍ରାମ କାଳରେ ଯେମିତି ଘଟୁଥିଲା। ମାତ୍ର ଦେଶର ବଛା ବଛା ଖବରଦାତା , ସାମାଜିକ କର୍ମୀ, ଆଇନଜୀବୀ,ଲେଖିକାଲେଖକ ସ୍ରୋତର ପ୍ରତିକୂଳରେ ଯିବାର ସାହସ ଦେଖାଉଛନ୍ତି। ଏମାନଙ୍କ ଅନୁସରଣରେ ସାଧାରଣ ଲୋକେ ମଧ୍ୟ ଆପଣା ସୀମିତ ଜୀବନଚକ୍ରରୁ ବାହାରକୁ ଅନେଇ ଅନୁସନ୍ଧାନ କରନ୍ତୁ, ସତ୍ୟ ବୁଝିବାର ଚେଷ୍ଟା କରନ୍ତୁ ଏବଂ ମିଥ୍ୟାଠାରୁ ଦୂରରେ ରୁହନ୍ତୁ।
ବାରିପଦା, ମୋ: ୯୯୩୮୦୦୯୧୮୧


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri