ଏମର୍ଜେନ୍ସି ଇତିହାସର ‘ଅଲିଭା କଳାଦାଗ’: କୁଅଁର

ଭୁବନେଶ୍ୱର,୨୬ା୬(ଅନିଲ ଦାସ): ତତ୍‌୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ୍‌ ୨୫ ମଧ୍ୟରାତ୍ରରେ ଭାରତରେ ପ୍ରଥମଥର ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଏହାର ପ୍ରତିବାଦରେ ଭାଜପା ତରଫରୁ ମଙ୍ଗଳବାର ରାଜ୍ୟର ବିଭିନ୍ନ ଜିଲାରେ ‘କଳା ଦିବସ’ ପାଳନ କରାଯାଇଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ପାଳିତ କଳା ଦିବସରେ ଯୋଗଦେଇ ମୁଖ୍ୟ ଅତିଥି ତଥା ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର କହିଛନ୍ତି, ଦେଶରେ ଗଣତନ୍ତ୍ର ଓ ସମ୍ବିଧାନକୁ କଂଗ୍ରେସ ବାରମ୍ବାର ହତ୍ୟା କରିବାକୁ ଚେଷ୍ଟା କରିଛି। ୪୯ ବର୍ଷ ପୂର୍ବେ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଜରୁରିକାଳୀନ ପରିସ୍ଥିତି ହେଉଛି ଏହାର ପ୍ରମୁଖ ଉଦାହରଣ। ତତ୍‌୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୧ ନିର୍ବାଚନରେ ସରକାରୀ କଳର ଅପବ୍ୟବହାର କରି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରାଜ ନାରାୟଣଙ୍କୁ ପରାସ୍ତ କରିଥିବା ଦର୍ଶାଇ ଆଲ୍ଲାହାବାଦ ହାଇକୋର୍ଟ ତାଙ୍କ ସଭ୍ୟପଦ ନାକଚ କରିଥିଲେ। ଏହା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ପଦରେ ରହିବା ଲକ୍ଷ୍ୟରେ ଇନ୍ଦିରା ଅସାମ୍ବିଧାନିକ ଭାବେ ୩୫୨ ଧାରାର ପ୍ରୟୋଗ କରି ୧୯୭୫ରେ ଜରୁରିକାଳୀନ ପରିସ୍ଥିତ ଘୋଷଣା କରିଥିଲେ। ୨୧ ମାସ ଧରି କଂଗ୍ରେସ ସରକାର ଭାରତରେ ସ୍ବେଚ୍ଛାଚାରୀ ଶାସନ ଚଳାଇ ସମ୍ବିଧାନର ମୁଖବନ୍ଧକୁ ପରିବର୍ତ୍ତନ କରିଦେଇଥିଲା। ଏହି ସମୟରେ ସମ୍ବିଧାନରେ ଉଲ୍ଲେଖ ଥିବା ବ୍ୟକ୍ତିର ସ୍ବାଧୀନତା, ଗଣମାଧ୍ୟମର ସ୍ବାଧୀନତା, ନ୍ୟାୟପାଳିକାର ସ୍ବତନ୍ତ୍ରତା ସମେତ ମୌଳିକ ଅଧିକାରକୁ ହତ୍ୟା କରି ଅଗଣତାନ୍ତ୍ରିକ ଭାବେ ଶାସନ କ୍ଷମତାକୁ ଅକ୍ତିଆର କରିବାର ପ୍ରୟାସ କରାଯାଇଥିଲା ା ବିଶେଷ ଭାବେ ଗଣମାଧ୍ୟମ ଓ ଛାତ୍ର ଆନ୍ଦୋଳନକୁ ଅଗଣତାନ୍ତ୍ରିକ ଭାବେ ଦମନ କରାଯାଇଥିଲା। ଏହି ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରୁଥିବା ଅସଂଖ୍ୟ ଅଣକଂଗ୍ରେସ ରାଜନୈତିକ ଦଳର ନେତା, ସତ୍ୟାଗ୍ରହୀ, ବୁଦ୍ଧିଜୀବୀ ଓ ଖବରଦାତାଙ୍କୁ ‘ମିଶା ଆଇନ’ ବଳରେ ଜୋରଜବରଦସ୍ତି ଜେଲରେ ଭର୍ତ୍ତିି କରାଯାଇଥିଲା। ଜୟପ୍ରକାଶ ନାରାୟଣଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ୍‌ଭାନୀ, ମୋରାରଜୀ ଦେଶାଇ, ଜର୍ଜ ଫର୍ନାଣ୍ଡିଜ, ଚୌଧୁରୀ ଚରଣ ସିଂହ, ବିଜୟାରାଜେ ସିନ୍ଧିଆ, ଅଶ୍ୱିନୀ ଚୌବେ, ଅରୁଣ ଜେଟ୍‌ଲୀ ପ୍ରମୁଖ କାରାବରଣ କରିଥିଲେ। ସେହିପରି ଓଡ଼ିଶାରେ ମଧ୍ୟ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରବି ରାୟ ପ୍ରମୁଖଙ୍କ ସମେତ ୧୨୦୦ରୁ ଊର୍ଦ୍ଧ୍ୱ ସତ୍ୟାଗ୍ରହୀ ଏବଂ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ର, ଯୁବ ଓ ରାଜନେତାଙ୍କୁୁ ଗିରଫ କରାଯାଇ ଜେଲରେ ଭର୍ତ୍ତି କରାଯାଇଥିଲା। ଦେଶର ନିର୍ଦ୍ଦିଷ୍ଟ ଗୋଟିଏ ପରିବାର ଶାସନ କ୍ଷମତାରେ ରହିବା ପାଇଁ ଅନେକ କୋଟି ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ଜଳାଞ୍ଜଳି ଦିଆଯାଇଥିଲା। ସ୍ବାଧୀନତା ପରବର୍ତ୍ତୀ ଭାରତବର୍ଷର ଇତିହାସରେ ଜରୁରିକାଳୀନ ପରିସ୍ଥିତ ଏକ ‘ଅଲିଭା କଳାଦାଗ’ ବୋଲି କୁଅଁର କହିଛନ୍ତି।
ସମୟରେ କାରାବରଣ କରିଥିବା ବିମ୍ବାଧର କୁଅଁର, ଭୁବନାନନ୍ଦ ତ୍ରିପାଠୀ, ଶ୍ରୀଧର ଦାସ, ଗୁରୁଚରଣ ଜେନା,ହରିହର ସାହୁ, ପ୍ରାଣବନ୍ଧୁ ସେନାପତି, ବିନାୟକ ସେନାପତି, ନିର୍ମଳ ଚନ୍ଦ୍ର ଜେନା, ଧ୍ରୁବଚରଣ ଦଳାଇ,ପ୍ରଫୁଲ୍ଲ କୁମାର ସାହୁ, ସଚ୍ଚିଦାନନ୍ଦ ଦଲାଲ, ଭବାନୀଶଙ୍କର ଦାସ ଓ ସୁରେନ୍ଦ୍ର ନାୟକଙ୍କୁ ରାଜ୍ୟ କାର୍ଯ୍ୟାଳୟଠାରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଜିଲା ସମ୍ପାଦକ ରାଜେନ୍ଦ୍ର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?