ଆସିଲା ତାରିଖ: ଏହି ଦିନ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୧୧।୭: ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା। ଏ ନେଇ ତାରିଖ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି। ଆଉ କିଛି ଦିନ ପରେ ସୁଭଦ୍ରାର ୩ୟ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ । ସରକାରଙ୍କ ଘୋଷଣା ଅନୁସାରେ ରାଖୀ ପୂର୍ଣ୍ଣିମା ଅର୍ଥାତ୍‌ ଅଗଷ୍ଟ ୯ ତାରିଖରେ ୩ୟ କିସ୍ତି ଟଙ୍କା ମିଳିବ। ଅର୍ଥାତ୍‌ ୧୫ ହଜାର ଟଙ୍କା ଖାତାକୁ ଆସିବ । କିନ୍ତୁ କେବଳ ଯୋଗ୍ୟ ହିତାଧିକାରୀ ହିଁ ପାଇବେ । ଅଯୋଗ୍ୟ ହିତାଧିକାରୀ ଆବେଦନ କରିଲେ ନାଁ ସରକାର କାଟିଦେବେ ।

୨ୟ କିସ୍ତି ଟଙ୍କା ମାର୍ଚ୍ଚ ୮ ତାରିଖରେ ମହିଳାଙ୍କ ଖାତାକୁ ଆସିଥିଲା। ଏହାପରେ ଆସନ୍ତା ରାଖୀ ପୂର୍ଣ୍ଣିମାରେ ୩ୟ କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ। ସୁଭଦ୍ରା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଘର ଘର ବୁଲି ହିତାଧିକାରୀଙ୍କୁ ଚିହ୍ନଟ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମିଗଲା ସୁନା ରେଟ୍‌: ଜାଣନ୍ତୁ ୧୦ ଗ୍ରାମକୁ କେତେ

ନୂଆଦିଲ୍ଲୀ,୨୧।୧: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଥିଲା ଏବଂ ପ୍ରତିଦିନ ଏକ ପ୍ରବଳ ବୃଦ୍ଧି ସହିତ ନୂଆ...

ରବି ଧାନ ଚାଷ ପ୍ରଭାବିତ ଆଶଙ୍କା: ଡ୍ୟାମ୍‌ରୁ ପାଣି ଛାଡ଼ିଦେଲା ଏମ୍‌ଆଇପି ବିଭାଗ

ଅମରପାଲି, ୨୨ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମରେ ଘୁଙ୍ଗିନାଳ ଉପରେ ନିର୍ମାଣ ହୋଇଥିବା ଡ୍ୟାମରୁ ମଙ୍ଗଳବାର ରାତିରେ ବିନା ସୂଚନାରେ ଏମ୍‌ଆଇପି ବିଭାଗ...

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୧: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବୃଆରୀ ପ୍ରଥମ ସପ୍ତାହରେ ତାଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨ ତାରିଖରୁ ସେ ୫...

ବିଳମ୍ବିତ ରାତିରେ ଅଜଣା ବ୍ୟକ୍ତିଙ୍କୁ ନେଇ ସିମନବାଡିରେ ଆତଙ୍କ, ଧରା ପକାଇଲା ସିସି କ୍ୟାମେରା

ଦାରିଙ୍ଗବାଡି,୨୨।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଏବେ ଆସାମଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଅସୁରକ୍ଷିତ ମଣୁଛନ୍ତି ଗ୍ରାମବାସୀ। ଅଞ୍ଚଳରେ ଚୋରା...

ଦେଖା ହୋଇପାରିଲାନି, ଯୁବତୀଙ୍କ ଘର ଆଗରେ ଦେହକୁ କାଟି ପକାଇଲେ

ଢେଙ୍କିକୋଟ,୨୧ା୧(ନୀଳମଣି ମଣ୍ଡଳ):  କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ସାନମସିଣାବିଲା ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବତୀଙ୍କୁ...

କ୍ରିକେଟ ମ୍ୟାଚ ଦେଖିବାକୁ ଯାଇ ନିଖୋଜ ଥିବା ୪ ନାବାଳକ ସୁରକ୍ଷିତ ଉଦ୍ଧାର

ଦେବଗଡ଼,୨୨।୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲାର ନିଖୋଜ ୪ ନାବାଳକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ରିଆମାଳ ଥାନା ଟିଙ୍କବୀର ଗ୍ରାମର ୪ ଜଣ ପଞ୍ଚମ ଶ୍ରେଣୀ...

ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ...

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri