୫-ଟି ସଚିବଙ୍କ ଗସ୍ତର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

ବାରିପଦା ଅଫିସ,୩ା୩: ଶୁକ୍ରବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଦ୍ବିତୀୟ ଦିନ ଗସ୍ତରେ ଆସି ବାରିପଦାରେ ପହଞ୍ଚିଛନ୍ତି। ରାଇରଙ୍ଗପୁର ସଡ଼କ ପଥରେ ବାହାରି ଦୁଆରଶୁଣି ଘାଟିର ପ୍ରସ୍ତାବିତ ବିକଳ୍ପ ରାସ୍ତା ନିର୍ମାଣ ସମୀକ୍ଷା ପରେ ବାଙ୍ଗରିପୋଷି ନିକଟ ଚନ୍ଦନପୁରର କତରା ନଦୀ ପୋଲ ନିକଟରେ ଅଟକି ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ବିଶୋଇ-ଯୋକା-ଚନ୍ଦନପୁର ୩୧.୪ କିମି ରାସ୍ତା ନିର୍ମାଣ ହେଲେ ଘାଟିର ସମସ୍ୟା ଦୂର ହୋଇପାରିବ ବୋଲି କହିଥିଲେ। ସେଠାରୁ ବାହାରି ବାରିପଦା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ୫କୋଟି ଟଙ୍କା ଅଟକଳରେ ମନ୍ଦିରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିଥିଲେ। ଉପସ୍ଥିତ ସେବାୟତଙ୍କ ସହିତ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ସେଠାରୁ ବାହାରି ବେଲଗଡ଼ିଆସ୍ଥିତ ଘୋଡ଼ାଶାଳ ବନ୍ଧର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ବାରିପଦା ଷ୍ଟାଡିୟମ,କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରିଥିଲେ। ଛାତ୍ରବାସରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ତାଙ୍କ ସହିତ ସକାଳ ଜଳଖିଆ କରିଥିଲେ। ଏହାପରେ ପାଲବଣିସ୍ଥିତ ବନବିଭାଗ ଡାକ ବଙ୍ଗଳାରେ ପହଞ୍ଚି ଉପସ୍ଥିତ ଛାତ୍ରୀଛାତ୍ର,ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏହାପରେ ସେ କାର୍ଯ୍ୟସୂଚୀ ଅନୁସାରେ ୫-ଟି ରୂପାନ୍ତରିତ ଏମ୍‌କେସି ହାଇସ୍କୁଲ, ମଧୁବନଠାରେ ରିଂ ରୋଡ୍‌ ଓ ଆଡ଼ିବନ୍ଧ,ମଧୁବନ ବନ୍ୟାନିୟନ୍ତ୍ରଣ ପ୍ରକଳ୍ପ, ଜିଲା ମୁଖ୍ୟ ଚିକିତ୍ସାଳୟ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ,ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଘର ପରିଦର୍ଶନ ସାଙ୍ଗକୁ ଗୁହାଳଡିହୀଠାରେ ଓରମାସର ସବାଇରୁ ପ୍ରସ୍ତୁତ ସାମଗ୍ରୀ ଉତ୍ପାଦକ ଗୋଷ୍ଠୀଙ୍କୁ ଭେଟି ବଡସାହି ନିର୍ବାଚନ ମଣ୍ଡଳୀର ମାଣତ୍ରୀସ୍ଥିତ ୬୫୦ବର୍ଷର ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ପରିଦର୍ଶନରେ ଯିବା କାର୍ଯ୍ୟକ୍ରମ ରହିଛି। ଏଥି ସହିତ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବାଲଡିହା ଓ ମୋରଡ଼ା ନିର୍ବାଚନ ମଣ୍ଡଳୀର ଜମ୍ଭୀରା ଡ୍ୟାମ୍‌ ଆଦି ବିଭିନ୍ନ ସ୍ଥାନ ପରିଦର୍ଶନ କରି କାର୍ଯ୍ୟକ୍ରମ ସମୀକ୍ଷା କରିବେ।

ମୟୂରଭଞ୍ଜ ଜିଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ସେଥିପାଇଁ ୫ଟି ସଚିବଙ୍କ ପରେ ଅନେକ ଆଶା ଓ ସମ୍ଭାବନାକୁ ମୟୂରଭଞ୍ଜ ଜିଲାର ଜନସାଧାରଣ ଅପେକ୍ଷା କରିଛନ୍ତି। ଗସ୍ତ କାର୍ଯ୍ୟକ୍ରମ ସଫଳ ପାଇଁ ପୂର୍ବରୁ ଜିଲା ପର୍ଯ୍ୟବେକ୍ଷକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମାରାଥନ କାର୍ଯ୍ୟକ୍ରମ ଶେଷ କରୁଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ସ୍ଥାନରେ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି। ତାଙ୍କ ସହିତ ଜିଲାପାଳ ବିନୀତ ଭରଦ୍ବାଜ, ଆଇଜି ହିମାଂଶୁ ଲାଲ୍‌, ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ, ଅତିରିକ୍ତ ଜିଲାପାଳ ରୁଦ୍ର ନାରାୟଣ ମହାନ୍ତି, ଉପଜିଲାପାଳ ଈଶ୍ବର ବେହେରା, ଡେପୁଟି କଲେକ୍ଟର ସୁଜୟ ପତିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri