ଢେଙ୍କାନାଳ ଅଫିସ, ୨।୪: ଢେଙ୍କାନାଳ ଜିଲାର ହିନ୍ଦୋଳ ଏନ୍ଏସି ନିର୍ବାଚନକୁ ମଝିରେ ମାତ୍ର ଦିନଟିଏ ବାକି। ଏଥିଲାଗି ଅବଗଣନା ଆରମ୍ଭ ହୋଇସାରିଥିବାବେଳେ ଶନିବାର ପ୍ରଚାର ସରିଛି। ଶେଷ ଦିନରେ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା, କଂଗ୍ରେସର ନେତୃବୃନ୍ଦ ବିଭିନ୍ନ ଓ୍ବାର୍ଡରେ ମାରାଥନ୍ ପ୍ରଚାର କରି ଶକ୍ତି ପ୍ରଦର୍ଶନ କରିଛନ୍ତି।
ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଏବଂ କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରି ପ୍ରଚାର ମଇଦାନକୁ ଓହ୍ଲାଇଥିଲା ବିଜେଡି। ନିର୍ବାଚନ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ତଥା ଢେଙ୍କାନାଳ ବିଧାୟକ ସୁଧୀର ସାମଲ ପ୍ରଚାର ମଙ୍ଗ ଧରିଥିଲେ। ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଜିଲା ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ରାଜ୍ୟ ମହିଳା ଉପସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ ପ୍ରମୁଖ ଘର ଘର ବୁଲି ଭୋଟ ମାଗିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ନିବେଦନ କରିଥିଲେ।
ସେହିପରି ରାଜ୍ୟରେ ଦୁର୍ନୀତି, କେନ୍ଦ୍ରୀୟ ଯୋଜନାରେ ହେଉଥିବା ବାଟମାରଣାକୁ ପ୍ରସଙ୍ଗ କରିଛି ଭାଜପା। ବରିଷ୍ଠ ନେତା ରୁଦ୍ରନାରାୟଣ ପାଣି, ଜିଲା ସଭାପତି ନରେଶ ମହାପାତ୍ର, ରାମଚନ୍ଦ୍ର ପାତ୍ର, ଜିଲା ସାଧାରଣ ସମ୍ପାଦକ ସୁନୀଲ ଶର୍ମା, ଦୀପକ ପ୍ରସାଦ ପଟ୍ଟନାୟକ ପ୍ରମୁଖ ବିଜେଡି ସରକାର ସମୟରେ ହେଉଥିବା ଦୁର୍ନୀତି, ବିଭିନ୍ନ କ୍ଷେତ୍ରରେ ଅନିୟମିତତା ଏବଂ ନାରୀ ନିର୍ଯାତନାକୁ ମୁଖ୍ୟ ପ୍ରସଙ୍ଗ କରି ବିଭିନ୍ନ ଓ୍ବାର୍ଡ ବୁଲି ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରିଥିଲେ।
ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଶେଷଦିନରେ ପ୍ରଚାରରେ ସାମିଲ ହୋଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ। ତାଙ୍କ ସହ ଜିଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ବରିଷ୍ଠ ନେତା ବିପ୍ଳବ ଜେନା, ରତିକାନ୍ତ ଗଡ଼ନାୟକ, ସୁବାସ ଚନ୍ଦ୍ର ପାଲ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ସ୍ମିତାରାଣୀ ସାମଲ, ଶିଳ୍ପୀଶ୍ରୀ ହରିଚନ୍ଦନ ପ୍ରମୁଖ ପ୍ରଚାର ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।
୨୦୧୪ ନିର୍ବାଚନ ପୂର୍ବରୁ ହିନ୍ଦୋଳ ଏନ୍ଏସି ହାତେଇବା ବିଜେଡି, କଂଗ୍ରେସ ଏବଂ ଭାଜପା ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଦଳୀୟ ପ୍ରାର୍ଥୀମାନେ ନିର୍ବାଚନ ବୈତରଣୀ ପାର ହେବାକୁ ଜୋର୍ ଲଗାଇ ଦେଇଛନ୍ତି। କେତେକ ଓ୍ବାର୍ଡରେ ସ୍ବାଧୀନ ପ୍ରାର୍ଥୀମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ସମ୍ଭାବନା ଥିବାରୁ ସବୁ ଦଳର ରାଜନୈତିକ ନେତୃବୃନ୍ଦ ସେମାନଙ୍କ ଉପରେ ନଜର ରଖିବା ସହ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି।
Posted inHome Left, ଆମ ଜିଲା ଖବର, ଢେଙ୍କାନାଳ View All
ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...
ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...
ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ
ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...
ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...
ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର
ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...
ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…
ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...
ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍ଘାଟିତ
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏହାକୁ...
ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍ପି ଶୁଭେନ୍ଦୁ...
Archives


