Posted inଫୁରସତ

ଏଠି ବୁଲିବେ ଦେଶପ୍ରୀତିରେ

ସାଧାରଣତନ୍ତ୍ର ଦିବସ ଅବସରରେ କେଉଁ କେଉଁ ସ୍ଥାନକୁ ବୁଲିଗଲେ ମନରେ ଦେଶପ୍ରୀତି ଜାଗ୍ରତ ହେବା ସହ ଅନେକ ଐତିହାସିକ ତଥ୍ୟ ଜାଣିହେବ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* ଇଣ୍ଡିଆ ଗେଟ୍‌: ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍‌ ହେଉଛି ଏକ ରାଷ୍ଟ୍ରୀୟ ସ୍ମାରକ। ବର୍ଷର ଯେତେବେଳେ ଚାହିଁବେ ପର୍ଯ୍ୟଟକ ଏଠାକୁ ବୁଲିଯାଇପାରିବେ। କିନ୍ତୁ ସାଧାରଣତନ୍ତ୍ର ଦିବସ ହେଉ ଅବା ସ୍ବାଧୀନତା ଦିବସ ଅବସରରେ ଏଠାକୁ ବୁଲିଗଲେ କିଛିଟା ନିଆରା ଅନୁଭୂତି ସାଉଁଟିପାରିବେ। ମନରେ ଦେଶପ୍ରୀତି ଜାଗ୍ରତ ହେବା ସହ ଅନେକ ଐତିହାସିକ ତଥ୍ୟ ଜାଣିବାର ସୂଯୋଗ ମଧ୍ୟ ଲଭିପାରିବେ।

* ଲାଲକିଲ୍ଲା: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ପରେଡ୍‌ର ଲୋକପ୍ରିୟତା ଖୁବ୍‌ ରହିଥାଏ; ଯାହାକୁ ଦେଖିବାକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କର ସୁଅ ଛୁଟେ। ଏହି ପରେଡ୍‌ ଦେଖିବା ସହ ଆଗନ୍ତୁକମାନେ ନିକଟରେ ଥିବା ଲାଲକିଲ୍ଲାର ଅପୂର୍ବ ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିବାକୁ ଆଦୌ ଭୁଲି ନଥାନ୍ତି। କାରଣ ଲାଲକିଲ୍ଲା ହେଉଛି ଏକ ଐତିହାସିକ ଦୁର୍ଗ। ଇତିହାସ ସମ୍ବନ୍ଧୀୟ ଅନେକ ତଥ୍ୟ ଏହି ଦୁର୍ଗ ସହିତ ଜଡ଼ିତ ରହିଛି। କେବଳ ସେତିକି ନୁହେଁ ଏହି ଦୁର୍ଗଟିର ଅପୂର୍ବ ସୌନ୍ଦର୍ଯ୍ୟ ବି ଦେଖିବାକୁ ବେଶ୍‌ ମନୋରମ ଲାଗିଥାଏ।

* ସାବରମତୀ ଆଶ୍ରମ: ଗୁଜରାଟର ଅହମଦାବାଦ୍‌ସ୍ଥିତ ସାବରମତୀ ନଦୀତଟରେ ଥିବା ଏହି ଆଶ୍ରମରେ ଗାନ୍ଧିଜୀ ନିଜ ଅନୁଗତମାନଙ୍କୁ ଅହିଂସା ଏବଂ ସତ୍ୟର ସନ୍ଧାନ ଉପରେ ଶିକ୍ଷା ଦେଉଥିଲେ। ତା’ସହିତ ଜଣେ କିପରି ନିଜର ବୁଦ୍ଧି ଖଟାଇ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବ, ସେ ବିଷୟରେ ବି ସେମାନଙ୍କୁ ପରାମର୍ଶ ଦେଉଥିଲେ। ବିଶେଷକରି ଗାନ୍ଧିଜୀ ସେମାନଙ୍କୁ କୁଟୀରଶିଳ୍ପ, ହସ୍ତଶିଳ୍ପ, ଚାଷବାସ ଆଦି ବିଷୟ ଉପରେ ଜ୍ଞାନ ପ୍ରଦାନ କରୁଥିଲେ। ‘ଖଟି ଖାଅ କାଟି ପିନ୍ଧ’ ଥିଲା ଗାନ୍ଧିଜୀଙ୍କର ବାଣୀ। ସେଥିପାଇଁ ଗାନ୍ଧିଜୀ ଏଠାରେ ଚରଖା ସ୍ଥାପନ କରି ସେଥିରେ ନିଜେ ନିଜର ପୋଷାକ ତିଆରି କରି ପିନ୍ଧୁଥିଲେ ଏବଂ ଆଶ୍ରମବାସୀଙ୍କୁ ବି ତାହା ଶିଖାଉଥିଲେ। ଫଳରେ ଅନେକ ଲୋକ ଏଥିରୁ ଉପକୃତ ହେଉଥିଲେ। ତେବେ ଗାନ୍ଧିଜୀଙ୍କ ସ୍ମୃତିରେ ଏହି ଆଶ୍ରମରେ ଏକ ସଂଗ୍ରହାଳୟ ମଧ୍ୟ ରହିଛି; ଯାହା ଗାନ୍ଧୀ ସ୍ମାରକ ସଂଗ୍ରହାଳୟ ନାମରେ ପରିଚିତ। ଏହି ସଂଗ୍ରହାଳୟରେ ପର୍ଯ୍ୟଟକ ଗାନ୍ଧିଜୀଙ୍କ ବାଲ୍ୟକାଳରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସମୟର ଅନେକ ଫଟୋ, ଗାନ୍ଧିଜୀଙ୍କର ଅନେକ ହାତଲେଖା ଚିଠି, ଗାନ୍ଧିଜୀଙ୍କ ଜୀବନୀ ଉପରେ ଆଧାରିତ ବହୁ ପୁସ୍ତକ ତଥା ଅନେକ କଳାକୃତି ଆଦି ବୁଲି ଦେଖିପାରିବେ। ତେଣୁ ସାଧାରଣତନ୍ତ୍ର ଦିବସ ଅବସରରେ ବୁଲିବା ପାଇଁ ଏହି ସ୍ଥାନଟି ଏକ ଉତ୍ତମ ବିକଳ୍ପ ହୋଇପାରେ।

* ଅଟାରି-ଓ୍ବାଘା ବର୍ଡର: ସାଧାରଣତନ୍ତ୍ର ଦିବସ ଅବସରରେ ପର୍ଯ୍ୟଟକ ଚାହିଁଲେ ଅଟାରି-ଓ୍ବାଘା ବର୍ଡର ଆଡେ ବି ବୁଲି ଯାଇପାରିବେ। କାରଣ ଏହି ସମୟରେ ଗଲେ ଦେଶଭକ୍ତିର କିଛିଟା ନିଆରା ଅନୁଭୂତି ସାଉଁଟିବାର ସୂଯୋଗ ମିଳେ।

* ଚନ୍ଦ୍ରଶେଖର ଆଜାଦ୍‌ ପାର୍କ: ଏହା ଆଲ୍‌ଫ୍ରେଡ୍‌ ପାର୍କ ନାମରେ ବି ପରିଚିତ। ଏହି ପାର୍କଟି ଆଲ୍ଲାହାବାଦରେ ପ୍ରିନ୍ସ ଆଲ୍‌ଫ୍ରେଡ୍‌ଙ୍କ ନାଁରେ ପ୍ରଥମେ ଗଢ଼ି ଉଠିଥିଲା। କିନ୍ତୁ କ୍ରାନ୍ତିକାରୀ ଚନ୍ଦ୍ରଶେଖର ଆଜାଦ୍‌ ଏହି ପାର୍କରେ ଦେହତ୍ୟାଗ କରିବା ପରେ ଏହା ଲୋକମୁଖରେ ଚନ୍ଦ୍ରଶେଖର ଆଜାଦ୍‌ ପାର୍କ ଭାବେ ପରିଚିତ ହେବାକୁ ଲାଗିଲା। ସେଥିପାଇଁ ସାଧାରଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ, ଶହୀଦ ଦିବସ ପରି ବିଶେଷ ଦିନମାନଙ୍କରେ ଏଠାକୁ ଗଲେ ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଉପଭୋଗ କରିବାର ସୂଯୋଗ ମିଳିଥାଏ।

* ଚମ୍ପାରଣ: ଏହା ବିହାରସ୍ଥିତ ଏକ ଐତିହାସିକ ସ୍ଥଳ; ଯେଉଁଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଇଂରେଜଙ୍କ ବିରୋଧରେ ନିଜର ପ୍ରଥମ ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲେ ବୋଲି ତଥ୍ୟ ରହିଛି। ଚମ୍ପାରଣର ଇତିହାସ ଏତେସବୁ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ନିଜ ଭିତରେ ସାଇତି ରଖିଥିବାରୁ ଏହି ସ୍ଥାନଟିର ମହତ୍ତ୍ୱ ସବୁବେଳେ ରହିଆସିଛି। ତେଣୁ ସାଧାରଣତନ୍ତ୍ର ଦିବସ ଅବସରରେ ପର୍ଯ୍ୟଟକ ଏଠାକୁ ମଧ୍ୟ ବୁଲିଯାଇ ଅନେକ ଅନୁଭୂତି ଲଭିପାରିବେ।

କେବଳ ଏହିସବୁ ସ୍ଥାନ ନୁହେଁ, ପର୍ଯ୍ୟଟକ ଚାହିଁଲେ ସାଧାରଣତନ୍ତ୍ର ଦିସବ ଅବସରରେ କୋଲକାତାର ନେତାଜୀ ଭବନ, ଲଦାଖର କାରଗିଲ୍‌ ଯୁଦ୍ଧ ସ୍ମାରକ, ଗୁଜରାଟର ପୋର୍‌ବନ୍ଦର, ଉତ୍ତରପ୍ରଦେଶର ଝାନ୍ସି କିଲ୍ଲା ଆଦି ସ୍ଥାନକୁ ବୁଲିଯାଇ ଦେଶପ୍ରୀତିର ନିଆରା ଅନୁଭୂତିକୁ ନିଶ୍ଚୟ ଅନୁଭବ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri