ବିବାହ ଦିନ ଜଣାପଡ଼ିଲା ବର-କନ୍ୟା,ଭାଇ-ଭଉଣୀ

ବେଜିଂ,୬।୪: ଚାଇନାରେ ଆୟୋଜିତ ହୋଇଥିବା ଏକ ବିବାହ ସମାରୋହରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ବିବାହ ଦିନ ବର ଓ କନ୍ୟା ଉଭୟ ଭାଇ ଭଉଣୀ ବୋଲି ଜଣାପଡ଼ିବା ସତ୍ତ୍ୱେ ତାଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ଏଥିସହ ୨୦ ବର୍ଷ ତଳେ ହଜିଯାଇଥିବା ଝିଅକୁ ଫେରିପାଇଲେ ମା’। ଦୀର୍ଘ ସମୟ ପରେ ଝିଅକୁ ପାଇ ମା’ଙ୍କ ଖୁସି କହିଲେ ନ ସରେ। ସେ ଖୁସିରେ ଏତେ ବିଭୋର ହୋଇଯାଇଥିଲେ ଯେ, ବିବାହ ସମାରୋହରେ କାନ୍ଦିପକାଇଥିଲେ। ଏହି ଘଟଣାଟି ହେଉଛି ଚାଇନାର ଜିଆଙ୍ଗସୁର ସୋଝାଓ ଅଞ୍ଚଳର। ସୂଚନାଯୋଗ୍ୟ, ସୋଝାଓ ଅଞ୍ଚଳରେ ଜଣେ ବର କନ୍ୟାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ହେଲେ ସେହି ସମୟରେ ଉଭୟ ଭାଇ ଭଉଣୀ ବୋଲି ଜାଣିବାକୁ ପାଇଥିଲେ। ଘଟଣାଟି ହେଉଛି, ବିବାହ ସମୟରେ ବରଙ୍କ ମା’ ନିଜ ବୋହୂଙ୍କୁ ଦେଖିବାକୁ ଇଛା ପ୍ରକାଶ କରିଥିଲେ। ସେହି ସମୟରେ ବୋହୂଙ୍କ ହାତରେ ଥିବା ଜନ୍ମ ସମୟର ଏକ ଚିହ୍ନକୁ ଦେଖି ସେ ଆାଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏଥିସହ ନିଜ ହଜିଯାଇଥିବା ଝିଅକୁ ଚିହ୍ନିପାରିଥିଲେ। ଉକ୍ତ ଚିହ୍ନକୁ ଦେଖି ସଙ୍ଗେ ସଙ୍ଗେ ସେ କନ୍ୟାଙ୍କ ପାଳିତ ମାତାପିତାଙ୍କୁ ତାଙ୍କ ବିଷୟରେ ପଚାରିବୁଝିଥିଲେ। ତେବେ ସେହି ସମୟରେ ଜଣାପଡ଼ିଥିଲା ଯେ, ଉକ୍ତ ଯୁବତୀଙ୍କୁ ସେ ୨୦ ବର୍ଷ ତଳେ ରାସ୍ତା କଡ଼ରୁ ପାଇଥିଲେ। ଏହାପରେ ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା ଏବଂ ଜନ୍ମିତ ମା’ ଝିଅଙ୍କ ମିଳନ ହୋଇଥିଲା। କିଛି ସମୟ ପାଇଁ ଉକ୍ତ ସମାରୋହରେ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ଅନ୍ୟପଟେ ଉଭୟ କନ୍ୟା ବର ଭାଇ ଭଉଣୀ ହେବା ସତ୍ତ୍ୱେ ମଧ୍ୟ ତାଙ୍କ ମା’ ଏହି ବିବାହରେ ଅରାଜି ହୋଇ ନ ଥିଲେ। କାରଣ ଝିଅ ହଜିଯିବା ପରେ ସେ ଉକ୍ତ ଯୁବକଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri