୨୨ରେ ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ):ରାଜ୍ୟରେ ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ୩ ନାମଲେଖା ପାଇଁ ସୋମବାର ଆଉଏକ ତାଲିକା ପ୍ରକାଶ ପାଇଛି। ଯୁକ୍ତ୩ ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ଛାତ୍ରୀଛାତ୍ରମାନେ ଅକ୍ଟୋବର ୧୭ ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ୨୨ତାରିଖ ଅପରାହ୍ନ ୨ଟାରେ ପ୍ରକାଶ ପାଇବ। ୨୨ରୁ ୨୯ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ଫି’ ଦାଖଲ କରିବେ। ୨୭ରୁ ନଭେମ୍ବର ୩ ସନ୍ଧ୍ୟା ୫ଟା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରୀଛାତ୍ରମାନେ ନାମ ଲେଖାଇବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର ରାଜ୍ୟର ସମସ୍ତ କଲେଜର ଅଧ୍ୟକ୍ଷକଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ସୂଚନାଯୋଗ୍ୟ, କରୋନା ପାଇଁ ନାମଲେଖା ଅବଧି ଘୁଞ୍ଚା ଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।