ସେପ୍ଟେମ୍ବର ୧୧ରେ ଏନ୍‌ଇଇଟି ପିଜି

ଭୁବନେଶ୍ୱର, ୧୪।୭(ବ୍ୟୁରୋ):ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଏନ୍‌ଇଇଟି ପିଜି ୨୦୨୧ ଆସନ୍ତା ସେପ୍ଟେମ୍ବର ୧୧ରେ ଅନୁଷ୍ଠିତ ହେବ। ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍‌ଜାମିନେଶନ(ଏନ୍‌ବିଏ) ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପୂର୍ବରୁ ଜାନୁୟାରୀରେ ହେବାର ଥିଲା। କିନ୍ତୁ କରୋନା ଯୋଗୁ ପରୀକ୍ଷା ଏପ୍ରିଲ ଓ ପରେ ଅଗଷ୍ଟକୁ ଘୁଞ୍ଚତ୍ଥିଲା। ତେବେ ନୂଆ ପରୀକ୍ଷା ତାରିଖ ସଂକ୍ରାନ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି।
ସେପଟେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏନ୍‌ଇଇଟି ୟୁଜି ୨୦୨୧ ସେପ୍ଟେମ୍ବର ୧୨ରେ ହେବ ବୋଲି ସୋମବାର ଘୋଷଣା କରାଯାଇଥିବାବେଳେ ଏଥିପାଇଁ ମଙ୍ଗଳବାର ସନ୍ଧ୍ୟା ୫ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତବର୍ଷ ପ୍ରଥମଥର ପାଇଁ କୁଏତ୍‌ରେ ପରୀକ୍ଷା କେନ୍ଦ୍ର ହେବ। ୧୧ଟି ପରିବର୍ତ୍ତେ ୧୩ଟି ଭାଷାରେ ପରୀକ୍ଷା ହେବ। ପଞ୍ଜାବୀ ଓ ମାଲାୟାଲମ ଭାଷାକୁ ଚଳିତବର୍ଷ ପରୀକ୍ଷାରେ ଅନ୍ତୁର୍ଭକ୍ତ କରାଯାଇଛି।