୧୫ ନଭେମ୍ବରରେ ପୃଥିବୀର ଜନସଂଖ୍ୟା ୮ ଶହ କୋଟି ଟପିବ,ଚାଇନାକୁ ପଛରେ ପକାଇବ ଭାରତ…

ଜେନେଭା,୧୪।୧୧ : ଜାତିସଂଘର ଆକଳନ ଅନୁଯାୟୀ, ବିଶ୍ୱର ଜନସଂଖ୍ୟା ୧୫ ନଭେମ୍ବରରେ ୮ ଶହ କୋଟି ଟପିବ। ବିଶ୍ୱ ଜନସଂଖ୍ୟା ସମ୍ଭାବନା ୨୦୨୨ ରିପୋର୍ଟ ଅନୁଯାୟୀ, ବିଶ୍ୱ ଜନସଂଖ୍ୟା ୨୦୮୦ ମସିହାରେ ଏହାର ଶିଖରରେ ପହଞ୍ଚିବ। ଏହି ସମୟ ମଧ୍ୟରେ ଜନସଂଖ୍ୟା ୧୦୪୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ୨୦୨୩ ସୁଦ୍ଧା ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବା ସହିତ ଚାଇନାକୁ ଅତିକ୍ରମ କରିବ ବୋଲି ରିପୋର୍ଟରେ ପୂର୍ବାନୁମାନ କରାଯାଇଛି।

ଏହି ସମୟରେ, ରିପୋର୍ଟରେ ଚାଇନାରେ କମ ଶିଶୁ ଜନ୍ମ ହେବାର ଆକଳନ କରାଯାଇଛି। ଶିଶୁ ଜନ୍ମହାର କମ୍‌ ନେଇ ଚାଇନା ଚିନ୍ତାରେ ରହିଥିବା ମଧ୍ୟ କୁହାଯାଇଛି।

ରଏଟର୍ସ ରିପୋର୍ଟ ଅନୁଯାୟୀ ଚାଇନାରେ ବହୁ ଦମ୍ପତି କେବଳ ଗୋଟିଏ ସନ୍ତାନ ଜନ୍ମ କରିବାକୁ ଚାହୁଁଥିବାବେଳେ ସରକାର ଅତି କମରେ ୩ ଜଣ ସନ୍ତାନ ଜନ୍ମ କରିବାକୁ ଚେଷ୍ଟା କରୁଛନ୍ତି। ଯୁବବର୍ଗମାନେ ବିବାହ କରିବାକୁ ଚାହୁଁନାହାଁନ୍ତି। ଚାଇନାରେ ପିଲାମାନଙ୍କର ପ୍ରତିପୋଷଣ ବହୁତ ମହଙ୍ଗା ହୋଇଯାଉଛି। କେବଳ ଏତିକି ନୁହେଁ, ଚାଇନାରେ ଅନେକ ପରିବାର ଅଛନ୍ତି ଯେଉଁମାନେ ବହୁ ଦୂରରେ ରହୁଥିବା ବୃଦ୍ଧ ମାତାପିତାଙ୍କୁ ସାହାଯ୍ୟ କରିବାରେ ଅସମର୍ଥ। ଚାଇନାର ଯୁବତୀମାନେ ବିଳମ୍ବରେ ବିବାହ କରୁଛନ୍ତି। ଫଳରେ ସେମାନଙ୍କ ପାଇଁ ଗର୍ଭବତୀ ହେବା କଷ୍ଟକର ହୋଇ ପଡୁଛି।

ଚାଇନ ଦୀର୍ଘ ଦିନରୁ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇ ରହିଆସୁଛି। ଜନସଂଖ୍ୟାକୁ ନିୟନ୍ତ୍ରଣରେ ରଖିବା ପାଇଁ ଚାଇନା ୧୯୮୦ରୁ ୨୦୧୫ମଧ୍ୟରେ ଜଣେ କଠୋର ଶିଶୁ ନୀତି ପ୍ରଣୟନ କରିଥିଲା। ଫଳରେ ଦେଶର ଜନସଂଖ୍ୟା କମିବା ଏହାର ମୁଖ୍ୟ କାରଣ। ମିଳିତ ଜାତିସଂଘ ଆକଳନ କରିଛି ଯେ ଆସନ୍ତା ବର୍ଷଠାରୁ ଚାଇନାର ଜନସଂଖ୍ୟା ହ୍ରାସ ପାଇବ। ୨୦୨୩ମସିହାରେ ଜନସଂଖ୍ୟାରେ ଭାରତ ଚାଇନାକୁ ଅତିକ୍ରମ କରିବ।

୨୦୨୧ ମସିହାରେ ଚାଇନାରେ ପ୍ରଜନନ ହାର ୧.୧୬ ଥିଲା। ଯାହା ଜନସଂଖ୍ୟା ସ୍ଥିରତା ପାଇଁ ୨.୧ର ମାନକଠାରୁ ବହୁତ କମ ଅଟେ। ଚାଇନାର ଏହି ହାର ବିଶ୍ୱରେ ସର୍ବନିମ୍ନ ପ୍ରଜନନ ହାର ଥିବା ଦେଶ ତାଲିକାରେ ଅନ୍ତର୍ଭୁକ୍ତ। ବିଶେଷଜ୍ଞମାନେ କହିଛନ୍ତି ଯେ କରୋନା ମହାମାରୀରେ ଚାଇନାର ଅତି କଠୋର ନିୟମ ମଧ୍ୟ ଶିଶୁ ଜନ୍ମ ହାରକୁ ପ୍ରଭାବିତ କରିଛି। ଚଳିତ ବର୍ଷ ଚାଇନାରେ ଶିଶୁ ଜନ୍ମ ହାର ରେକର୍ଡ ସ୍ତରରେ କମ ରହିପାରେ। ଏହା ୧ କୋଟିକୁ ଖସିପାରେ ଯାହା ଗତ ବର୍ଷ ୧ କୋଟି ୬୦ ହଜାର ଥିଲା ।

ଚାଇନାର ହଂକଂ ବିଶ୍ୱବିଦ୍ୟାଳୟର ପ୍ରଫେସର ଶେନ ଜାନଫା କହିଛନ୍ତି ଆମେ ଆଶା କରୁଛୁ ଦେଶରେ ବୃଦ୍ଧାବୃଦ୍ଧ ଜନସଂଖ୍ୟା ଅତି ଶୀଘ୍ର ବୃଦ୍ଧି ପାଇବ। ଚାଇନା ଏହି ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିର ସାମ୍ନା କରୁଛି ଯାହା ୨୦ ବର୍ଷ ପୂର୍ବେ ଭିନ୍ନ ଥିଲା। ଚାଇନାରେ, ୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ୧୩ ପ୍ରତିଶତ ଅଟେ। ଜନସଂଖ୍ୟା କମ ଥିବାରୁ ଚାଇନାରେ ଆଗାମୀ ଦିନରେ ଶ୍ରମିକ ଅଭାବର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri