ମହାକାଳପଡ଼ା,୨୦ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ବାତ୍ୟା ଅକ୍ୱାନ ପ୍ରଭାବରେ ତଳିଆ ଅଞ୍ଚଳ ଲୋକଙ୍କ ଦୁଃଖ ବଢିଛି। ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପକୁ ନେଇ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି।
ଏହି ପରିପ୍ରେକ୍ଷୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତଙ୍କୁ କେନ୍ଦ୍ରାପଡ଼ା ଜିଲା ଦାୟିତ୍ୱ ନିର୍ବାହ ପାଇଁ ଦଳ ପକ୍ଷରୁ କୁହାଯାଇଛି। ଜିଲାରେ ବାତ୍ୟା ପ୍ରପୀଡ଼ିତ ତଥା ବାତ୍ୟା ଆଶ୍ରୟସ୍ଥଳୀରେ ତଳିଆ ଅଞ୍ଚଳ ଲୋକଙ୍କୁ ଭେଟିବା ପାଇଁ ବିଜୁ ଜନତା ଦଳର ଅମାତ ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ଦଳୀୟ ଟିମ୍ ଶୁକ୍ରବାର ପୂର୍ବାହ୍ନରେ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପହଞ୍ଚି ମା’ ରାମଚଣ୍ଡୀଙ୍କୁ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ। ପରେ ପ୍ରପୀଡ଼ିତ କୋକଙ୍କୁ ଭେଟି ସମସ୍ୟା ପଚାରି ବୁଝିଥିଲେ।
ପେଟଛେଲା ପଞ୍ଚାୟତର ରାମଚଣ୍ଡୀ ମନ୍ଦିର କମ୍ୟୁନିଟି ସେଣ୍ଟରରେ ଜନଜାତି ଲୋକଙ୍କୁ ଭେଟି ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ରାମନଗର ଓ ଖରିନାସି ଜେଟିରେ ମତ୍ସ୍ୟଜୀବୀମାନଙ୍କୁ ଭେଟି ଆଲୋଚନା କରିଥିଲେ। ପରେ ବିଭିନ୍ନ ପାଞ୍ଚୟତର ଆଶ୍ରୟସ୍ଥଳୀକୁ ଯାଇ ବିପନ୍ନଙ୍କୁ ଭେଟି ଦୁଃଖସୁଖରେ ସାମିଲ ହୋଇଥିଲେ।
ଏହି ଟିମରେ ବିଜେଡି ଜିଲା ସଭାପତି ଶିବ ପ୍ରସାଦ ଭୋଳ, ବ୍ଲକ ଉପାଧ୍ୟକ୍ଷ ବିଜୟ କୁମାର ଶୁକ୍ଲା, ଜିଲାରିଷଦ ସଭ୍ୟ ମୃତ୍ୟୁଞ୍ଜୟ ମଣ୍ଡଳ, ପ୍ରତାପ ମଲିକ, ବିଜୟ ଜେନା, ପ୍ରଶାନ୍ତ ସାମନ୍ତରାୟ, ରବୀନ୍ଦ୍ର ପାଳ, ସ୍ମୁତିରଞ୍ଜନ ପ୍ରଧାନ, କଲ୍ୟାଣ ରାୟ, ନଳିନୀ ପ୍ରଭା ଚୌଧୁରୀ, କବିତା ମଲିକ, ହେମନ୍ତ ସାହୁ , ସୁରଭି ଜେନା, ଶରତ ରାଉତ, ଭକ୍ତ ରଞ୍ଜନ ମାହାଳିଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ସାମିଲ ହୋଇଥିଲେ।