Posted inଜାତୀୟ

ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛି ଚାଇନା, ଆମ ସରକାର ନିଦରେ: ରାହୁଲ ଗାନ୍ଧୀ

ଜୟପୁର,୧୬।୧୨: ଭାରତ ଯୋଡୋ ଯାତ୍ରା ୧୦୦ ଦିନ ପୂରଣ କରିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏଠାରେ ସେ ଚାଇନା ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘର୍ଷ ମାମଲାରେ ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି। ଏପରିକି ସେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ମଧ୍ୟ ଚେତାଇଛନ୍ତି।

ରାହୁଲ କହିଛନ୍ତି, ଚାଇନା ମାମଲାରେ ସରକାର ଲଗାତାର ଭାବେ ଅବହେଳା କରୁଛନ୍ତି। କିନ୍ତୁ ଏହାକୁ ଅଣଦେଖା କରାଯାଇପାରିବ ନାହିଁ କିମ୍ବା ଲୁଚାଯାଇପାରିବ ନାହିଁ। ଚାଇନା ଅପରେଶନ ଚଳାଇଛି। ପ୍ରସ୍ତୁତି ଚାଲିଛି। ହେଲେ ଆମ ସରକାର ନିଦରେ ଶୋଇଛି। ଯିଏ ବି ଏସବୁ କଥାକୁ ବୁଝିଛି ସେ ଦେଖିପାରୁଛି ସେମାନଙ୍କ ଅସ୍ତ୍ରଶସ୍ତ୍ର। ସେମାନେ ଯୁଦ୍ଧ ଲାଗି ପ୍ରସ୍ତୁତ ହେଉଛନ୍ତି। ଅନ୍ତର୍ଜାତୀୟ ମାମଲାରେ କାର୍ଯ୍ୟକ୍ରମ ନୁହେଁ ବରଂ ଶକ୍ତି କାମରେ ଆସେ। ମୁଁ ତିନିରୁ ଚାରି ଥର କହିଛି। ତାକୁ ବୁଝିବା ଦରକାର। କେବଳ ବୈଦେଶିକ ମନ୍ତ୍ରୀଙ୍କ ବୟାନ ଆସୁଛି। ହେଲେ ମନ୍ତ୍ରୀଙ୍କୁ ନିଜର ବୁଝିବା ଶକ୍ତିକୁ ବଢ଼ାଇବା ଉଚିତ ବୋଲି ସେ କହିଛନ୍ତି।

ଏହାଛଡ଼ା ସେ କହିଛନ୍ତି, କେହି ବି ମୋତେ ଚାଇନା ଉପରେ ପ୍ରଶ୍ନ କରିବେ ନାହିଁ ଜାଣେ। ସମସ୍ତେ ଗେହେଲଟ୍‌-ପାଇଲଟଙ୍କ ଉପରେ ପ୍ରଶ୍ନ ପଚାରିବେ। ହେଲେ ଚାଇନା ଆମର ୨ ହଜାର କିମି ବର୍ଗମିଟର ଅଞ୍ଚଳକୁ ଅକ୍ତିଆରକୁ ନେଇଛି। ଯବାନଙ୍କୁ ଶହୀଦ କରିଛି। ସେମାନଙ୍କୁ ପିଟୁଛି। ହେଲେ କେହି ସେ ବିଷୟରେ କିଛି ବି ପଚାରିବେ ନାହିଁ। ଏହା ପୁରା ଦେଶ ଦେଖୁଛି। ଲଦାଖ ଏବଂ ଅରୁଣାଚଳ ପଟରୁ ପ୍ରସ୍ତୁତି ସରିଲାଣି। ସରକାର ଶୋଇଛନ୍ତି। ବିପଦ ସ୍ପଷ୍ଟ ହୋଇଛି। ହେଲେ ସରକାର ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛି। ହେଲେ ଏହା ଲୁଚି ପାରିବ ନାହିଁ। ଚାଇନା ଯୁଦ୍ଧର ପ୍ରସ୍ତୁତି କରୁଛି। ଏହା ଅନୁପ୍ରବେଶର ପ୍ରସ୍ତୁତି ନୁହେଁ। ଯାହା ହେଉଛି ତାକୁ ଦେଖି ସାବଧାନ ରହିବା ଉଚିତ। ଭାଜପା ଏବଂ ଆର୍‌ଏସ୍‌ଏସ୍‌ ସୃଷ୍ଟି କରିଥିବା ଡର ଏବଂ ଘୃଣାକୁ ନେଇ ଯାତ୍ରା କରୁଛି। ତାକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି। ଯେଉଁଦିନ କଂଗ୍ରେସ ମାଟିକୁ ଫେରିବ, ତାକୁ କେହି ହରାଇ ପାରିବେ ନାହିଁ। ଯାତ୍ରାର ନଜର ଶ୍ରୀନଗରରେ ପତାକା ଉଡାଇବା ଉପରେ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri