Posted inଜାତୀୟ

ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛି ଚାଇନା, ଆମ ସରକାର ନିଦରେ: ରାହୁଲ ଗାନ୍ଧୀ

ଜୟପୁର,୧୬।୧୨: ଭାରତ ଯୋଡୋ ଯାତ୍ରା ୧୦୦ ଦିନ ପୂରଣ କରିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏଠାରେ ସେ ଚାଇନା ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘର୍ଷ ମାମଲାରେ ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି। ଏପରିକି ସେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ମଧ୍ୟ ଚେତାଇଛନ୍ତି।

ରାହୁଲ କହିଛନ୍ତି, ଚାଇନା ମାମଲାରେ ସରକାର ଲଗାତାର ଭାବେ ଅବହେଳା କରୁଛନ୍ତି। କିନ୍ତୁ ଏହାକୁ ଅଣଦେଖା କରାଯାଇପାରିବ ନାହିଁ କିମ୍ବା ଲୁଚାଯାଇପାରିବ ନାହିଁ। ଚାଇନା ଅପରେଶନ ଚଳାଇଛି। ପ୍ରସ୍ତୁତି ଚାଲିଛି। ହେଲେ ଆମ ସରକାର ନିଦରେ ଶୋଇଛି। ଯିଏ ବି ଏସବୁ କଥାକୁ ବୁଝିଛି ସେ ଦେଖିପାରୁଛି ସେମାନଙ୍କ ଅସ୍ତ୍ରଶସ୍ତ୍ର। ସେମାନେ ଯୁଦ୍ଧ ଲାଗି ପ୍ରସ୍ତୁତ ହେଉଛନ୍ତି। ଅନ୍ତର୍ଜାତୀୟ ମାମଲାରେ କାର୍ଯ୍ୟକ୍ରମ ନୁହେଁ ବରଂ ଶକ୍ତି କାମରେ ଆସେ। ମୁଁ ତିନିରୁ ଚାରି ଥର କହିଛି। ତାକୁ ବୁଝିବା ଦରକାର। କେବଳ ବୈଦେଶିକ ମନ୍ତ୍ରୀଙ୍କ ବୟାନ ଆସୁଛି। ହେଲେ ମନ୍ତ୍ରୀଙ୍କୁ ନିଜର ବୁଝିବା ଶକ୍ତିକୁ ବଢ଼ାଇବା ଉଚିତ ବୋଲି ସେ କହିଛନ୍ତି।

ଏହାଛଡ଼ା ସେ କହିଛନ୍ତି, କେହି ବି ମୋତେ ଚାଇନା ଉପରେ ପ୍ରଶ୍ନ କରିବେ ନାହିଁ ଜାଣେ। ସମସ୍ତେ ଗେହେଲଟ୍‌-ପାଇଲଟଙ୍କ ଉପରେ ପ୍ରଶ୍ନ ପଚାରିବେ। ହେଲେ ଚାଇନା ଆମର ୨ ହଜାର କିମି ବର୍ଗମିଟର ଅଞ୍ଚଳକୁ ଅକ୍ତିଆରକୁ ନେଇଛି। ଯବାନଙ୍କୁ ଶହୀଦ କରିଛି। ସେମାନଙ୍କୁ ପିଟୁଛି। ହେଲେ କେହି ସେ ବିଷୟରେ କିଛି ବି ପଚାରିବେ ନାହିଁ। ଏହା ପୁରା ଦେଶ ଦେଖୁଛି। ଲଦାଖ ଏବଂ ଅରୁଣାଚଳ ପଟରୁ ପ୍ରସ୍ତୁତି ସରିଲାଣି। ସରକାର ଶୋଇଛନ୍ତି। ବିପଦ ସ୍ପଷ୍ଟ ହୋଇଛି। ହେଲେ ସରକାର ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛି। ହେଲେ ଏହା ଲୁଚି ପାରିବ ନାହିଁ। ଚାଇନା ଯୁଦ୍ଧର ପ୍ରସ୍ତୁତି କରୁଛି। ଏହା ଅନୁପ୍ରବେଶର ପ୍ରସ୍ତୁତି ନୁହେଁ। ଯାହା ହେଉଛି ତାକୁ ଦେଖି ସାବଧାନ ରହିବା ଉଚିତ। ଭାଜପା ଏବଂ ଆର୍‌ଏସ୍‌ଏସ୍‌ ସୃଷ୍ଟି କରିଥିବା ଡର ଏବଂ ଘୃଣାକୁ ନେଇ ଯାତ୍ରା କରୁଛି। ତାକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି। ଯେଉଁଦିନ କଂଗ୍ରେସ ମାଟିକୁ ଫେରିବ, ତାକୁ କେହି ହରାଇ ପାରିବେ ନାହିଁ। ଯାତ୍ରାର ନଜର ଶ୍ରୀନଗରରେ ପତାକା ଉଡାଇବା ଉପରେ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri