Posted inଜାତୀୟ

ଦେଶର ୧୩୦ କୋଟି ଜନସାଧରଣଙ୍କ ପକ୍ଷରୁ ପ୍ରବାସୀଙ୍କୁ ସ୍ବାଗତ: ପ୍ରଧାନମନ୍ତ୍ରୀ…

ଇନ୍ଦୋର,୯।୧ : ପ୍ରବାସୀ ଭାରତୀୟ ଦିବସ ଅବସରରେ ଇନ୍ଦୋରରେ ଆୟୋଜିତ ସମାବେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରି ପ୍ରବାସୀମାନଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପ୍ରାୟ ଚାରି ବର୍ଷ ପରେ ଏହି କାର୍ଯ୍ୟକ୍ରମ ପୁଣି ଆୟୋଜିତ ହୋଇଛି। ଚାରି ବର୍ଷ ପରେ ଏହାର ମୂଳ ରୂପରେ ଏହା ପୁରା ମହାନତା ସହିତ ଫେରିଛି। ପ୍ରିୟଜନଙ୍କ ସହିତ ମୁହାଁମୁହିଁ ହୋଇ କଥା ହେବାରେ ଏକ ଭିନ୍ନ ଆନନ୍ଦ ଅଛି। ଦେଶର ୧୩୦ କୋଟି ଜନସାଧରଣଙ୍କ ପକ୍ଷରୁ ପ୍ରବାସୀଙ୍କୁ ସ୍ବାଗତ କରୁଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ପାଇଁ ସମଗ୍ର ବିଶ୍ୱ ହେଉଛି ଆମର ଦେଶ। ଗତ କିଛି ବର୍ଷ ମଧ୍ୟରେ ଭାରତ ଯେଉଁ ବିକାଶ ହାସଲ କରିଛି ତାହା ଅତୁଳନୀୟ। ଆମେ ସଭ୍ୟତାର ଗୁରୁତ୍ୱ ବୁଝିଛୁ। ଶତାବ୍ଦୀ ପୂର୍ବରୁ ଆମେ ବିଶ୍ୱ ବାଣିଜ୍ୟର ଏକ ଅସାଧାରଣ ପରମ୍ପରା ଆରମ୍ଭ କରିଥିଲୁ । ଆମେ ସମୁଦ୍ର ପାର ହୋଇଥିଲୁ ଯାହା ଅସୀମ ମନେ ହେଉଥିଲା। ବ୍ୟବସାୟିକ ସମ୍ପର୍କ କିପରି ସହଭାଗୀ ସମୃଦ୍ଧିର ରାସ୍ତା ଖୋଲିପାରିବ ତାହା ଭାରତ ଏବଂ ଭାରତୀୟମାନେ ଦର୍ଶାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ବଦଳୁଥିବା ଦୁନିଆରେ ପ୍ରବାସୀ ଭାରତୀୟଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କୁ ଭାରତ ବିଷୟରେ ଅଧିକ ଜାଣିବାର ଆବଶ୍ୟକତା ରହିଛି। ଭାରତୀୟମାନେ କିପରି ଆଗକୁ ବଢୁଛନ୍ତି ତାହା ଦେଖିବାକୁ ସମଗ୍ର ବିଶ୍ୱ ଅପେକ୍ଷା କରିଛି। ଯେତେବେଳେ ମହାକାଶର ଭବିଷ୍ୟତ କଥା ଆସେ, ମହାକାଶ ପ୍ରଯୁକ୍ତିର ସବୁଠାରୁ ଉନ୍ନତ ଦେଶ ମଧ୍ୟରେ ଭାରତର ଆଲୋଚନା ହୁଏ। ଭାରତ ଏକାସାଙ୍ଗରେ ଶହେ ଶହେ ଉପଗ୍ରହ ଉତକ୍ଷେପଣ କରୁଛି। ସଫ୍ଟୱେର୍‌ ଏବଂ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ୱ ଆମର ଶକ୍ତି ଉପରେ ନଜର ରଖିଛି। ଆପଣ ଏହାର ଏକ ଉତ୍ତମ ଉତ୍ସ ପାଲଟିଛନ୍ତିି।

ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ୭୦ ଦେଶରୁ ୩୮୦୦ ପ୍ରବାସୀ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୧୮ଜଣଙ୍କ ଜୀବନ, ୬ଜଣ ଗୁରୁତର

ଭେଟ୍‌ଲାପାଲେମ୍‌,୨୮ା୨: ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରେ ଥିବା ଏକ ବାଣ କାରଖାନାରେ ଶନିବାର ଭୟଙ୍କର ବିସ୍ପୋରଣ ଘଟିଛି। ବିସ୍ପୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିବା ସହ ୬ଜଣ ଗୁରୁତର…

ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri