୨୯ରେ କଂଗ୍ରେସର ବ୍ଲକ ଘେରାଉ

ରୂପସା,୨୬।୯(ଡି.ଏନ୍‌.ଏ.): ଆସନ୍ତା ୨୯ ତାରିଖରେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଫିସ ଘେରାଉ ପାଇଁ କଂଗ୍ରେସ ଡାକରା ଦେଇଛି। ବନ୍ୟାଜନିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ, ଆବାସ ଯୋଜନାରେ ଘର, ଭୂମିହୀନଙ୍କୁ ଘରବାଡ଼ି ପଟ୍ଟା, ଜଳ ନିଷ୍କାସନ ସମସ୍ୟା ସ୍ଥାୟୀ ସମାଧାନ, ଟାଟାପାୱାର ଶୋଷଣ ନୀତି ବନ୍ଦ, ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ ଓ ବିଧବାଙ୍କୁ ଭତ୍ତା ଆଦି ଦାବି ନେଇ ସାଧାରଣ ଲୋକଙ୍କୁ ସରକାରୀ ସୁବିଧା ଯୋଗାଇବାରେ ବ୍ଲକ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରାଯାଇ ଏହି ବନ୍ଦ ଡାକରା ଦିଆଯିବ। ବ୍ଲକ ଅଫିସ୍‌ ଏବେ ଶାସକ ଦଳ ନେତା ଓ କର୍ମୀଙ୍କ କାର୍ଯ୍ୟାଳୟ ପାଲଟିଛି ବୋଲି ସୋମବାର ବାହାର୍ଦ୍ଦା ଡାକବଙ୍ଗଳାରେ ବସ୍ତା ବ୍ଲକ କଂଗ୍ରେସ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଯୋଗଦେଇ କଂଗ୍ରେସ ନେତା ତଥା ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଓ ବିଧାନସଭା କ୍ଷେତ୍ର ନେତା ବିଜନ ନାୟକ ଅଭିଯୋଗ କରି ପ୍ରଶାସନ ଉପରେ ବର୍ଷିଛନ୍ତି।
ସାଧାରଣ ଲୋକେ ବ୍ଲକ ଅଫିସରୁ ନ୍ୟାୟ ପାଉନାହାନ୍ତି। ବନ୍ୟା ହେବାର ମାସେ ପରେ ବି ଲୋକଙ୍କୁ ପଲିଥିନ୍‌ ଖଣ୍ଡେ ମିଳିନାହିଁ। ଟାଟା ପାୱାର ସରକାରଙ୍କ ପ୍ରୋତ୍ସାହନରେ ବିଜୁଳି ଉପଭୋକ୍ତାମାନଙ୍କୁ ମନଇଚ୍ଛା ଶୋଷଣ କରୁଛି ବୋଲି ଦାସ କହିଥିଲେ। ସେହିପରି ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଜଳକା, ପଳପଳା, କଙ୍କୁଡି ଆଦି ନଦୀନାଳର ପୁନରୁଦ୍ଧାର ଜରୁରୀ ବୋଲି କହିଥିଲେ। ଏଗୁଡ଼ିକର ପୁନରୁଦ୍ଧାର ପାଇଁ ଡ୍ରେନେଜ ବିଭାଗ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମାତ୍ର ବ୍ୟାପକ ଦୁର୍ନୀତି ପାଇଁ ତାହାର କାମ ନିମ୍ନମାନର ହୋଇଛି ଏବଂ ଲୋକଙ୍କୁ ସୁଫଳ ମିଳିନାହିଁ। ଏହାର ଭିଜିଲାନ୍ସ ତଦନ୍ତ ପାଇଁ ନାୟକ ଦାବି କରିଛନ୍ତି। ବ୍ଲକ ସଭାପତି ସତ୍ୟନାରାୟଣ ଗୁପ୍ତା ଏଥିରେ ପୌରୋହିତ୍ୟ କରିଥିଲେ। ଖବରଦାତା ସମ୍ମିଳନୀରେ ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଜେନା, ମହିଳା ନେତ୍ରୀ ଅଞ୍ଜଳି ପ୍ରଧାନ, କଂଗ୍ରେସ ନେତା ମନୋଜ ମହାନ୍ତି, ଜୟନ୍ତ ମହାପାତ୍ର, ଜଗଦୀଶ ସାହୁ, କମଳଲୋଚନ ଜେନା, ଅବିନାଶ ନାୟକ, ପ୍ରଦୀପ ଦେ, ନିତ୍ୟାନନ୍ଦ ନାୟକ ପ୍ରମୁଖ ଯୋଗଦେଇ ଯୋଗ୍ୟ ହିତାଧିକାରୀଙ୍କୁ ପାଇଖାନା, ରାଶନକାର୍ଡ଼, ଭତ୍ତା ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ମିଳୁ ନ ଥିବାରୁ ୩୧ଟି ପଞ୍ଚାୟତର ଲୋକେ ଆଗାମୀ ୨୯ ତାରିଖରେ ବ୍ଲକ ଘେରାଉ କରିବା ସହ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପୁଳ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ବଦଳୁନି ଅବସ୍ଥା

ପଟ୍ଟାମୁଣ୍ତାଇ,୧୨।୪(ସ୍ବ.ପ୍ର.): ପଟ୍ଟାମୁଣ୍ତାଇ ପୂର୍ତ୍ତ ବିଭାଗ ଅଧୀନରେ ଅଳଭା-ଗଣ୍ତାକିଆ ସାଢ଼େ ୧୦ କିମି ରାସ୍ତା ରହିଛି। ଜଳସମ୍ପଦ ବିଭାଗ ୨୦୧୪ରେ ଏହି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର...

ଗୋପାଳଙ୍କ ପରିବାରକୁ ସୁରକ୍ଷା ଦେବା ମାମଲା ଖାରଜ

କଟକ ଅଫିସ,୨୮ା୨: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ନେଇ ହାଇକୋର୍ଟରେ...

ପରିବାରରେ ନିଆଯିବ ଅନାଥ ଶିଶୁଙ୍କ ଯତ୍ନ

ଛତ୍ରପୁର,୮ା୩(ଡି.ଏନ.ଏ.) – ଅନାଥ ଆଶ୍ରମ କିମ୍ବା ଶିଶୁ ଯତ୍ନ କେନ୍ଦ୍ର ବଦଳରେ ପରିବାରରେ ହିଁ ଅନାଥ ଓ ଏକକ ଅଭିଭାବକ ଶିଶୁମାନଙ୍କର ଯତ୍ନ ସହ ସେମାନଙ୍କର...

ବିଜେଡି ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ: ‘ଘରେ ନ ବସି ଲୋକଙ୍କ ପାଖକୁ ଯାଅ’

ଢେଙ୍କାନାଳ ଅଫିସ, ୪।୯-ଦୀର୍ଘଦିନ ଧରି ଢେଙ୍କାନାଳ ଜିଲା ବିଜେଡିର ଗଡ଼ ଭାବେ ରହି ଆସିଛି। ଦଳକୁ ଅଧିକ ସୁଦୃଢ଼ କରିବାକୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ...

ରେଢ଼ାଖୋଲ ବନଖଣ୍ଡରେ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର

ରେଢ଼ାଖୋଲ,୨୩।୧୦(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ବଡ଼ମାଳ ରେଞ୍ଜ ଅଧୀନ ଭାଲିଆକଟା ପଞ୍ଚାୟତର ବଡ଼ବପାଟି ଗ୍ରାମ୍ୟ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବନବିଭାଗ ଉକ୍ତ...

ଜମି ବିବାଦରୁ ସଂଘର୍ଷ: ୨ମୃତ, ୮ ଗୁରୁତର

ଦଶମନ୍ତପୁର, ୧୦ା୭: ଜମିଜମା ବିବାଦକୁ କେନ୍ଦ୍ରକରି ହାତୀମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ୮ ଜଣ ଗୁରୁତର ଆହତ ହୋଇଛନ୍ତି।...

ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା

ଅନୁଗୋଳ ଅଫିସ, ୬ା୪: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଚିକିତ୍ସା ଅବହେଳାରୁ ବଅଁରପାଳ ବ୍ଲକ...

ଦ୍ୱନ୍ଦ୍ୱ ଦୂର କରିପାରୁନି ତଦନ୍ତ

ବଲାଙ୍ଗୀର ଅଫିସ, ୯।୧୧: କଳାହାଣ୍ଡି ଜିଲା କେଗଁା ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଅପହରଣ ଓ ହତ୍ୟା ଘଟଣାକୁ ମାସେ...

Advertisement
Archives

Model This Week