ଭୁବନେଶ୍ୱର,୯।୫: GRP କନଷ୍ଟେବଲ ସୌମ୍ୟଙ୍କ ମୃତ୍ୟୁକୁ ନେଇ ସାଂଘାତିକ ଖୁଲାସ କଲେ ସାଙ୍ଗ ଓମ ପ୍ରକାଶ। ଦୁଇ ଯୁବତୀ ଆଣିଥିବା ଅଭିଯୋଗକୁ ଓମ୍ ଖଣ୍ଡନ କରିଛନ୍ତି। ତେବେ ସୌମ୍ୟ ଯୁବତୀଙ୍କୁ ମାଡ଼ ମାରିଥିବା ଘଟଣାକୁ ସେ ସୱୀକାର କରିଛନ୍ତି। ଅସଦାଚରଣ ଘଟଣାକୁ ସେ ସମ୍ପୂର୍ଣ୍ଣ ମନା କରିଛନ୍ତି। ଦୁଇ ଯୁବତୀ ମିଛ କହୁଥିବା ସେ କହିଛନ୍ତି। ୭୦/୮୦ ଲୋକ ଘେରିଗଲେ, ୧୦ରୁ ୧୨ ଜଣ ପିଟିଥିଲେ। ମୁହଁକୁ ଗୋଇଠା ମାଡ଼ ଓ ବାଉଁଶ ଫାଳିଆରେ ପିଟିଥିଲେ। ବିନା ୟୁନିଫର୍ମରେ ଭିଡ଼ ମଧ୍ୟରେ ପିସିଆର୍ ମଧ୍ୟ ସୌମ୍ୟଙ୍କୁ ପିଟୁଥିଲା। ୟୁନିଫର୍ମରେ ଥିବା ପିସିଆର୍ ଚୁପ ହୋଇ ଦେଖୁଥିଲେ। ଆଇନକୁ ହାତକୁ ନେଇଥିବା ଲୋକଙ୍କୁ ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି।