ଓଡ଼ିଶାରେ ପହଞ୍ଚିଲା ଓମିକ୍ରନ ଟେଷ୍ଟିଂ କିଟ୍‌

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଓମିକ୍ରନ ଟେଷ୍ଟିଂ କିଟ୍‌ ଓମିସିୟୋର ଓଡ଼ିଶାରେ ପହଞ୍ଚିଛି। ଏଣିକି ରାଜ୍ୟରେ ଓମିକ୍ରନ ଟେଷ୍ଟ ସହଜ ହେବ । ଓମିକ୍ରନ ଟେଷ୍ଟିଂ କିଟ୍‌ ଓଡ଼ିଶାରେ ପହଞ୍ଚିବା ପରେ ଆଉ ଜେନମ ସିକ୍ୱେନ୍ସିଂ କରିବା ଆବଶ୍ୟକ ପଡିବନି । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣର କିଟ ରାଜ୍ୟକୁ ଆସିଛି । ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡ ଟାଟା ଏମ୍‌ଡି ପକ୍ଷରୁ ଓଡ଼ିଶାକୁ ଏହି କିଟ୍‌ ପଠାଯାଇଛିି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓମିକ୍ରନ କିଟ୍‌ ଓମିସିୟୋରର ୫ ଲକ୍ଷ କିଟ ପାଇଁ ଅର୍ଡର ଦେଇଛନ୍ତି । ଓମିକ୍ରନର ଲକ୍ଷଣ ଥିଲେ ସଙ୍ଗେ ସଙ୍ଗେ ଏହି କିଟ୍‌ରେ ଟେଷ୍ଟ କରିବା ଦ୍ୱାରା ଭୂତାଣୁ ଚିହ୍ନଟ ହୋଇପାରିବ ।