୬ ଦେଶରେ ଓମିକ୍ରନ ସ୍ପାଉନ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବଢ଼ିଲା ଚିନ୍ତା…

ଜେନେଭା,୨୦।୧୦ : ବିଶ୍ୱ ନାମରେ ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି। ଫଳରେ କରୋନା ମାର୍ଗଦର୍ଶିକା ପୁଣି ଫେରିବା ଆରମ୍ଭ କରିଛି। ଏବେ ପୁଣି ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇ ପଡ଼ିଛି। ଅପରପକ୍ଷରେ, କରୋନାର ନୂତନ ସବ-ଭାରିଆଣ୍ଟ ନେଇ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କରୋନାର ନୂତନ ସବ-ଭାରିଆଣ୍ଟ ବିଏଫ୍‌.୭, ଏବଂ ବିଏ.୫.୧.୭ ସମଗ୍ର ବିଶ୍ୱରେ ପାଦ ବିସ୍ତାର କରିଛି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚିନ୍ତାରେ ପଡ଼ିଛି।

ଚାଇନାରେ ସଂକ୍ରମଣ ସୃଷ୍ଟି କରିଥିବା ବିଏଫ୍‌.୭ ର ନାମ ଓମିକ୍ରନ ସ୍ପାଉନ ଭାବେ ନାମିତ କରାଯାଇଛି। ଇତି ମଧ୍ୟରେ ଚାଇନା ସମେତ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ବେଲଜିୟମ ଏବଂ ଭାରତ ଆଦି ୬ଟି ଦେଶରେ ଏହା ଚିହ୍ନଟ ହୋଇଛି। ଓମିକ୍ରନ ସ୍ପାଉନ ସମଗ୍ର ବିଶ୍ୱର ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ ଏହା କରୋନାର ଅନ୍ୟ ଭାରିଆଣ୍ଟ ଅପେକ୍ଷା ଅଧିକ ସଂକ୍ରାମକ ଏବଂ ଦ୍ରୁତ ଗତିରେ ବ୍ୟାପିଥାଏ । ଅପରପକ୍ଷରେ, ଭାରତ ଭଳି ଦେଶରେ, ଯେଉଁଠାରେ ପାର୍ବଣ ଋତୁ ଚାଲିଛି। ତେଣୁ ବହୁ ସଂଖ୍ୟକ ଲୋକ ସର୍ବସାଧାରଣ ସ୍ଥାନରେ ଏକାଠି ହେବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିରେ, ଲୋକଙ୍କ ଟିକିଏ ଅସାବଧାନତା ମଧ୍ୟ ଏକ ବଡ ଭୁଲ ହୋଇପାରେ ।

Share