ଓମିକ୍ରନ୍‌ ବଡ଼ ବିପଦ

ନୂଆଦିଲ୍ଲୀ, ୩୦ା୧୧: କରୋନା କବଳରୁ ମୁକୁଳି ବିଶ୍ୱ ସଜାଡ଼ି ହେବାକୁ ଅଣ୍ଟା ଭିଡ଼ିଲାବେଳକୁ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ପୁଣି ଚିନ୍ତା ବଢ଼ାଇଛି। ଓମିକ୍ରନ ସଂକ୍ରମଣର ଭୟାବହତାକୁ ଦେଖି ପ୍ରାୟ ସବୁ ଦେଶ ଆଲର୍ଟ ରହିଛନ୍ତି। ବିଭିନ୍ନ ସ୍ଥାନରେ କଡ଼ା କଟକଣା ଫେରିଛି। ଲୋକେ ଆଶଙ୍କା ଭିତରେ ରହିଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ଓମିକ୍ରନ୍‌କୁ ଅତି ବିପଦଜନକ ଶ୍ରେଣୀରେ ରଖିଛି। ଏହି ଭାରିଆଣ୍ଟ ସଂକ୍ରମଣ ବ୍ୟାପିଲେ ପରିଣତି ଭୟଙ୍କର ହେବ ବୋଲି ସୋମବାର ଡବ୍ଲ୍ୟୁଏଚ୍‌ଓ ଚେତାବନୀ ଦେଇଛି। ମହାମାରୀ ବିରୋଧରେ ପ୍ରସ୍ତୁତି ନିମନ୍ତେ ଅଧିକ ଆଲୋଚନା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଭା (ଡବ୍ଲ୍ୟୁଏଚ୍‌ଏ)ର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ସାଧାରଣତଃ ଡବ୍ଲ୍ୟୁଏଚ୍‌ଏର ଅଧିବେଶନ ପ୍ରତି ବର୍ଷ ମେ’ରେ ବସିଥାଏ। ଓମିକ୍ରନ୍‌ ସଂକ୍ରମଣକୁ ରୋକିବା ପାଇଁ ୧୯୪ ସଦସ୍ୟ ରାଷ୍ଟ୍ର ଏଥିରେ ଆଲୋଚନା କରିବେ।
ଜାରି କରିଥିବା ବିବୃତିରେ ମହାମାରୀକୁ ନେଇ ଚିନ୍ତା ପ୍ରକଟ କରିବା ସହ କେତେକ ପରାମର୍ଶ ଦେଇଛି। ଅନ୍ତଜାର୍ତୀୟ ସ୍ତରରେ ଓମିକ୍ରନ ବ୍ୟାପିବାର ଆଶଙ୍କା ଥିବାରୁ ଦେଶଗୁଡ଼ିକ ଟିକାକରଣକୁ ତ୍ୱରିତ କରିବା ସହ ଆଗୁଆ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟସୁବିଧାର ବ୍ୟବସ୍ଥା କରିବା ଜରୁରୀ। ଓମିକ୍ରନର ବହୁସଂଖ୍ୟାରେ ସ୍ପାଇକ୍‌ ମ୍ୟୁଟେଶନ ଥିବାରୁ ଏହା ମହାମାରୀକୁ ଆହୁରି ଗମ୍ଭୀର କରିପାରେ। ପୂର୍ବରୁ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଏବଂ ଟିକା ନେଇଥିବା ବ୍ୟକ୍ତିଙ୍କ ରୋଗପ୍ରତିରୋଧକ ଶକ୍ତିରୁ ବର୍ତ୍ତିବା ପାଇଁ ଓମିକ୍ରନର କ୍ଷମତା ଉପରେ ଅଧିକ ଅଧ୍ୟୟନ ଆବଶ୍ୟକ। ଆସନ୍ତା କିଛି ସପ୍ତାହ ମଧ୍ୟରେ ଅଧ୍ୟୟନ ଫଳାଫଳ ଆସିଯିବ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ‘ଚିନ୍ତାଜନକ ଭାରିଆଣ୍ଟ’ ବର୍ଗରେ ଓମିକ୍ରନକୁ ରଖାଯାଇଥିବାବେଳେ ଟିକା ନେଇ ସାରିଥିବା ଲୋକଙ୍କୁ ମଧ୍ୟ ଏହା ସଂକ୍ରମିତ କରିପାରେ ଡବ୍ଲ୍ୟୁଏଚ୍‌ଓ କହିଛି। ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭାରିଆଣ୍ଟ ୧୫ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପିଲାଣି। ବୋତ୍‌ସଓ୍ବାନା, ଇଟାଲୀ, ହଂକଂ, ଅଷ୍ଟ୍ରେଲିଆ, ବେଲଜିୟମ, ବ୍ରିଟେନ, ଡେନମାର୍କ, ଜର୍ମାନୀ, ସ୍କଟ୍‌ଲାଣ୍ଡ, ନେଦରଲାଣ୍ଡ୍‌ସ, ସୁଇଜରଲାଣ୍ଡ, କାନାଡା, ଇସ୍ରାଏଲ, ଚେକ୍‌ ରିପବ୍ଲିକରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି। କେତେକ ଦେଶ ଦକ୍ଷିଣ ଆଫ୍ରିକାକୁ ଯାତାୟାତ ଉପରେ କଟକଣା ମଧ୍ୟ ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?