ଓଟିଟିରେ ରିଲିଜ ହେବ ଅକ୍ଷୟ କୁମାରଙ୍କ ‘ଓ ମାଇଁ ଗଡ ୨’ର ଅନକଟ ଭର୍ସନ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ମୁଭି ‘ଓ ମାଇଁ ଗଡ ୨’ ଚଳିତ ବର୍ଷ ମୋଷ୍ଟ ଆଓ୍ବେଟେଡ ମୁଭି ମଧ୍ୟରୁ ଗୋଟିଏ। ଏହି ମୁଭି ୧୧ ଅଗଷ୍ଟରେ ସିନେମା ହଲରେ ରିଲିଜ ହୋଇଥିଲା। ସନ୍ନି ଦଓ୍ବେଲଙ୍କ ଗଦ୍ଦର ୨ ସହ ଟକ୍କର ଦେବା ପରେ ବି ଓଏମଜି ୨ ବକ୍ସ ଅଫିସରେ ଶାନଦାର ସ୍କୋର କରିଛି। ଏହି ମୁଭି ୧୨୦ କୋଟିରୁ ଅଧିକ ବ୍ୟବସାୟ କରି ସାରିଲାଣି।

ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମ ’ଓଏମଜି ୨’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ମୁଭି ରିଲିଜ ହେବା ପୂର୍ବରୁ ଅନେକ ବିବାଦରେ ଛନ୍ଦି ହୋଇଯାଇଥିଲା। ଏହି ମୁଭିଟି ଯୌନ ଶିକ୍ଷା ବିଷୟ ଉପରେ ଆଧାରିତ। ପରେ ଏହା ୨୭ ଟି କଟ ସହିତ ସେନ୍ସର ବୋର୍ଡରୁ ଏକ ‘ଏ-ଆଡଲ୍ଟସ ଓନଲି’ ସାର୍ଟିଫିକେଟ ପାଇଥିଲା। କୌତୁହଳର ବିଷୟ, ଅକ୍ଷୟ କୁମାରଙ୍କର ଏହା ହେଉଛି ପ୍ରଥମ ମୁଭି ଯାହାକି ୧୨ବର୍ଷରେ ଏ ସାର୍ଟିଫିକେଟ ପାଇଛି। ଆଉ ଏବେ ଖବର ଆସୁଛି ‘ଓ ମାଇଁ ଗଡ ୨’ ଓଟିଟିରେ ରିଲିଜ ହେବ ତାହା ପୁଣି ଅନକଟ।
ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ‘ଓ ମାଇଁ ଗଡ ୨’ ନିର୍ଦ୍ଦେଶକ ଅମିତ ରାୟ କହିଛନ୍ତି ଯେ ଏ ସାର୍ଟିଫିକେଟ ଦ୍ୱାରା ତାଙ୍କ ହୃଦୟ ଭାଙ୍ଗିଯାଇଛି। ସେ ନିଶ୍ଚିତ କରିଛନ୍ତି ଯେ ଏହି ଫିଲ୍ମଟି ବିନା କଟରେ ଓଟିଟିରେ ଉପଲବ୍ଧ ହେବ। ଅମିତ କହିଛନ୍ତି, ଆମ ସମସ୍ତଙ୍କ ହୃଦୟ ଭାଙ୍ଗି ଯାଇଛି, କାରଣ ଆମେ ସମସ୍ତେ ଦେଖିବା ପାଇଁ ଫିଲ୍ମ ତିଆରି କରିଥିଲୁ, କିନ୍ତୁ ତାହା ହୋଇପାରିଲା ନାହିଁ। ଆମେ ସେମାନଙ୍କୁ U / A ସାର୍ଟିଫିକେଟ ଦେବାକୁ ଅନୁରୋଧ କଲୁ। କିନ୍ତୁ ସେମାନେ ରାଜି ହୋଇ ନ ଥିଲେ। ଆମେ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲୁ … କିନ୍ତୁ ତା’ପରେ ସେମାନେ କିଛି ଦୂର ଗଲେ, ଆମେ କିଛି ଦୂର ଗଲୁ। ପରିବର୍ତ୍ତନ ସହିତ ମୁଭିଟି ମୁକ୍ତିଲାଭ କରିଛି … ।
ଓ ମାଇଁ ଗଡ ୨ର ଓଟିଟି ରିଲିଜ କୌଣସି କଟକଣା ବିନା ରିଲିଜ ହେବ କି ବୋଲି ପଚରାଯିବାରୁ ଅମିତ କହିଛନ୍ତି, ଦର୍ଶକେ ଫିଲ୍ମକୁ ପସନ୍ଦ କରିଥିବାରୁ ଆମେ ଖୁସି। ଫିଲ୍ମର ଉଦ୍ଦେଶ୍ୟ ଶୁଦ୍ଧ ଥିଲା। ଏପରି ଭାବରେ ଉପସ୍ଥାପିତ ହୋଇଛି ଯେ ଏହା ଅଶ୍ଳୀଳ ଶବ୍ଦ ନୁହେଁ। ଆମେ ବାସ୍ତବତା ବିଷୟରେ କଥାବାର୍ତ୍ତା କରୁ, କିନ୍ତୁ ମଧୁର ଏବଂ ହାସ୍ୟାସ୍ପଦ ଉପାୟରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଏହି ମୁଭିଟି ଓଟିଟି ପ୍ଲାଟଫର୍ମରେ ବିନା କଟ୍‌ରେ ଶୀଘ୍ର ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri