ଜାତୀୟ ସମ୍ମିଳନୀରେ ଗୁଞ୍ଜରିତ ହେଲା ଓମ୍‌ ଶାନ୍ତି ଶାନ୍ତି, ଦେଶ ପାଇଁ ଆଶୀର୍ବାଦ କାମନା କଲେ…

ଓ୍ବାଶିଂଟନ,୨୨ା୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ବେଶ୍‌ ସରଗରମ ହୋଇଛି। ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଦୌଡ଼ରେ ଥିବା ବେଳେ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଳା ହାରିସ୍‌ ମଧ୍ୟ ତାଙ୍କୁ ଏକ କଡ଼ା ଟକ୍କର ଦେଉଛନ୍ତି। ଏହି ସମୟରେ ଡେମୋକ୍ରାଟିକ୍‌ ପାର୍ଟିର ଜାତୀୟ ସମ୍ମିଳନୀ ଚର୍ଚ୍ଚାର ବିଷୟ ପାଲଟିଛି।

ଚିକାଗୋରେ ଡେମୋକ୍ରାଟିକ୍‌ ନ୍ୟାଶନାଲ କନ୍‌ଭେନସ୍‌ନର ତୃତୀୟ ଦିନଟି ବିଶେଷ ଥିଲା। କାରଣ ଜଣେ ହିନ୍ଦୁ ପୁରୋହିତଙ୍କ ଦ୍ୱାରା ବୈଦିକ ମନ୍ତ୍ରରୁ ଏହି କନ୍‌ଭେନ୍‌ସନ୍‌ ଆରମ୍ଭ ହୋଇଥିଲା। ଏହି ସମ୍ମିଳନୀ ଯେତେବେଳେ ଆରମ୍ଭ ହୋଇଥିଲା ସେତେବେଳେ ହଲ୍‌ରେ ଓମ୍‌ ଶାନ୍ତି ଶାନ୍ତି ସ୍ଲୋଗାନ ଶୁଣିବାକୁ ମିଳିଥିଲା। ମ୍ୟାରିଲାଣ୍ଡର ଶିବ ବିଷ୍ଣୁ ମନ୍ଦିରର ପୁରୋହିତ ରାକେଶ ଭଟ୍ଟ ଦେଶ ପାଇଁ ଆଶୀର୍ବାଦ କାମନା କରି ବୈଦିକ ପ୍ରାର୍ଥନା କରିଥିଲେ।

ରାକେଶ ଭଟ୍ଟ ଜଣେ ପୁରୋହିତ। ଯିଏ ବେଙ୍ଗାଲୁରୁରୁ ଆମେରିକା ଯାଇଥିଲେ। ସେ ହିନ୍ଦୀ, ଇଂରାଜୀ, ସଂସ୍କୃତ, ତାମିଲ, ତେଲୁଗୁ ଏବଂ କନ୍ନଡ଼ରେ କଥାବାର୍ତ୍ତା କରନ୍ତି। ତାଙ୍କର ସଂସ୍କୃତ, ଇଂରାଜୀ ଏବଂ କନ୍ନଡରେ ତିନୋଟି ଭାଷାରେ ସ୍ନାତକ ଏବଂ ମାଷ୍ଟର ଡିଗ୍ରୀ ରହିଛି।

ସେ ବେଙ୍ଗାଲୁରୁର ଓଷ୍ଟେନ କଲେଜରୁ ଇଂରାଜୀ ଏବଂ କନ୍ନଡରେ ଏବଂ ଜୟଚାମାରାଜେନ୍ଦ୍ର କଲେଜରୁ ସଂସ୍କୃତରେ ଡିଗ୍ରୀ ହାସଲ କରିଥିଲେ। ଡେମୋକ୍ରାଟିକ୍‌ ପାର୍ଟି ଡେପୁଟି ନ୍ୟାଶନାଲ ଫାଇନାନ୍ସ ଚେୟାରମ୍ୟାନ ଅଜୟ ଭୁଟୋରିଆ କହିଛନ୍ତି, ଡିଏନ୍‌ସିରେ ରାକେଶଙ୍କ ହିନ୍ଦୁ ପ୍ରାର୍ଥନା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଯାହା ଡେମୋକ୍ରାଟିକ୍‌ ପାର୍ଟିର ଅନ୍ତର୍ଭୂକ୍ତତା ଏବଂ ବିବିଧତା ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ।

ଡେମୋକ୍ରାଟିକ୍‌ ପାର୍ଟିର ସବୁଠାରୁ ବଡ଼ କାର୍ଯ୍ୟକ୍ରମ ବୋଲି ବିବେଚନା କରାଯାଏ। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଚାରି ବର୍ଷରେ ଥରେ ଏହା ଘଟେ। ଏହା ତତ୍କାଳୀନ ରାଷ୍ଟ୍ରପତି ଆଣ୍ଡ୍ରିୟୁ ଜ୍ୟାକସନଙ୍କୁ ବାଛିବା ପାଇଁ ୧୮୩୨ରେ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri