ଚା’ ଦୋକାନରେ କପ୍‌ ଧୋଉଥିଲେ ଏହି ପ୍ରସିଦ୍ଧ ଅଭିନେତା

ଅଭିନୟ ଦୁନିଆରେ ପାଦ ଦେବା ପୂର୍ବରୁ ମନରେ ପ୍ରଥମ ଚିନ୍ତାଧାରା ଆସେ ଯେ ଅଭିନୟ ବ୍ୟତୀତ ସ୍ମାର୍ଟ ଏବଂ ରୂପରେ ସୁନ୍ଦର ହେବା ନିହାତି ଆବଶ୍ୟକ। କିନ୍ତୁ ପ୍ରସିଦ୍ଧ ଅଭିନେତା ଓମ ପୁରୀ ଏହାର ବିପରୀତ ଥିଲେ। ସେ ସ୍ମାର୍ଟ ନ ଥିଲେ କି ଅଭିନେତା ପରି ଦେଖାଯାଉ ନ ଥିଲେ, କିନ୍ତୁ ସେ ଅଭିନୟ ଜଗତରେ ନିଜର ନାମ ଅର୍ଜନ କରିଥିଲେ। କେବଳ ବଲିଉଡରେ ନୁହେଁ, ସମଗ୍ର ବିଶ୍ୱ ତାଙ୍କୁ ଜଣେ ଭେଟେରାନ ଅଭିନେତା ଭାବରେ ମନେ ରଖିଛି। ଯଦିଓ ସେ ଆଜି ଆମ ଗହଣରେ ନାହାଁନ୍ତି, କିନ୍ତୁ ତାଙ୍କ ସ୍ମୃତି ଆଜି ବି ଆମ ହୃଦୟରେ ରହିଯାଇଛି।
ଓମ ପୁରୀ ଅକ୍ଟୋବର ୧୮, ୧୯୫୦ରେ ହରିୟାଣାର ଅମ୍ବାଲାରେ ଜନ୍ମଗ୍ରହଣ କରିଥିଲେ। ଅନେକ ସାକ୍ଷାତକାରରେ ସେ ନିଜ ପିଲାଦିନର କାହାଣୀ ବିଷୟରେ କହିଥିଲେ। ପିଲାଦିନେ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ତାଙ୍କୁ ୬ ବର୍ଷ ହୋଇଥିଲା, ସେତେବେଳେ ସେ ଏକ ଚା’ ଦୋକାନରେ କପ୍‌ ଧୋଇବା କାମ କରୁଥିଲେ। କେବଳ ଏତିକି ନୁହେଁ, ସେ ଢାବାରେ ବାସନ ମଧ୍ୟ ମାଜୁଥିଲେ। ଓମ ପୁରୀ ଦିନସାରା କାମ କରି ଥକି ଯାଉଥିଲେ ଏବଂ ସେ ରାତି ୧୦ଟାରେ ଶୋଇ ପଡୁଥିଲେ। ଏଭଳି ପରିସ୍ଥିତିରେ ଓମ ପୁରୀ ବାସନକୁସନକୁ ଲୁଚାଇ ସକାଳେ ମାଜିଥାନ୍ତି। ଥରେ ଏପରି କରିବା ସମୟରେ ଢାବା ମାଲିକ ତାଙ୍କୁ ଦେଖିଦେବାରୁ ଢାବାରୁ ବାହାର କରି ଦେଇଥିଲେ। ଓମ ପୁରୀ ପିଲାଦିନେ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ। ବଡ ହେବା ପରେ ନ୍ୟାସନାଲ ସ୍କୁଲ ଡ୍ରାମାରେ ନାମ ଲେଖାଇଲେ ଏବଂ ତାଙ୍କର ଉତ୍କୃଷ୍ଟ ଅଭିନୟ ହେତୁ ସାରା ବିଶ୍ୱରେ ପ୍ରସିଦ୍ଧ ହେଲେ। ସେ ସ୍ପର୍ଶ, ଆକ୍ରୋଶ, କଲୟୁଗ୍‌, ଗାନ୍ଧୀ, ଜାନେ ଭୀ ଦୋ ୟାରୋ, ଆରୋହନ, ଅର୍ଦ୍ଧସତ୍ୟ, ମଣ୍ଡି, ପାର୍‌, ମିର୍ଚ୍ଚ ମସାଲା ଏବଂ ସିଟି ଅଫ ଜୟ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୨୦୧୭, ଜାନୁଆରୀ ୬ରେ ଓମ ପୁରୀଙ୍କ ପରଲୋକ ଘଟିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri