Posted inଜାତୀୟ

ଭାଜପା ପ୍ରାର୍ଥୀଙ୍କୁ ଆଇଟମ୍‌ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୋପାଳ,୧୮।୧୦: ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ମଧ୍ୟପ୍ରଦେଶରେ ଉପ-ନିର୍ବାଚନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ଉପନିର୍ବାଚନରେ ଲଢୁଥିବା ଭାରତୀୟ ଜନତା ପାର୍ଟିର ମହିଳା ପ୍ରାର୍ଥୀ ଇମର୍ତ୍ତୀ ଦେବୀଙ୍କ ସମ୍ପର୍କରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ତାଙ୍କର ମନ୍ତବ୍ୟକୁ ନେଇ ବିବାଦ ଲାଗି ରହିଛି। ଭାଜପା ତାଙ୍କୁ ସମାଲୋଚନା କରିଛି। ମଧ୍ୟପ୍ରଦେଶର ଡବ୍‌ରାଠାରେ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ରାଜେଶଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା କମଲନାଥ କହିଥିଲେ ଯେ ସୁରେନ୍ଦ୍ର ରାଜେଶ ଆମର ପ୍ରାର୍ଥୀ, ସେ ସରଳ ସ୍ବଭାବର ଏବଂ ସାଧାସିଧା। ସେ ତାଙ୍କ ଭଳି ନୁହେଁ, ତାଙ୍କର ନାମ କ’ଣ? ମୁଁ ଯଦି ତାଙ୍କ ନାମ ନେବି, ତୁମେ ତାଙ୍କୁ ମୋ ଠାରୁ ଭଲ ଭାବରେ ଜାଣିଛ, ତୁମମାନଙ୍କୁ ମୋତେ ଆଗରୁ ସାବଧାନ କରିବାର ଥିଲା, ସେ ଜଣେ ଆଇଟମ୍‌ ବୋଲି କହିଛନ୍ତି।
କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକଙ୍କ ମଧ୍ୟରୁ ଇମ୍ରତୀ ଦେବୀ ଅନ୍ୟତମ। କମଲନାଥଙ୍କ ବିବୃତ୍ତି ଉପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, କମଲ ନାଥ! ଇମର୍ତ୍ତୀ ଦେବୀ ଜଣେ ଗରିବ ଚାଷୀଙ୍କ ଝିଅର ନାମ, ଯିଏ କି ଗାଁରେ ଶ୍ରମିକ ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ଆଜି ସେ ଜନସେବକ ଭାବେ ରାଷ୍ଟ୍ର ନିର୍ମାଣରେ ସହଯୋଗ କରୁଛନ୍ତି। କଂଗ୍ରେସ ମୋତେ ‘ଭୋକିଲା-ଉଲଗ୍ନ’ ବୋଲି କହିଲା ଏବଂ ଜଣେ ମହିଳାଙ୍କ ପାଇଁ ‘ଆଇଟମ’ ଭଳି ଶବ୍ଦ ବ୍ୟବହାର କରି ତୁମେ ପୁଣିଥରେ ତୁମର ସାମ୍ରାଜ୍ୟବାଦୀ ଚିନ୍ତାଧାରାକୁ ପ୍ରକାଶ କଲ। ଆଉ ଏକ ଟୁଇଟ୍‌ରେ ଇମର୍ତ୍ତୀ ଦେବୀଙ୍କ ସହ ରାଜ୍ୟର ପ୍ରତ୍ୟେକ ଝିଅଙ୍କୁ କମଲନାଥ କ୍ଷମା ମାଗିବା ଉଚିତ୍‌ ବୋଲି ଶିବରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା ମଧ୍ୟରେ ହେବ ସିନେମା, ସିରିୟଲ୍‌ ଶୁଟିଂ

ନୂଆଦିଲ୍ଲୀ, ୨୪।୮ (ପି.ଟି.): କରୋନା ମହାମାରୀ ଯୋଗୁ ଦୀର୍ଘଦିନ ହେଲା ସିନେମା ଓ ଟିଭି ସିରିଏଲ ଶୁଟିଂ ବନ୍ଦ ରହିଥିଲାବେଳେ ଏହାକୁ ପୁଣି ଥରେ ଆରମ୍ଭ...

ହାଥରସରେ ଭାଜପା ନେତାଙ୍କୁ ହତ୍ୟା

ହାଥରସ,୨୧।୨: ଭାରତୀୟ ଜନତା ପାର୍ଟି ଯୁବା ମୋର୍ଚ୍ଚାର ହାଥରସ ଜିଲାର ସାଧାରଣ ସମ୍ପାଦକ କ୍ରିଷ୍ଣା ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଭଳି ଘଟଣା ରବିବାର...

ସିତ୍ରାଙ୍ଗ ପ୍ରଭାବ: ଭୁଶୁଡିଲା ମା’ଙ୍କ ତୋରଣ

କୋଲକାତା,୨୪।୧୦: ପଶ୍ଚିମବଙ୍ଗର କୋଚ ବେହାରଠାରେ କାଳୀ ପୂଜା ପାଇଁ ସ୍ଥାପିତ ହୋଇଥିବା ପୂଜା ତୋରଣ ପ୍ରବଳ ପବନ ଯୋଗୁଁ ଭୁଶୁଡି ପଡିଛି। ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ...

ବେଙ୍ଗାଲୁରୁରେ ନୀତୀଶ କୁମାରଙ୍କ ବିରୋଧରେ ପୋଷ୍ଟର ଲଗାଇବା ମାମଲାରେ ୩ ଗିରଫ

ବେଙ୍ଗାଲୁରୁ,୨୪।୭: ଜୁଲାଇ ୧୭-୧୮ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ବିରୋଧୀ ଦଳର ବୈଠକ ପରେ ସେଠାରେ କେହି ବିବାହର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ପୋଷ୍ଟର ଲଗାଇ...

କରୋନା ଯୋଗୁ ମିଳିଲାନି ଗନ୍‌ କ୍ୟାରେଜ, ଭ୍ୟାନରେ ଗଲା ପୂର୍ବତନ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କିଛିଦିନର ଅସୁସ୍ଥତା ପରେ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବ୍ରେନ୍‌ ସର୍ଜରୀ ସହ କରୋନାରେ ଆକ୍ରାନ୍ତ...

ଐତିହାସିକ ଅମାଗଡ଼ କିଲାରେ ପତାକା ଉଡାଇଥିବା ଭାଜପା ଏମ୍‌ପି ଗିରଫ

ଜୟପର,୧ ।୮: ରାଜସ୍ଥାନ ଜୟପୁରର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ଡା. କିରୋଡି ଲାଲ ମିଣାଙ୍କୁ ପୋଲିସ ଗିରଫ କରିଛି । ମିଣାଙ୍କ ବିରୋଧରେ ଅଭିଯୋଗ...

ତୃତୀୟ ଲକ୍‌ଡାଉନରେ ପୁଣିଥରେ ଶୂନ୍ୟରୁ କାମ ଆରମ୍ଭ କରିବ ଦିଲ୍ଲୀ !

ନୂଆଦିଲ୍ଲୀ,୩୦।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉମାତ୍ର ୪ ଦିନ ବାକି ରହିଛି। ହେଲେ ଏବେ...

ଚା’ ବିକାଳି ନେଇଛନ୍ତି ୫୦ କୋଟି ଟଙ୍କା ଋଣ!

କୁରୁକ୍ଷେତ୍ର, ୨୩।୭: ହରିୟାଣାର କୁରୁକ୍ଷେତ୍ରରେ ଜଣେ ଚା’ ବିକ୍ରେତା ବ୍ୟାଙ୍କରୁ ୫୦ କୋଟି ଟଙ୍କା ଋଣ ନେଇଛନ୍ତି। ଏକଥା ସତ ହୋଇ ନ ଥିଲେ ମଧ୍ୟ...

Advertisement
Archives

Model This Week