ଓଡ଼ିଶାରେ ବଡ଼ ଘୋଷଣା କଲେ ଓମ ବିର୍ଲା! SC/ST ଜାତୀୟ ସମ୍ମିଳନୀରେ କହିଲେ…

ଭୁବନେଶ୍ୱର,୨୯।୮: ଆଜି ଓଡ଼ିଶା ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଯାହାକୁ ଲୋକ ସଭା ବାଚସ୍ପତି ଓମ ବିର୍ଲା ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ଓମ ବିର୍ଲା ଉଦ୍‌ବୋଧନ ଦେଇ କହିଛନ୍ତି, ଦେଶରେ ସମାବେଶୀ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ହେବ । ଦେଶକୁ ଆଗକୁ ନେବାକୁ ହେଲେ ସବୁ ବର୍ଗର ଲୋକଙ୍କୁ ସାଥୀରେ ନେଇ ଚାଲିବା। ସମସ୍ତଙ୍କୁ ନ୍ୟାୟ, ସମସ୍ତଙ୍କୁ ସେମାନଙ୍କ ଅଧିକାର ଦେବାକୁ ହେବ। ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ମାଟିରୁ ଆସିଛନ୍ତି। ଦେଶର ଲୋକତନ୍ତ୍ର, ଗଣତନ୍ତ୍ରର ଶକ୍ତି ପୂରା ବିଶ୍ୱକୁ ଅବଗତ କରାଉଛନ୍ତି। SC/ST ବଜେଟ ଆବଣ୍ଟନର ସମୀକ୍ଷା ହେବା ଜରୁରୀ। ରୋଜଗାର ଆର୍ଥିକ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଜରୁରୀ। କେଉଁ ଯୋଜନା କଲେ ଦଳିତ ଆଦିବାସୀ ଉପକୃତ ହେବେ ଚିନ୍ତା କରିବା ଜରୁରୀ, ଆବଶ୍ୟକତା ଅନୁସାରେ ସେମାନଙ୍କୁ ଅଧିକାର ଦେବାକୁ ହେବ।

ଅନ୍ୟପଟେ, SC/ST ଜାତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି, ଦେଶର ବିକାଶ ପାଇଁ SC/STଙ୍କ ଉତ୍ଥାନ ଜରୁରୀ । ଓଡ଼ିଶା ଜନସଂଖ୍ୟାର ୪୦% ହେଉଛନ୍ତି ଆଦିବାସୀ ଓ ଦଳିତ। ୨୩% ଆଦିବାସୀ ଓ ୧୭ ପ୍ରତିଶତ ହେଉଛନ୍ତି ଦଳିତ। ନିକଟରେ ନିଟ ପାସ କରିଥିବା ଦିଦାୟୀ ଆଦିବାସୀ ଝିଅଙ୍କୁ ଭେଟିଥିଲି। ଆମର ବର୍ତ୍ତମାନ ଭଲ ଅଛି, ଭବିଷ୍ୟତ ଆହୁରି ଭଲ ରହିବ। ପଲ୍ଲୀଠୁ ନେଇ ଦିଲ୍ଲୀ ଯାଏଁ ସାମ୍ବିଧାନିକ ବ୍ୟବସ୍ଥା ଚାଲିଛି। ହଜାର ହଜାର ବର୍ଷ ଧରି ଆମେ ଉତ୍ପୀଡ଼ନ ସହିଥିଲୁ। ଅସ୍ପୃଶ୍ୟତାର ଶିକାର ହୋଇଥିଲୁ, କିନ୍ତୁ ସମ୍ବିଧାନ ଆମକୁ ଅଧିକାର ଦେଲା। ଆମେ ସଶକ୍ତୀକରଣ ନହେଲେ ଯେତେ ଯୋଜନା କଲେ ବି ସୁଫଳ ମିଳିବନି। ଆମର ଉତ୍ଥାନ ନ ହେବା ଯାଏଁ ରାଜ୍ୟର ବିକାଶ ହୋଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri