ଜାତୀୟ ରିପୋର୍ଟକୁ ନେଇ ଆଇନମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ କେବଳ ଭୁବନେଶ୍ୱର ନୁହଁ, ମହିଳାଙ୍କ ପାଇଁ ଆଜି ସାରା ଓଡ଼ିଶା…

ଭୁବନେଶ୍ୱର,୨୯ା୮: ଦେଶବ୍ୟାପୀ ୩୧ ସହରରୁ ୧୨,୭୭୦ ମହିଳାଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ସେମାନଙ୍କ ମତାମତ ଆଧାରରେ ପ୍ରସ୍ତୁତ ହୋଇଥିବା ଜାତୀୟସ୍ତରୀୟ ସୂଚକାଙ୍କ ଗୁରୁବାର ପ୍ରକାଶ ପାଇଥିଲା।

ନାରୀ ସୁରକ୍ଷା ଜାତୀୟ ରିପୋର୍ଟକୁ ନେଇ ଶୁକ୍ରବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତି, କେବଳ ଭୁବନେଶ୍ୱର ନୁହେଁ, ମହିଳାଙ୍କ ପାଇଁ ପୂରା ଓଡ଼ିଶା ସୁରକ୍ଷିତ। ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ।  ଅପରାଧୀମାନଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି।

ସର୍ଭେରେ ମହିଳାମାନଙ୍କ ପାଇଁ ଦେଶର ସବୁଠୁ ନିରାପଦ ସହର ମଧ୍ୟରେ ଭୁବନେଶ୍ୱର ସମେତ କୋହିମା, ବିଶାଖାପଟଣା, ଐଜଓ୍ବଲ, ଗାଙ୍ଗ୍‌ଟକ୍‌, ଇଟାନଗର ଏବଂ ମୁମ୍ବାଇ ରହିଛି। ଅନ୍ୟପକ୍ଷରେ ପାଟନା, ଜୟପୁର, ଫରିଦାବାଦ, ଦିଲ୍ଲୀ, କୋଲକାତା, ଶ୍ରୀନଗର ଏବଂ ରାଞ୍ଚି ସବୁଠୁ ନିମ୍ନ ର଼୍ୟାଙ୍କରେ ରହିଥିବା ଜାତୀୟ ମହିଳା ସୁରକ୍ଷା ବାର୍ଷିକ ରିପୋର୍ଟ ଓ ସୂଚକାଙ୍କ (ଏନ୍‌ଏଆର୍‌ଆଇ) ୨୦୨୫ରୁ ଜଣାପଡ଼ିଛି।

ଭୁବନେଶ୍ୱର, କୋହିମା ଓ ଶୀର୍ଷ ର଼୍ୟାଙ୍କ୍‌ରେ ଥିବା ଅନ୍ୟ ସହରଗୁଡ଼ିକରେ ଲିଙ୍ଗଗତ ସମାନତା, ନାଗରିକ ଅଂଶଗ୍ରହଣ, ନୀତି ନିର୍ଦ୍ଧାଣ, ମହିଳା ଅନୁକୂଳ ଭିତ୍ତିଭୂମିରେ ସୁଦୃଢ଼ ରହିଛି। ଅନ୍ୟପକ୍ଷରେ ପାଟନା, ଜୟପୁର ଭଳି ସହର ଦୁର୍ବଳ ଆନୁଷ୍ଠାନିକ ଉତ୍ତରଦାୟିତ୍ୱ, ପିତୃସତ୍ତାତ୍ମକ ମାନଦଣ୍ଡ ଏବଂ ସହରାଞ୍ଚଳ ଭିତ୍ତିଭୂମିରେ ପାର୍ଥକ୍ୟ ଯୋଗୁ ଖରାପ ର଼୍ୟାଙ୍କ୍‌ରେ ରହିଛନ୍ତି।
ସର୍ଭେରେ ଭାଗନେଇଥିବା ପ୍ରତି ୧୦ ମହିଳାଙ୍କ ମଧ୍ୟରୁ ୬ ଜଣ ସେମାନଙ୍କ ସହରରେ ସୁରକ୍ଷିତ ଅନୁଭବ କରୁଥିବା କହିଥିବାବେଳେ ୪୦% ସେତେଟା ସୁରକ୍ଷିତ ନୁହନ୍ତି କିମ୍ବା ଅସୁରକ୍ଷିତ ମଣୁଥିବା ମତ ରଖିଥିଲେ। ରାତିରେ ସୁରକ୍ଷାକୁ ନେଇ ରହିଥିବା ଧାରଣାରେ ତୀବ୍ର ହ୍ରାସ ଦେଖାଦେଇଛି। ବିଶେଷ କରି ସର୍ବସାଧାରଣ ପରିବହନ ଏବଂ ମନୋରଞ୍ଜନ ସ୍ଥଳରେ ସେମାନେ ସର୍ବାଧିକ ଅସୁରକ୍ଷିତ ବୋଲି ବିବେଚନା କରୁଛନ୍ତି। ଦିନବେଳା ଶିକ୍ଷାନୁଷ୍ଠାନଗୁଡ଼ିକ ୮୬% ସୁରକ୍ଷିତ ବୋଲି ମତ ପ୍ରକାଶ ପାଇଥିବାବେଳେ ରାତିରେ କିମ୍ବା କ୍ୟାମ୍ପସ୍‌ ବାହାରେ ସୁରକ୍ଷାଗତ ଧାରଣା ଯଥେଷ୍ଟ ହ୍ରାସ ପାଇଛି। ନିରାପଦ ସମ୍ପର୍କିତ ଅଭିଯୋଗ ଉପରେ କର୍ତ୍ତୃପକ୍ଷ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଶ୍ୱାସ ଥିବା ମାତ୍ର ଏକ-ଚତୁର୍ଥାଂଶ ମହିଳା କହିଛନ୍ତି। ବର୍ତ୍ତମାନ ସୁରକ୍ଷା ଉଦ୍ୟମ ପର୍ଯ୍ୟାପ୍ତ ବୋଲି ୬୯% ମତ ଦେଇଥିବାବେଳେ ଯଥେଷ୍ଟ ବ୍ୟବଧାନ ବା ବିଫଳତା ରହିଥିବା ୩୦% କହିଛନ୍ତି। ଗତବର୍ଷ ସର୍ବସାଧାରଣ ସ୍ଥାନରେ ହଇରାଣ ହୋଇଥିବା ୭% ମହିଳା କହିଛନ୍ତି। ୨୪ ବର୍ଷରୁ କମ୍‌ ବୟସର ମହିଳାଙ୍କ କ୍ଷେତ୍ରରେ ଏହା ୧୪%। ପଡୋଶୀଙ୍କଠାରୁ ୩୮% ଏବଂ ସର୍ବସାଧାରଣ ପରିବହନରେ ୨୯% ମହିଳା ହଇରାଣର ସମ୍ମୁଖୀନ ହେଉଥିବା କହିଛନ୍ତି। ପ୍ରତି ୩ ଜଣରେ ଜଣେ ଘଟଣା ସମ୍ପର୍କରେ ରିପୋର୍ଟ କରିବାକୁ ଆଗେଇ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?