Posted inଖେଳ

ପରବିନ୍‌ଙ୍କୁ ଅଲିମ୍ପିକ୍ସ କୋଟା, ନିଖତଙ୍କୁ ବ୍ରୋଞ୍ଜ

ହାଙ୍ଗଝୋ,୨ା୧୦(ପି.ଟି.): ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତୀୟ ବକ୍ସରଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ରବିବାର ନିଖତ ଜରିନ୍‌ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ପରବିନ୍‌ ହୁଦା ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୫୦ କିଗ୍ରା ଓଜନ ବର୍ଗରେ ଖେଳୁଥିବା ନିଖତ ସେମି ଫାଇନାଲରେ ଥାଇଲାଣ୍ଡର ରାକାଷ୍ଟ ଚୁଥାମଟଙ୍କଠାରୁ ୨-୧ରେ ପରାଜିତ ହୋଇଛନ୍ତି। ପ୍ରଥମ ରାଉଣ୍ଡରେ ନିଖତ ବିଜୟୀ ହୋଇଥିବା ବେଳେ ଥାଇ ବକ୍ସର ପରବର୍ତ୍ତୀ ଦୁଇ ରାଉଣ୍ଡରେ ବାଜି ମାରି ନେଇଥିଲେ। ଏହା ପୂର୍ବରୁ ନିଖତ ମଧ୍ୟ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ୨୦୨୨ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ପରବିନ୍‌ ଉଜବେକିସ୍ତାନର ସିଟୋରା ଟୁର୍ଡିବେକୋଭାଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ୫୭ କିଗ୍ରା ଓଜନ ବର୍ଗର ସେମିରେ ପ୍ରବେଶ କରିବା ସହ ଭାରତ ପାଇଁ ଏକ ପଦକ ପକ୍କା କରିଛନ୍ତି। ରାଜ୍ୟଗୋଷ୍ଠୀ ବ୍ରୋଞ୍ଜ ପଦକ ବିଜୟିନୀ ଜସ୍ମିନ୍‌ ଲମ୍ବୋରିଆ ୬୦ କିଗ୍ରା ଓଜନ ବର୍ଗ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି। କୋରିଆର ଓନ୍‌ ଉନଗ୍ୟୋଙ୍ଗଙ୍କ ବିପକ୍ଷ ମ୍ୟାଚ୍‌କୁ ରେଫରି ଅଧାରୁ ରୋକିବାକୁ ବାଧ୍ୟ ହୋଇଥିଲେ। ପ୍ରଥମ ବାଉଟ୍‌କୁ ୫-୦ରେ ଜିତିବା ପରେ ଜସ୍ମିନ୍‌ ନିଜ ଧ୍ୟାନ ହରାଇଥିଲେ। କୋରିଆନ୍‌ ବକ୍ସରଙ୍କ ପଞ୍ଚ ପରେ ପଞ୍ଚ କାରଣରୁ ଶେଷରେ ମ୍ୟାଚ୍‌କୁ ଅଧାରୁ ରୋକିଥିଲେ ରେଫରି।
ଆର୍ଚେରୀ: ଭାରତୀୟ ତୀରନ୍ଦାଜମାନେ ଏସିଆନ୍‌ ଗେମ୍ସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ରବିବାର ଅନୁଷ୍ଠିତ କମ୍ପାଉଣ୍ଡ ଇଭେଣ୍ଟର ମହିଳା ଓ ମିକ୍ସଡ ପେୟାର ବର୍ଗର ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଏକ ନମ୍ବର ସ୍ଥାନ ଅଳଙ୍କୃତ କରିଛି। ଭାରତ ପକ୍ଷରୁ ଜ୍ୟୋତି ସୁରେଖା ଭେନମ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ। ବିଶ୍ୱ ଚାମ୍ପିୟନ ଓଜସ୍‌ ଦେଓତାଲେ ଓ ୨୦୧୪ ଏସିଆନ୍‌ ଗେମ୍ସ ରୌପ୍ୟ ପଦକ ବିଜେତା ଅଭିଷେକ ବର୍ମା ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପୁରୁଷ କମ୍ପାଉଣ୍ଡ ଟିମ୍‌ ଦ୍ୱିତୀୟ ସ୍ଥାନରେ ରହିଛି। ମହିଳା କମ୍ପାଉଣ୍ଡ ଟିମ୍‌ ପକ୍ଷରୁ ଜ୍ୟୋତି (୭୦୪ ପଏଣ୍ଟ) ପ୍ରଥମ ସ୍ଥାନରେ ଓ ଅଦିତି ସ୍ବାମୀ(୬୯୬ ପଏଣ୍ଟ) ସହ ଚତୁର୍ଥ ସ୍ଥାନରେ ରହିଥିଲେ। ଅନ୍ୟତମ ଭାରତୀୟ ପରନିତ୍‌ କୌର ୧୨ତମ ସ୍ଥାନରେ ରହିଥିଲେ ମଧ୍ୟ ଭାରତ ପ୍ରଥମ ସ୍ଥାନରେ ରହି କ୍ୱାର୍ଟର ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି। କୋରିଆ ସହିତ ଭାରତର ସ୍କୋର ଟାଇ ରହିଥିଲେ ମଧ୍ୟ ଅଧିକ ୧୦ ପଏଣ୍ଟ ସ୍କୋର କରି ଭାରତ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲା।
କାୟାକିଂ ଓ କାନୋଇଂ: କାୟାକିଂ ଓ କାନୋଇଂ ଇଭେଣ୍ଟରେ ଭାରତୀୟ କାୟାକ ସୋନିଆ ଦେବୀ ଫାଇରେମବାମ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ କାୟାକ ୫୦୦ ମି. ଇଭେଣ୍ଟରେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଛନ୍ତି। ସୋନିଆ ହିଟ୍ସରେ ୨:୧୭.୩୫୧ ସେକେଣ୍ଡର ଟାଇମିଂ ସହିତ ଚତୁର୍ଥ ସ୍ଥାନରେ ରହି ସେମିରେ ପ୍ରବେଶ କରିଥିଲେ। ସେମି ଫାଇନାଲରେ ନିଜ ଟାଇମିଂରେ ଉନ୍ନତି ଆଣିବା ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ ସୋନିଆ। ସେମିରେ ୨:୧୬.୪୩୫ର ଟାଇମିଂ ହାସଲ କରିଥିଲେ। ମଙ୍ଗଳବାର ଫାଇନାଲ ଇଭେଣ୍ଟ ଅନୁଷ୍ଠିତ ହେବ। ୨୦୦ ମିଟର ସ୍ପ୍ରିଣ୍ଟରେ ମେଘା ପ୍ରଦୀପ ସେମିରୁ ବିଦାୟ ନେଇଛନ୍ତି। ୫୬.୭୦୫ ସେକେଣ୍ଡର ଟାଇମିଂ ସହ ସେମିରେ ପ୍ରବେଶ କରିଥିଲେ ମଧ୍ୟ ମେଘା ବିଦାୟ ନେଇଥିଲେ।
ସ୍କ୍ବାଶ: ପୁରୁଷ ଦଳ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ପଦକ ଜିତିବା ପରେ ସ୍କ୍ବାଶ ମିକ୍ସଡ ଡବଲ୍ସରେ ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ପୁଲ୍‌ ଏ’ରେ ସ୍ଥାନ ପାଇଥିବା ଦୀପିକା ପଲିକଲ ଓ ହରିନ୍ଦର ପାଲ ସିଂ ସନ୍ଧୁ ଦୁଇଟି ମ୍ୟାଚରେ ବିଜୟୀ ହୋଇଛନ୍ତି। ଦକ୍ଷିଣ କୋରିଆ ଖେଳାଳିଙ୍କ ୨୨ ମିନିଟ ଓ ପାକିସ୍ତାନ ଖେଳାଳିଙ୍କୁ ମାତ୍ର ୧୧ ମିନିଟରେ ଉଭୟ ପରାସ୍ତ କରିଥିଲେ। ପୁଲ୍‌ ଡି’ରେ ଥିବା ଅନ୍ୟତମ ଭାରତୀୟ ଯୋଡ଼ି ଅନହତ ସିଂ ଓ ଅଭୟ ସିଂ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖି ଯଥାକ୍ରମେ ୧୫ ଓ ୧୬ ମିନିଟର ସମୟ ନେଇ ଫିଲିପାଇନ୍ସ ଓ ପାକିସ୍ତାନକୁ ପରାସ୍ତ କରିଥିଲେ। ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଭାରତର ମହେଶ ମନଗାଓଁକର ଫିଲିପାଇନ୍ସର ଜୋନାଥନ ରେୟେସଙ୍କୁ ୧୧-୮, ୧୧-୪ ଓ ୧୧-୨ ସେଟ୍‌ରେ ପରାସ୍ତ କରି ରାଉଣ୍ଡ ଅଫ୍‌ ୩୨ରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri