ଅଲିଭ୍‌ରିଡେ୍‌ଲଙ୍କ ଗଣଅଣ୍ଡାଦାନ ଅପେକ୍ଷାରେ ଗହୀରମଥା

ରାଜନଗର, ୧ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍‌ରିଡ୍‌ଲେ ଅନ୍ତଃସତ୍ତ୍ୱା କଇଁଛମାନଙ୍କ ଅଣ୍ଡାଦାନ ପର୍ବ ବିକ୍ଷିପ୍ତ ଭାବେ ଆରମ୍ଭ ହୋଇଛି। ଏଥିପାଇଁ ସାମୁଦ୍ରିକ ଅଭୟାରଣ୍ୟର ନୀଳ ଜଳରାଶିରେ ଏବେ ଲକ୍ଷାଧିକ ଅନ୍ତଃସତ୍ତ୍ୱା କଇଁଛ ପ୍ରକୃତିର ବିବର୍ତ୍ତମାନରେ ଗଣଅଣ୍ଡାଦାନ କରିବାକୁ କୂଳମୁହଁା ହେବାରେ ଲାଗିଛନ୍ତି। ୨୦୨୨ ମାର୍ଚ୍ଚ ୨ୟ ସପ୍ତାହ ପରେ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଗକୁ ଦୋଳପୂର୍ଣ୍ଣିମା ଥିବାରୁ କଇଁଛ ବିଶେଷଜ୍ଞମାନେ ଅନୁକୂଳ ପାଗକୁ ଚାତକ ପରି ଚାହିଁ ରହିଛନ୍ତି। ଦକ୍ଷିଣା ପବନ ପ୍ରବାହିତ ହେଲେ ନୀଳ ଜଳରାଶିର ଢେଉକୁ ଅତିକ୍ରମ କରି ବାବୁବାଲି ଦ୍ୱୀପ, ସାତଭାୟାର ବିସ୍ତୀର୍ଣ୍ଣ ବେଳାଭୂମି, ନାସୀ-୧, ୨ ଏବଂ ବରୁଣେଇ ମୁହାଣ ସଂଲଗ୍ନ ପେଣ୍ଠ ବେଳାଭୂମିରେ ଗଣଅଣ୍ଡାଦାନ କରିବାକୁ ଅଲିଭ୍‌ରିଡ୍‌ଲ କଇଁଛମାନଙ୍କ ଆଗମନକୁ ଅପେକ୍ଷା କରାଯାଇଛି। ରାଜନଗର ବନ ବିଭାଗ ପକ୍ଷରୁ କଇଁଛମାନଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା କିପରି ସୂଚାରୁ ରୂପେ ସମାପନ ହେବ, ସେଥିପାଇଁ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଇତିମଧ୍ୟରେ ଋଷିକୁଲ୍ୟା ମୁହାଣରେ ଲକ୍ଷାଧିକ ଅଲିଭ୍‌ରିଡ୍‌ଲେ କଇଁଛ ଗଣଅଣ୍ଡାଦାନ ଜାରି ରଖିଛନ୍ତି। ଇତିମଧ୍ୟରେ ବିକ୍ଷିପ୍ତ ଭାବେ ୩୮ଟି କଇଁଛ ୪୭୬୧ ଅଣ୍ଡା ଦେଇ ସାରିଛନ୍ତି। ନାସୀ-୨ରେ ୩୫ଟି କଇଁଛ ୪୩୨୯ ଅଣ୍ଡା ଦେଇଥିବା ବେଳେ ଏକକୁଳା ନାସୀରେ ୩ଟି କଇଁଛ ୪୩୨ଟି ଅଣ୍ଡା ଦେଇଛନ୍ତି। ୨୦୨୨ରେ ଗହୀରମଥାରେ ୫ ଲକ୍ଷ ୧,୧୫୭ କଇଁଛ, ଋଷିକୁଲ୍ୟା ମୁହାଣରେ ୫ ଲକ୍ଷ ୫୦ ହଜାର ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଏଚ୍‌ଆର ବଷ୍ଟାର୍ଡ ସର୍ବପ୍ରଥମ ବ୍ୟକ୍ତି ଭାବେ ଗହୀରମଥାରେ ପାଦ ରଖି ଲକ୍ଷାଧିକ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟାକୁ ଦେଖି ବିମୋହିତ ହୋଇଥିଲେ। ବିଶ୍ୱବାସୀଙ୍କୁ ଗହୀରମଥାକୁ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସର୍ବଶ୍ରେଷ୍ଠ ଅନ୍ତୁଡ଼ିଶାଳ ଭାବେ ଜଣାଇବା ସହ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ନୂତନ ଦିଗନ୍ତ ଉନ୍ମୋଚନ କରିଥିଲେ। ସେବେଠାରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ରୂପେ ଖ୍ୟାତି ଅର୍ଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri